କାର୍ଯ୍ୟାଳୟରେ ପଶି କାଶ୍ମୀର ପଣ୍ଡିତଙ୍କୁ ଗୁଳି କଲେ ଆତଙ୍କବାଦୀ

ଜମ୍ମୁ କାଶ୍ମୀରର ବଡଗାଓଁ ଜିଲ୍ଲାରେ ଆତଙ୍କବାଦୀ ମାନେ ଜଣେ ସ୍ଥାନୀୟ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୃତ କାଶ୍ମୀର ପଣ୍ଡିତ ହେଉଛନ୍ତି ରାହୁଲ ଭଟ । ସେ ସ୍ଥାନୀୟ ତହସିଲରେ କାର୍ଯ୍ୟରତ ଅଛନ୍ତି । ଆତଙ୍କବାଦୀ ମାନେ ତହସିଲ କାର୍ଯ୍ୟାଳୟରେ ଜୋର ଜବରଦସ୍ତ ଭାବେ ପଶି ରାହୁଲଙ୍କୁ ଗୁଳି କରିଥିଲେ । ଆହତ ଅବସ୍ଥାରେ ରାହୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କହିରଖିବା ଉଚିତ ହେବକି କିଛି ଦିନ ଭିତରେ ଆତଙ୍କବାଦୀ ମାନେ ସ୍ଥାନୀୟ ଲୋକଙ୍କ ସହ କିଛି ଯବାନ ମାନଙ୍କୁ ବି ନିଜ ଗୁଳିରେ ଶିକାର କରିଛନ୍ତି । ଦିନ କୁ ଦିନ ଆଖପାଖ ଅଂଚଳରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ବଢି ବଢି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.