ଜମ୍ମୁ କଶ୍ମୀର : ନିର୍ବାଚନ ଫଳାଫଳ ଗଣତି ବେଳେ ଆତଙ୍କୀ କଲେ ଚାଲ୍‌, ଦୁଇ ଯବାନଙ୍କୁ କଲେ ଅପହରଣ

ଜମ୍ମୁ କଶ୍ମୀର ଅନନ୍ତନାଗର କୋର୍କଣ୍ଣାଗରେ ଯବାନଙ୍କୁ ଅପହରଣ । ନିଖୋଜ ଯବାନଙ୍କୁ ଠାବ କରିବାକୁ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ। ଅନନ୍ତନାଗରେ ଦୁଇ ଜଣ ଟେରିଟୋରିଆଲ ଆର୍ମୀ ଯବାନଙ୍କୁ ଅପହରଣ କରିନେଇଥିଲେ ଆତଙ୍କବାଦୀ । ଜଣେ ଖସି ଆସିବାରେ ସଫଳ ହୋଇଛନ୍ତି । ଯବାନଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଉଛି । ଅନନ୍ତନାଗ ଜିଲ୍ଲାରେ ଏକ ଜଙ୍ଗଲ ଭିତରେ ଅପହରଣ କାଣ୍ଡ କରିଛନ୍ତି ଆତଙ୍କବାଦୀ ।

ଖବର ମୁତାବକ, ଅନନ୍ତନାଗର କୋର୍କଣ୍ଣାଗ ଅଞ୍ଚଳର ଶଙ୍ଗାସରୁ ଆତଙ୍କବାଦୀମାନେ ଟେରିଟୋରିଆଲ୍ ଆର୍ମି ଯବାନଙ୍କୁ ଅପହରଣ କରି ନେଇଛନ୍ତି । ତେବେ ଜଣେ ଯବାନ ଆତଙ୍କବାଦୀଙ୍କୁ ଚକ୍‌ମା ଦେଇ ଘଟଣାସ୍ଥଳରୁ ଖସି ପଳାଇ ଆସିବାରେ ସଫଳ ହୋଇଥିବା ସୂଚନା ମିଳିଛି । ସେଠାରୁ ଖସି ଆସିବା ପରେ ସେ ସେନାକୁ ଏନେଇ ସୂଚନା ଦେଇଛନ୍ତି । ନିଖୋଜ ସୈନିକଙ୍କୁ ଖୋଜିବା ପାଇଁ ସୁରକ୍ଷା ବାହିନୀସର୍ଚ୍ଚ ଅପରସେନ ଜାରି ରଖିଛି । ଏହି ଘଟଣା ଜମ୍ମୁ କଶ୍ମୀରରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା ।

ସୂଚନାଯୋଗ୍ୟ, ୨୦୨୦ରେ ଆତଙ୍କୀ କଶ୍ମୀରରେ ଟେରିଟୋରିଆଲ ଆର୍ମିର ଜଣେ ଯବାନଙ୍କୁ ଅପହରଣ କରିଥିଲେ । ୫ ଦିନ ପରେ ଯବାନଙ୍କ ଡ୍ରେସ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା । ଯବାନ ଜଣକ ଦକ୍ଷିଣ କଶ୍ମୀରର ଶୋପିଆର ହରମାନ ନିକଟରେ ନିଜ ଘର ପାଖରୁ ଅପହରଣ ହୋଇଥିଲେ ।

ଜମ୍ମୁ କଶ୍ମୀରର କୁପଓ୍ୱାଡାରେ ସେନା ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ମଧ୍ୟ ଜବତ ହୋଇଥିଲା ।