ଜମ୍ମୁ-କାଶ୍ମୀର: ପୁଣି ଅଣ-କାଶ୍ମୀରୀଙ୍କ ଉପରେ ଆକ୍ରମଣ, ଆତଙ୍କୀ ଗୁଳିରେ ଶ୍ରମିକ ଆହତ

ଜମ୍ମୁ-କାଶ୍ମୀରରେ ପୁଣି ଥରେ ଅଣ-କାଶ୍ମୀରୀ ଲୋକଙ୍କ ଉପରେ ଆକ୍ରମଣ ହୋଇଛି । ବଟାଗୁଣ୍ଡ ତ୍ରାଲରେ ହୋଇଥିବା ଏକ ଗୁଳିକାଣ୍ଡରେ ଜଣେ ଅଣ ଶ୍ରମିକ ଆହତ ହୋଇଥିବା ସୂଚନା ରହିଛି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କହି ରଖୁଛୁ, କାଶ୍ମୀର ଭିତରେ ଏକ ସପ୍ତାହ ମଧ୍ୟରେ ଏହା ହେଉଛି ତୃତୀୟ ଆକ୍ରମଣ । କିଛି ଦିନ ତଳେ ଜମ୍ମୁ-କାଶ୍ମୀରର ଶୋପିଆ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।
ଏବେ ଲଗାତାର ଭାବେ ଟାର୍ଗେଟ କିଲିଂ ଘଟଣା ସାମ୍ନାକୁ ଆସୁଛି । ଗତ ବର୍ଷ ମଧ୍ୟ ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରର ଅଲଗା ଅଲଗା ଅଞ୍ଚଳରେ ଅଣ-କାଶ୍ମୀରୀଙ୍କୁ ବାଛି ବାଛି ହତ୍ୟା କରିଥିଲେ । ଅନନ୍ତନାଗ, ପୁଲୱାମା ଏବଂ ପୁଞ୍ଚରେ ଟାର୍ଗେଟ କିଲିଂର ଅନେକ ଘଟଣା ସାମ୍ନାକୁ ଆସିଥିଲା ।
ଚଳିତ ବର୍ଷ ଫେବୃୟାରୀରେ ଶ୍ରୀନଗରରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରିଥିଲେ । ସେମାନେ ହବା କଦଲ ଅଞ୍ଚଳରେ ଶିଖ୍ ସମ୍ପ୍ରଦାୟର ୨ ଜଣ ବ୍ୟକ୍ତିଙ୍କୁ ଏକେ ରାଇଫଲରେ ଗୁଳି ମାରିଥିଲେ । ଏଥିରେ ଅମୃତସରର ନିବାସୀ ଅମୃତ ପାଲ ଓ ରୋହିତଙ୍କର ମୃତ୍ୟୁ ଘଟିଥିଲା ।
ଏହା ପୂର୍ବରୁ ୨୦୨୩ ଫେବୃୟାରୀ ସକାଳେ ଆତଙ୍କବାଦୀମାନେ ପୁଲୱାମାରେ ଜଣେ କାଶ୍ମୀରୀ ପଣ୍ଡିତ ସଞ୍ଜୟ ଶର୍ମାଙ୍କୁ ହତ୍ୟା କରିଥିଲେ । ସେହି ବର୍ଷ ମେ’ରେ ଅନନ୍ତନାଗର ଜଣେ ବ୍ୟକ୍ତି ଆତଙ୍କୀ ଗୁଳିରେ ଟଳିପଡ଼ିଥିଲେ ।