ଥାଇଲାଣ୍ଡରେ ମିଶନ କେଭ୍ ରେସ୍କ୍ୟୁ: ଦୁଇ ଦିନରେ ୮ ଜଣ ଉଦ୍ଧାର

 Thailand Cave ଥାଇଲାଣ୍ଡ: ଦୁଇ ଦିନରେ ଗୁମ୍ଫା ଭିତରୁ ୮ ଜଣ ଉଦ୍ଧାର ହୋଇଛନ୍ତି। ପ୍ରଥମେ ୪ ଜଣ ଓ ଗତକାଲି ଆଉ ୪ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଅନ୍ଧାରୀ ଗୁମ୍ଫା ଭିତରେ ଫସି ରହିଛନ୍ତି ୪ ଜଣ ବାଳକ ଓ ସେମାନଙ୍କର ଜଣେ କୋଚ୍। ଆଶା କରାଯାଉଛି, ଆଜି ସୁଦ୍ଧା ଗୁମ୍ଫା ଭିତରୁ ସମସ୍ତଙ୍କୁ ବାହାରକୁ ଅଣାଯିବ। ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି ୯୦ ଜଣ ବିଶେଷଜ୍ଞ। ଗତକାଲି ବନ୍ଦ ରହିଥିବା ମିଶନ୍ କେଭ୍ ରେସକ୍ୟୁ ଆଜି ପୁଣି ଆରମ୍ଭ ହେବ।

ଉଦ୍ଧାର ପିଲାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ଅଲଗା ଅଲଗା ରଖାଯାଇଥିବା ବେଳେ କାହାକୁ ମିଶିବାକୁ ଦିଆଯାଉ ନାହିଁ। ଗତ ୨୩ ତାରିଖ ଦିନ ୧୨ ଜଣ ବାଳକ ଫୁଟବଲ୍ ଖେଳାଳି ଓ ତାଙ୍କର ଜଣେ କୋଚ୍ ଗୁମ୍ଫା ଭିତରକୁ ବୁଲିବାକୁ ଯାଇଥିବାବେଳେ ନିଖୋଜ ହୋଇଯାଇଥିଲେ। ନଅ ଦିନ ପରେ ସେମାନଙ୍କୁ ଠାବ କରାଯାଇଥିଲା।

Leave A Reply

Your email address will not be published.