ବୌଦ୍ଧ ଧର୍ମ ଗ୍ରହଣ କଲେ ଥାଇଲାଣ୍ଡର ୪୦ ଯୁବକ ଯୁବତୀ

ଥାଇଲାଣ୍ଡର ୪୦ଜଣ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ବୌଦ୍ଧ ଧର୍ମ ଗ୍ରହଣ କରି କଳିଙ୍ଗର ସଂସ୍କୃତିକୁ ବେଶ୍ ଆଗକୁ ନେଇଛନ୍ତି । ଯାହାକି ବିଶ୍ୱ ଦରବାରରେ ଓଡିଶା ପରିଚିତ ପାଇପାଇଛି । ସର୍ବଭାରତୀୟ ମହାବୋଧି ସୋସାଇଟି ଓଡିଶା ଶାଖାର ସହଯୋଗରେ ଏମାନେ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି ।
ସର୍ବଭାରତୀୟ ମହାବୋଧି ସୋସାଇଟି ଓଡିଶା ଶାକାର ଆୟୋଜନରେ ଏକ ଶାନ୍ତ ଯାତ୍ରା କରାଯାଇଥିଲା । ଥାଇଲାଣ୍ଡର ଶିକ୍ଷିତ ଯୁବକ ଯୁବତୀମାନେ ଶାନ୍ତି ସ୍ତପ ଧଉଳିରେ ପହଞ୍ଚିଥିଲେ । ସେଠାରେ ଏକ ସଭା ହୋଇଥିଲା । ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ଏକ କାର୍ଯ୍ୟକ୍ରମ କରାଯାଇଥିଲା ।