ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ଯ ମାଗିଲା ୧୧ ବର୍ଷର ବିଦେଶୀ ଝିଅ

ପୋଲାଣ୍ଡର ୧୧ ବର୍ଷର ଝିଅ ଅଲିସ୍ଜା ୱାନାଟକୋ ଭାରତରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନବନିର୍ବାଚିତ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ନିବେଦନ କରିଛନ୍ତି। ଅଲିସ୍ଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଏକ ଚିଠି ଲେଖିଛନ୍ତି। ସେହି ଚିଠିରେ ସେ ଭିସା ସମ୍ବନ୍ଧିତ ସମସ୍ୟା ବିଷୟରେ ଉଲ୍ଲେଖ କରିଛନ୍ତି।
ଅଲିସ୍ଜା ନିଜ ହାତରେ ଲେଖିଥିବା ଚିଠିରେ କହିଛି ‘ଭାରତରେ ତାର ସମସ୍ତ ଖୁସି ରହିଛି। କାରଣ ସେଠାରେ ତାର ସବୁ ସାଙ୍ଗ ଏବଂ ପଶୁପକ୍ଷୀଙ୍କୁ ସେ ମିସ୍ କରୁଛି। ଏହା ବ୍ୟତୀତ ସେ ଭାରତରେ ଅବସ୍ଥିତ ଗୋଆ ଏବଂ ସେଠାର ଗାଈମାନଙ୍କୁ ସେ ବହୁତ ମିସ୍ କରୁଛି ବୋଲି ଚିଠିରେ ଲେଖିଛି।

modiଭାରତକୁ ପୂନର୍ବାର ଆସିବାକୁ ଚାହୁଁଥିବା ଏହି ଝିଅଟି କମ୍ବୋଡିଆରେ ରହୁଛନ୍ତି। ଝିଅଟିର ମା ମାର୍ଟା କୋଟଲାରସ୍କାଙ୍କୁ ଭାରତର ଭିସାରେ ନିର୍ଦ୍ଦାରିତ ସମୟସୀମାରୁ ଅଧିକ ରହିବା ଉପରେ ସରକାର ତାଙ୍କ ଭିସାକୁ ବ୍ଲକଲିଷ୍ଟ କରିଛନ୍ତି। ମାର୍ଟା ପେଶାରେ ଜଣେ ଫଟୋଗ୍ରାଫର। କିନ୍ତୁ ଯେତେବେଳେ ସେ ୨୪ଚ ମାର୍ଚ୍ଚରେ ବେଙ୍ଗାଲୁର କେମ୍ପେଗୌଡା ଅନ୍ତରାଷ୍ଟ୍ରିୟ ବିମାନ ବନ୍ଦରରେ ପହଞ୍ଚି ଥିଲେ, ସେହିସମୟରେ ତାଙ୍କୁ ଭାରତ ଯିବା ପାଇଁ ମନା କରାଯାଇଥିଲା। ସେ ଶ୍ରୀଲଙ୍କାରୁ ଭିସା ରିନ୍ୟୁ କରି ପୂନର୍ବାର ଭାରତ ଆସୁଥିଲେ।

jaisankarଏହି ସମସ୍ୟା ବିଷୟରେ ଝିଅଟି କହିଛି ‘ମୋ ମା ଏକ ଛୋଟ ଯାତ୍ରା କରି ପୁଣି ଭାରତକୁ ଫେରୁଥିଲେ କିନ୍ତୁ ସେହି ସମୟରେ ତାଙ୍କୁ ଏଣ୍ଟ୍ରି କରିବା ପାଇଁ କରିଥିଲେ କାରଣ ତାଙ୍କୁ ବ୍ଲକଲିଷ୍ଟ କରାଯାଇଥିଲା ବୋଲି ଝିଅଟି ଚିଠିରେ ଉଲ୍ଲେଖ କରିଛି। ଏହା ବ୍ୟତୀତ ଗୋଆରେ ଥିବା ସ୍କୁଲ ପ୍ରି ତାର ଅନେକ ଭଲ ପାଇବା ଥିବା ସହ ସେଠାକାର ଗାଈମାନଙ୍କୁ ମଧ୍ୟ ସେ ଖୁବ୍ ମନେ ପକାଉଛି ବୋଲି ଚିଠି ମାଧ୍ୟମରେ ଝିଅଟି ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀଙ୍କୁ ଜଣାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.