ଦେଶ ବିଦେଶ

ଯୌନ ଲାଳସା ପୂରଣ କରିବା ପାଇଁ ଗର୍ଭବତୀ ଗାଈକୁ ଦୁଷ୍କର୍ମ କଲା ଯୁବକ, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ଘୃଣ୍ୟ, ବର୍ବର… ! ସୀମା ଟପିଲା ପାଶବିକତା । ଯୌନ ଲାଳସା ଚରିତାର୍ଥ କରିବା ପାଇଁ ମଣିଷ କେତେ ଯେ ତଳକୁ ଖସିପାରେ ତାହାର ଆଉ ଏକ ନିଚ୍ଛକ ଉଦାହାରଣ ସାମ୍ନାକୁ ଆସିଛି ପଶ୍ଚିମବଙ୍ଗରୁ । ଏଠାରେ ଗାଈ ସହ ଦୁଷ୍କର୍ମ କରିଛି ମଣିଷ । ହିନ୍ଦୁ ସଂସ୍କୃତିରେ ଗାଈକୁ ଗୋମାତା କୁହାଯାଉଥିବାବେଳେ ଅଶିକ୍ଷିତ ମଣିଷ ତାକୁ ମଧ୍ୟ ଦୁଷ୍କର୍ମ କରିବାକୁ ପଛେଇ ନାହିଁ । ନିକଟରେ ଗୋଧି ଓ ଛେଳି ସହ ଗଣଦୁଷ୍କର୍ମ ଘଟଣା ଚାରିଆଡେ ଆଲୋଡନ ସୃଷ୍ଟି କରିଥିବାବେଳେ ଏବେ ପଶ୍ଚିମବଙ୍ଗରେ ଏକ ଅମାନୁଷିକ ଘଟଣା ଜନମାନସକୁ ବ୍ୟଥିତ କରିଛି ।

ଏକ ଗର୍ଭବତୀ ଗାଈକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୨୯ ବର୍ଷର ଯୁବକଙ୍କୁ ଗିରଫ କରାଯାଇଛି। କୁହାଯାଉଛି ଯେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ନାମଖାନା ବ୍ଲକର ଉତ୍ତର ଚନ୍ଦନପିଡ଼ି ଅଞ୍ଚଳରେ ଏହି ଘଟଣା ଘଟିଛି। ଏଠାରେ ନିବାସୀ ଆରତୀ ଭୂୟାଁଙ୍କ ପରିବାର ପୁଲିସରେ ଅଭିଯୋଗ କରିଥିଲେ, ସେମାନଙ୍କ ପଡ଼ୋଶୀ ପ୍ରଦ୍ୟୁତ ଭୂୟାଁ କିଛି ଦିନ ପୂର୍ବେ ମଧ୍ୟରାତ୍ରିରେ ସେମାନଙ୍କ ଘର ପଛରେ ଥିବା ଗୁହାଳ ଭିତରେ ପଶି ଏକ ଗର୍ଭବତୀ ଗାଈକୁ ଦୁଷ୍କର୍ମ କରିଥିଲା। ଫଳରେ ଗାଈର ରକ୍ତସ୍ରାବ ହୋଇଥିଲା।

ଏହି ଘଟଣାକୁ ନେଇ ଗର୍ଭବତୀ ଗାଈର ମାଲିକ ଅଭିଯୋଗ କରିବା ପରେ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ଅଭିଯୁକ୍ତ ପ୍ରଦ୍ୟୁତ ଭୂୟାଁଙ୍କୁ ଗିରଫ କରାଯାଇ ମଙ୍ଗଳବାର କାକଦ୍ବୀପ ସବ-ଡିଭିଜନାଲ କୋର୍ଟରେ ହାଜର କରାଯାଇଥିଲା। ବିଚାରପତି ତାଙ୍କୁ ୧୪ ଦିନ ପାଇଁ ଜେଲ୍‌ ହାଜତକୁ ପଠାଇ ଦେଇଛନ୍ତି। ଅନ୍ୟପଟେ ଅଭିଯୁକ୍ତଙ୍କ ଏହି ଘୃଣ୍ୟ କାର୍ଯ୍ୟ ଯୋଗୁଁ ସମଗ୍ର ଗାଁରେ ତାଙ୍କ ବିରୋଧରେ ଅସନ୍ତୋଷ ଦେଖା ଦେଇଛି। ଚନ୍ଦନପିଡି ଗାଁର ଜଣେ ବାସିନ୍ଦା କହିଛନ୍ତି ଯେ ଏପରି ବ୍ୟକ୍ତିଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ।

Barsha

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

16 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

30 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

43 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

44 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago