ବେଙ୍ଗାଲୁରରେ ଅନୁଷ୍ଠିତ ହୋଇଛି AUTISM AWARENESS RIDE କାର୍ଯ୍ୟକ୍ରମ

ବେଙ୍ଗାଲୁର  (କେନ୍ୟୁଜ): ଭୁବନେଶ୍ୱରର ଜେନ ଫାଉଣ୍ଡେସନ ପକ୍ଷରୁ ବେଙ୍ଗାଲୁର ଠାରେ AUTISM AWARENESS RIDE କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜେନ ଫାଉଣ୍ଡେସନର ମୁଖ୍ୟ ଗାର୍ଗୀ ଭଟାଚର୍ଯ୍ୟ ଆରମ୍ଭ କରିଛନ୍ତି ଏହି କଳ୍ପନା । ଗତ ଅପ୍ରେଲ ୨ AUTISM DAY ରେ ଭୁବନେଶ୍ୱର ଠାରେ ଏହାର ଶୁଭାରମ୍ଭ ହୋଇଥିଲା । ଏହା ପରେ ରାଜ୍ୟ ବାହାର ସହର ପୁନେ ,ଚେନ୍ନାଇରେ ଆରମ୍ଭ କରାଯାଇଥିଲା । ୨ୟ ପର୍ଯ୍ୟାୟରେ ଲକଡାଉନ ହେବାରୁ ଏହାକୁ ସ୍ଥଗିତ କରାଯାଇଥିଲା । ଲକଡାଉନ ଉଠିବା ପରେ ବେଙ୍ଗାଲୁରର ସ୍ପେଶାଲ ଇନିସିଏଟ ରାଇଡ଼ରର ସଦସ୍ୟ ରିଚି ରାୟ ଏବଂ ଗଣେଶ ପ୍ରସାଦଙ୍କ ନେତୃତ୍ୱରେ ବିଧାନସୌଦ ନିକଟରୁ ବାଇକ ରାଇଡ଼ ଆରମ୍ଭ ହୋଇ ନନ୍ଦୀ ହିଲସ ନିକଟସ୍ଥ ଡିସ୍କଭରି ଭିଲେଜ ଠାରେ ଶେଷ ହୋଇଥିଲା ।

bengalur

ଏଥିରେ ୧୦୦ ରୁ ଉର୍ଦ୍ଧ୍ବ ବାଇକ ଓ ଜିପ ରାଇଡ଼ର ଯୋଗଦାନ କରିଥିଲେ । ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ଥାନୀୟ ଏସ୍ପି ମିଥୁନ କୁମାର, ଡିଏଫଓ ହାରସଲନ ,ଡାକ୍ତର ସଞ୍ଜୟ ସ୍ୱାମୀ ପ୍ରମୁଖ ଉପସ୍ଥିତ ରହି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ତେବେ ଅଗାମୀଦିନରେ ଏହା ଦେଶ ବିଦେଶରେ ସଚେତନତା କରାଯିବା ଲକ୍ଷ ଥିବା ସୂଚନା ଦେଇଛନ୍ତି ଗାର୍ଗୀ ଭଟ୍ଟାଚର୍ଯ୍ୟ । ବେଙ୍ଗାଲୁରର ସ୍ପେଶାଲ ଇନିସିଏଟିଭ ରାଇଡ଼ର ଖୁବ କମ ସମୟ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ଏବଂ ବେଙ୍ଗାଲୁରରେ ଏହି ସଚେତନତା କାର୍ଯ୍ୟକ୍ରମକୁ ଅନ୍ୟ ସହର ତୁଳନାରେ ଅଧିକ ସପୋର୍ଟ ମିଲିଥୁବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗାର୍ଗୀ ଭଟ୍ଟାଚାର୍ଜ୍ୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.