ଜୀବନ ହାରୁଥିବା ମହିଳାଙ୍କ ଜୀବନ ବଞ୍ଚାଇଲେ ନୌକା ଚାଳକ, ଭିଡିଓ ହେଉଛି ଭାଇରାଲ

ସୋସିଆଲ ମେଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରଲ ହେଉଛି । କିନ୍ତୁ ଆଜି ଏମିତି ଏକ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ତାଜୁବ ହେବେ । ସୂଚନା ଅନୁସାରେ ଜଣେ ମହିଳା ଉତ୍ତରପ୍ରଦେଶର ନୈନିତାଲର ହ୍ରଦରେ ବୁଡି ଯାଉଥିଲେ । ଏହି ସମୟରେ ହ୍ରଦରେ ଏକ ଡଙ୍ଗା ଯାଉଥିଲା । ଯେଉଁଥିରେ ନୌକା ଚାଳକ ନୌକା ଚଳାଉଥିଲେ ଓ ପର୍ଯ୍ୟଟକ କ୍ୟାମେରାରେ ଭିଡିଓ କରୁଥିଲେ । ହଠାତ ମହିଳା ବୁଡି ଯାଉଥିବାର ଦୃଶ୍ୟ ପର୍ଯ୍ୟଟକଙ୍କ ମୋବାଇଲରେ କଏଦ ହୋଇଥିଲା । ପରେ ପର୍ଯ୍ୟଟକ ଏବଂ ନୌକା ଚାଳକ ମହିଳାଙ୍କୁ ହ୍ରଦରୁ ଟାଣି ଆଣି ତାଙ୍କ ଜୀବନ ବଞ୍ଚାଇଥିଲେ। ମିଳିଥିବା ସୂଚନା ଅନୁସାରେ ପାରିବାରିକ କଳହ ଯୋଗୁଁ ମହିଳା ଜୀବନ ହାରିବା ଉଦ୍ଦେଶ୍ୟରେ ହ୍ରଦ ଭିତରକୁ ଡେଇଁ ପଡ଼ିଥିଲେ । କିନ୍ତୁ ଠିକ ସମୟରେ ନୌକା ଚାଳକ ଓ ପର୍ଯ୍ୟଟକ ତାଙ୍କ ଜୀବନ ବଞ୍ଚାଇଲେ ।
ସଙ୍ଗେ ସଙ୍ଗେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ମହିଳା ଜଣକ ଥାଣ୍ଡି ରୋଡରେ ଅବସ୍ଥିତ ପାଶନ୍ ଦେବୀ ମନ୍ଦିର ନିକଟରେ ସନ୍ଦେହଜନକ ପରିସ୍ଥିତିରେ ନୈନି ହ୍ରଦକୁ ଡେଇଁ ପଡିଥିଲେ । କିନ୍ତୁ ହ୍ରଦରେ ଯାତ୍ରା କରୁଥିବା ପର୍ଯ୍ୟଟକ ଏବଂ ନୌକା ଚାଳକ ମହିଳାଙ୍କୁ ବୁଡ଼ି ଯାଉଥିବାର ଦେଖିଥିଲେ ଏବଂ ତାଙ୍କୁ ଉଦ୍ଧାର କରିଥିଲେ ।ମହିଳାଙ୍କୁ ଅଚେତ ଅବସ୍ଥାରେ ବିଡି ପାଣ୍ଡେ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ମହିଳା ଚିକିତ୍ସିତ ହେଉଛନ୍ତି ।
ମହିଳାଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ନୈନିତାଲ ଶେରୱାନୀ ନିବାସୀ ରାଧା ଦେବୀ ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ମହିଳାଙ୍କ ପରିବାର ଏବଂ ପୋଲିସକୁ ସୂଚନା ଦିଆଯାଇଛି । ସୂଚନା ପାଇବା ପରେ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ଭାଇରଲ ଭିଡିଓଟି ଉତ୍ତରାଖଣ୍ଡ ନାମକ ଏକ ଆକାଉଣ୍ଟରୁ ଟ୍ୱିଟର ହ୍ୟାଣ୍ଡଲେରେ ସେୟାର କରାଯାଇଛି । ମହିଳାଙ୍କ ଭିଡିଓ ଏବେ ଇଣ୍ଟରନେଟରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।