ନଦୀ ସାଜୁଛି ଆସାମର ଦୁଃଖ, ଭୟାବହ ବନ୍ୟାରେ ପରିସ୍ଥିତି ସଙ୍ଗୀନ

ଆସାମରେ ଭୟାବହ ବନ୍ୟା ପରିସ୍ଥିତି । ପ୍ରଭାବିତ ହୋଇଛନ୍ତି ୧୫ ଲକ୍ଷ ଲୋକ। ରାଜ୍ୟର ୩୩ଟି ଜିଲ୍ଲା ମଧ୍ୟରୁ ୨୫ଟି ଜିିଲ୍ଲା ବନ୍ୟା ପ୍ରଭାବିତ ହୋଇଛି। ଗୌହାଟି, ଧେମାଜୀ ଓ ଲକ୍ଷ୍ମୀପୁର ସମେତ ୫ଟି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୭ ଜଣ ଲୋକଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଲଗାଣ ବର୍ଷାରେ ବ୍ରହ୍ମପୁତ୍ର ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଆଉ ୪୮ ଘଣ୍ଟା ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଆହୁରି ପଢନ୍ତୁ: ଗାଈ ଜଗୁଆଳଙ୍କ ପୁଅ ହେଲେ ଯୁକ୍ତଦୁଇ କଳାରେ ଟପ୍ପର

ଅଧିକ ବର୍ଷା ହେଲେ ପରିସ୍ଥିତି ସଂଗୀନ ହେବାର ଆଶଂକା ରହିଛି । ଅନ୍ୟପଟେ ବ୍ରହ୍ମପୁତ୍ର ବନ୍ୟାରେ ବୁଡ଼ିରହିଛି କାଜିରଙ୍ଗା ଜାତୀୟ ଉଦ୍ୟାନ । କାଜିରଂଗା ପାର୍କର ୭୦ ଭାଗ ଅଞ୍ଚଳ ଜଳମଗ୍ନ ହୋଇଛି। ଫଳରେ ଜୀବଜନ୍ତୁଙ୍କ ଅବସ୍ଥା ଅସମ୍ଭାଳ ହେଲାଣି। ଗଣ୍ଡା ଏବଂ ହାତୀ ରାସ୍ତା ଉପରକୁ ଉଠି ଆସିଥିବା ଦେଖିବାକୁ ମିଳିଛି । ବନ୍ୟା ବେଳେ ଗଣ୍ଡାଙ୍କୁ ସୁରକ୍ଷା ଦେବା ପାଇଁ ରାଇନୋ ପ୍ରୋଟେକ୍ସନ୍‌ ଫୋର୍ସ ଗଠନ କରାଯାଇଥିବା ଆସାମର ଜଂଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ୨୦୧୭ରେ ବ୍ରହ୍ମପୁତ୍ର ବନ୍ୟାରେ ବଡ଼ ଧରଣର କ୍ଷତିଗ୍ରସ୍ତ ହୋଇଥିଲା କାଜିରଂଗା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.