କନ୍ୟାର ମେକ୍‌ଅପ ଖରାପ କରିଦେଲା ବିୟୁଟି ପାର୍ଲର; ଅଭିଯୋଗ କରିବାରୁ ମିଳିଲା ଧମକ…! ଥାନାରେ ଏତଲା ଦେଲେ କନ୍ୟା ଘର ଲୋକେ

ମଧ୍ୟ ପ୍ରଦେଶର ଜବଲପୁରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବିୟୁଟିସିଆନଙ୍କୁ କନ୍ୟାର ମେକ୍‌ଅପ ଖରାପ କରିବା ଭାରି ପଡ଼ି ଯାଇଛି। କନ୍ୟାର ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଯେତେବେଳେ ସେମାନେ ଏ ନେଇ ସମ୍ପୃକ୍ତ ବିୟୁଟି ପାର୍ଲର ସଞ୍ଚାଳିକାଙ୍କ ପାଖରେ ଅଭିଯୋଗ କରିଥିଲେ, ତ ସେ ସେମାନଙ୍କୁ ଧମକାଇଥିଲେ, ଯାହାପରେ ସେମାନେ ସଞ୍ଚାଳିକାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲା ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୋଲିସ କହିଛି ଯେ ଏଠାରେ ୩ ଡିସେମ୍ବରରେ ଜଣେ ଯୁବତୀଙ୍କର ବାହାଘର ଥିଲା। ଝିଅର ମେକ୍‌ଅପ ପାଇଁ ତାଙ୍କ ପରିବାର ଲୋକେ ସ୍ଥାନୀୟ ମୋନିକା ମେକ୍‌ଅପ ଷ୍ଟୁଡିଓର ସଞ୍ଚାଳିକା ମୋନିକା ପାଠକଙ୍କୁ ଯୋଗାଯୋଗ କରିଥିଲେ। ମୋନିକା ସାଢ଼େ ୩ ହଜାର ଟଙ୍କାରେ ନିଜେ କନ୍ୟାର ମେକ୍‌ଅପ କରିବେ ବୋଲି ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ୩ ତାରିଖରେ ଯେତେବେଳେ କନ୍ୟାକୁ ପାର୍ଲର ନିଆଯାଇଥିଲା, ତ ସେଠାରେ ମୋନିକା ଉପସ୍ଥିତ ନ ଥିଲେ। ଫଳରେ ପାର୍ଲରର ଜଣେ କର୍ମଚାରୀ କନ୍ୟାର ମେକ୍‌ଅପ କରିଥିଲେ ଏବଂ ତାହାକୁ ସେ ବିଗାଡ଼ି ମଧ୍ୟ ଦେଇଥିଲେ। କନ୍ୟା ମୋନିକାଙ୍କୁ କଲ୍‌ କରି ଏ ବିଷୟରେ ଅଭିଯୋଗ କରିବାରୁ ମୋନିକା ତାଙ୍କୁ ଅଭଦ୍ର ଆଚରଣ କରିବା ସହିତ ଜାତିସୂଚକ ଅପଶବ୍ଦ କହିଥିଲେ।

ଏହି ଖବର ଯେତେବେଳେ ସ୍ଥାନୀୟ ସେନ େଓ୍ଵଲ୍‌ଫେୟାର ଆସୋସିଏସନର ଅଧିକାରୀଙ୍କ ପାଖରେ ପହଞ୍ଚିଥିଲା, ତ ସେମାନେ ପୂରା ରାଗି ଯାଇଥିଲେ। ଗତକାଲି ଆସୋସିଏସନର ଅଧିକାରୀ ଓ ସଦସ୍ୟମାନେ କନ୍ୟା ସହ ମିଶି କୋତଓ୍ଵାଲି ଥାନାରେ ପହଞ୍ଚିଥିଲେ ଏବଂ ମୋନିକାଙ୍କ ବିରୋଧରେ ଏତଲା ଦେଇଥିଲେ। ଏହାକୁ ଆଧାର କରି ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ମୁତାବକ, କନ୍ୟା ଏବଂ ସେନ ସମାଜ ଦ୍ୱାରା ଦିଆଯାଇଥିବା ଅଭିଯୋଗକୁ ଗମ୍ଭୀରତାର ସହ ନିଆଯାଇଛି। ଜଲ୍‌ଦି ଏହି ମାମଲାରେ ମୋନିକା ପାଠକଙ୍କୁ ପଚରାଉଚରା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.