କଷ୍ଟ ଦେଖି ସହିପାରିଲେନି, ଶେଷରେ ଜୀବନକୁ ବାଜି ଲଗାଇ ମଇଁଷି ଦଳ ରକ୍ଷା କଲେ ମାଲିକ ଜୀବନ

ଆଜିକାଲି ସମସ୍ତେ ଘରେ ପୋଶା ଜୀବଜନ୍ତୁ ପାଳୁଛନ୍ତି। ଖାସ କରି କୁକୁରକୁ ଲୋକମାନେ ପୋଶା ବନେଇବାର ସତେ ଯେମିତି ଟ୍ରେଣ୍ଡ ପାଲଟିଯାଇଛି। କୁହାଯାଏ କୁକୁର ମଣିଷମାନଙ୍କଠୁ ବେଶୀ ବିଶ୍ୱସ୍ତ। ସାଧାରଣତଃ ଗାଁମାନଙ୍କରେ ଆମେ ଗାଈ, ମଇଁଷି,ବଳଦ ଓ ଛେଳିମାନଙ୍କୁ ଘରେ ରହିଥିବାର ଦେଖୁ। ଏମାନେ ମଣିଷ ମାନଙ୍କଠୁ ଢ଼େର୍‌ ଚାଲାକ୍‌। ଯେଉଁଠି ରହିଥାଏ ସେଠାକାର ଲୋକଙ୍କୁ ବିଶ୍ୱାସ କରିଥାଏ। ତାଙ୍କୁ କିଏ କଷ୍ଟ ଦେଲେ ସେମାନେ ସହିପାରନ୍ତି ନାହିଁ। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ପଶୁ ସମ୍ପର୍କରେ କହିବାକୁ ଯାଉଛୁ ଯିଏ ନିଜ ମାଲିକକୁ ବଞ୍ଚେଇବା ପାଇଁ ଆଗକୁ ଆସିଛି।

ଆପଣ ପୋଶା ଜୀବ ମାଲିକକୁ ହିଂସ୍ର ଜୀବଜନ୍ତୁଠୁ ବଞ୍ଚେଇବାର ଖବର ଶୁଣିଥିବେ। ଏମିତି ଏକ ଖବର ଏବେ ପୁଣି ଚର୍ଚ୍ଚାକୁ ଆସିଛି। ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜଙ୍ଗଲରେ ବାଘୁଣିର ପଞ୍ଝାରେ ଫସି ଯାଇଥିଲେ ମାଲିକ। ମାଲିକକୁ ବଞ୍ଚେଇବାକୁ ଯାଇ ମଇଁଷି ନିଜ ଜୀବନକୁ ବାଜି ଲଗାଇଲା। ମାଲିକକୁ ନୂଆ ଜୀବନ ଦାନ ଦେଲ।।

mp09
pc: Aajtak

ବାନ୍ଧବଗଡ଼ ଜଙ୍ଗଲରେ ‘ଟାଇଗର ରିଜର୍ଭ’ ରହିଛି। ଏହା ପାଖରେ ଥିବା ସଟେ ଗାଁର ଲୋକମାନେ ଘରେ ପାଳୁଥିବା ମଇଁଷିମାନଙ୍କୁ ଚରେଇବା ପାଇଁ ଏହି ଜଙ୍ଗଲ ପାଖକୁ ଆଣିଥାନ୍ତି। ସୂଚନା ମୁତାବକ ଏହି ଗାଁର ମଇଁଷି ଚରାଳି ରାମକିଶୋର ଯାଦବ ମଇଁଷିମାନଙ୍କୁ ନେଇ ଜଙ୍ଗଲକୁ ଆସିଥିଲା। ପରେ ସେମାନଙ୍କୁ ପାଣି ପିଆଇବା ପାଇଁ ତାଙ୍କୁ ପାଖରେ ଥିବା ନାଳକୁ ନେଇଥିଲ।ା କିନ୍ତୁ ସେଠାରେ ଲୁଚି ରହିଥିବା ବାଘୁଣି ଅଚାନକ ସେ ଲୋକ ଉପରେ ଆକ୍ରମଣ କରିଥିଲା। ସାହାଯ୍ୟ ପାଇଁ ମଧ୍ୟ ଡାକିଲେ। ଏଭଳି ଅବସ୍ଥାରେ ମଇଁଷିଟି ନିଜ ଜୀବନକୁ ବିପଦରେ ପକାଇ ମାଲିକର ଜୀବନକୁ ରକ୍ଷା କରିଥିଲା। ସେଠାରେ ଥିବା ଅନ୍ୟ ମଇଁଷିମାନେ ମଧ୍ୟ ମାଲିକକୁ ବଞ୍ଚେଇବାକୁ ଆସିଗଲେ। ଏହାକୁ ଦେଖି ବାଘୁଣି ଡରିଯାଇ ଲୋକଟିକୁ ଛାଡି ଜଙ୍ଗଲକୁ ପଳାଇଥିଲା।

mp0976
pc: AajTak

ଏହାପରେ ଲୋକଟି ଫୋନ ମାଧ୍ୟମରେ ବନ ବିଭାଗ ଓ ଗାଁ ଲୋକଙ୍କୁ ଜଣାଇଥିଲା। ଶେଷରେ ଲୋକଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ରାମକିଶୋର ସୁସ୍ଥ ଅଛନ୍ତି। ନିଜକୁ ସୁରକ୍ଷିତ ପାଇବାର ସବୁ ଶ୍ରେୟ ସେ ନିଜ ମଇଁଷିମାନଙ୍କୁ ଦେଇଛନ୍ତି। ଏହାସହ ବନବଭାଗ ପକ୍ଷରୁ ‘ଟାଇଗର ରିସର୍ଟ’ର ଆଖପାଖରେ ଆଲର୍ଟ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.