ସ୍ତ୍ରୀର ଗଣଦୁଷ୍କର୍ମ କରେଇଲା ସ୍ୱାମୀ! ନିଜ ଫାର୍ମ ହାଉସ୍ରେ ରଖିଥିଲା ସେକ୍ସ ଟୟ, ରାତି ଅଧ ଯାଏ ଚାଲୁଥିଲା ନ୍ୟୁଡ୍ ପାର୍ଟି; ଜାଣନ୍ତୁ ଘଟଣା

ଛତିଶଗଡ଼ରୁ ଅତି ଆଶ୍ଚର୍ଯ୍ୟ କଲା ଭଳି ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଆପଣ ସହଜରେ ଘଟଣାକୁ ବିଶ୍ୱାସ କରି ପାରିବେ ନାହିଁ। ସାତ ଜନ୍ମ ପାଇଁ ସ୍ତ୍ରୀ ଯେଉଁ ସ୍ୱାମୀର ହାତ ଧରିଥିଲା, ସେହି ହିଁ ତା’ର ସର୍ବସ୍ୱ ଲୁଟି ନେଲା। ନିଜେ ତ ଯାହା କଲା, ନିଜ ସାଙ୍ଗମାନଙ୍କୁ ବି ଏଥିରେ କୁକୁର ଭଳି ଲଗେଇ ଦେଲା। ଘଟଣାଟି ଅତି ସମ୍ବେଦନଶୀଳ ରହିଛି। ବାସ୍ତବ କଥା ହେଉଛି, ଏଠାରେ ଜଣେ ସ୍ୱାମୀ ସାଙ୍ଗମାନଙ୍କ ଦ୍ୱାରା ନିଜ ସ୍ତ୍ରୀର ଗଣଦୁଷ୍କର୍ମ କରେଇଛି। ନିଜେ ମଧ୍ୟ ସ୍ତ୍ରୀର ଇଜ୍ଜତ ଲୁଟିବାକୁ ପଛଘୁଞ୍ଚା ଦେଇନି। ଯୋଜନାବଦ୍ଧ ଭାବେ ସ୍ତ୍ରୀ ସହ ଗଣଦୁଷ୍କର୍ମ କରେଇଥିବା ଏହି ରାକ୍ଷସ ସ୍ୱାମୀର କୁକର୍ମ ଏତିକିରେ ସୀମିତ ନାହିଁ। ଆସନ୍ତୁ ଜାଣିବା କ’ଣ ରହିଛି ପୂରା ଘଟଣା।
ସ୍ତ୍ରୀକୁ ଅସଦାଚରଣ କରିଥିବା ସ୍ୱାମୀ ଜଣକ ହେଉଛନ୍ତି ଜଣେ ବିଲ୍ଡର। ଗୋଟିଏ ପଟେ ସ୍ତ୍ରୀ ସହ ଅମାନବିକ କାର୍ଯ୍ୟ କରୁଥିବା ବେଳେ ଆରପଟେ ନିଜ ଫାର୍ମ ହାଉସକୁ ଅୟସ୍, ଆରାମର ଏକ ଆଡ୍ଡାସ୍ଥଳୀ କରି ଦେଇଥିଲେ। ଏଠାରେ ଥିବା ବାରରେ ମହଙ୍ଗା ମଦ ବୋତଲ ସବୁ ପୋଲିସ ହାତରେ ଲାଗିଛି। ଏତିକି ନୁହେଁ, ବିଳାସପୂର୍ଣ୍ଣ ଅଡି କାର ମଧ୍ୟ ପାର୍କିଂ ହୋଇଛି। ଛୋଟ ଛୋଟ କଟେଜ୍ ବି ନିର୍ମାଣ ହୋଇଛି। ଭ୍ରମଣ ପାଇଁ ଛୋଟ ଟ୍ରାଭେଲିଂ ଗାଡ଼ି ଏବଂ ସ୍ପୋର୍ଟସ୍ ସାଇକେଲ ରଖାଯାଇଛି। ଏପରି କି, ଫାର୍ମ ହାଉସରେ ସେକ୍ସ ଟୟ ମଧ୍ୟ ପୋଲିସ ଜବତ କରିଛି। ଆସବାବପତ୍ରଠାରୁ ଆରମ୍ଭ କରି କୋଠରୀ ପର୍ଯ୍ୟନ୍ତ ଅର୍ଥାତ୍ ଏଠାରେ ଥିବା ସବୁକିଛି ଜିନିଷ ଏକଦମ୍ ବିଳାସପୂର୍ଣ୍ଣ ରହିଛି।
ଫାର୍ମ ହାଉସରେ ଅୟସ୍, ଆରାମର ସବୁ ଜିନିଷ ଉପଲବ୍ଧ
ବିଲ୍ଡର ରାଜେଶ ବିଶ୍ୱକର୍ମା ଛତିଶଗଡ଼ର ୩୨ ବର୍ଷୀୟା ଶିକ୍ଷୟିତ୍ରୀଙ୍କୁ ବିବାହ କରିଛନ୍ତି। କିନ୍ତୁ ସେ ସ୍ତ୍ରୀଙ୍କୁ ଅତ୍ୟାଚାର କରିବା ସହ ସାଙ୍ଗମାନଙ୍କ ଦ୍ୱାରା ଗଣଦୁଷ୍କର୍ମ କରାଇଥିଲେ। ତାଙ୍କ ଫାର୍ମ ହାଉସରେ ବିଳାସପୂର୍ଣ୍ଣ ସମସ୍ତ ଜିନିଷ ଉପଲବ୍ଧ ରହିଛି। କୋଠରୀଗୁଡ଼ିକରେ ମହଙ୍ଗା ଶଯ୍ୟା, ସୋଫା, ଆଲମାରୀ ଏବଂ ଅନ୍ୟାନ୍ୟ ଜିନିଷ ରଖା ହୋଇଛି। ରାଜେଶଙ୍କ କର୍ମଚାରୀ ଅଙ୍କେଶ ବଘେଲ ଫାର୍ମ ହାଉସର ଦେଖାଶୁଣା କରନ୍ତି। ଫାର୍ମ ହାଉସରେ ଅନେକ ନଗ୍ନ ପାର୍ଟି ମଧ୍ୟ ଆୟୋଜିତ ହୋଇଛି।
ପୋଲିସ ଅନୁସନ୍ଧାନରେ ଖୁଲାସା
ଏ ପର୍ଯ୍ୟନ୍ତ ପୋଲିସ ଅନୁସନ୍ଧାନରୁ ଜଣା ପଡିଛି ଯେ ଅଭିଯୁକ୍ତମାନେ ଝିଅମାନଙ୍କୁ ଫାର୍ମ ହାଉସକୁ ଆଣୁଥିଲେ। ସେମାନଙ୍କ ସହିତ ଏଠାରେ ଅୟସ୍ କରୁଥିଲେ। ଅଧିକାଂଶ ଝିଅମାନଙ୍କୁ ବିଲ୍ଡରଙ୍କ ସାଙ୍ଗ ବିପିନ ଓ କର୍ମଚାରୀ ଅଙ୍କେଶ ଆଣୁଥିଲେ। ତେବେ ଏଭଳି କାମ କରୁଥିବା ଅଭିଯୋଗରେ ପୋଲିସ ଅଙ୍କେଶ ବଘେଲ, ବିପିନ ଓ ବିବେକଙ୍କୁ ଗିରଫ କରି ନେଇଛି। ପୀଡିତା ମହିଳା ଅଭିଯୋଗ କରିଛନ୍ତି କି, ସେ ଏଠାରେ ଅନେକ ଥର ଝିଅମାନେ ଆସି ପାର୍ଟି କରୁଥିବାର ଦେଖିଛନ୍ତି।
ଚୀନର କୃତ୍ରିମ ସାମଗ୍ରୀ ଜବତ
ଫାର୍ମ ହାଉସ୍ରୁ ସେକ୍ସ ଟୟ ଏବଂ କୃତ୍ରିମ ଅସ୍ତ୍ରଶସ୍ତ୍ର ମିଳିଛି। ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି ଯେ ପୋଲିସ ଏଠାରୁ ଚୀନର କୃତ୍ରିମ ଛୁରୀ ଓ କୁରାଢ଼ି ସେଟ୍ ସମେତ ଅନ୍ୟାନ୍ୟ ଜିନିଷ ଜବତ କରିଛି। ତେବେ ଏହି ଗଣଦୁଷ୍କର୍ମ ମାମଲାକୁ ନେଇ ବରିଷ୍ଠ ଅଧିକାରୀମାନେ ଫାର୍ମ ହାଉସର ଦସ୍ତାବିଜ ଯାଞ୍ଚ କରିବାକୁ କହିଛନ୍ତି। ଘଟଣାର ଅନୁସନ୍ଧାନ କରୁଥିବା ଅଧିକାରୀ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରନ୍ତି। ପୋଲିସ ଏଠାରେ ଲାଗିଥିବା ସିସିଟିଭି କ୍ୟାମେରା ଏବଂ ଡିଭିଆର ଜବତ କରି ଅଧିକ ତଦନ୍ତ ଜାରି ରଖିଛି।