ନୋ ପାର୍କିଂରେ ଥିବା ଗାଡିର ଫଟୋ ଉଠାଇ ପଠାନ୍ତୁ, ସରକାର ଆପଣଙ୍କୁ ଦେବେ ଟଙ୍କା

କେନ୍ଦ୍ର ସରକାର ରାଜଧାନୀ ଦିଲ୍ଲୀ ରାସ୍ତାରେ ପାର୍କିଂ ରୋକିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା କରିଛନ୍ତି। ସରକାରଙ୍କର ଏହି ଯୋଜନା ମୁତାବକ, ରାସ୍ତାରେ ପାର୍କିଂ କରିବା ଦ୍ୱାରା ଗାଡି ଗୁଡିକର ଫଟୋ ଉଠାଇ ସମ୍ବନ୍ଧିତ ବିଭାଗକୁ ପଠାଇବା ଦ୍ୱାରା ଜରିମାନାର ଏକ ଭାଗ ଫଟୋ ଉଠାଇଥିବା ବ୍ୟକ୍ତିଙ୍କୁ ଦିଆଯିବ। ସୂଚନା ଅନୁଯାୟୀ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ବହୁତତ ଜଲଦି ଏପରି ଯୋଜନା ନେଇ ଆସିବେ। କିନ୍ତୁ ଜରିମାନାର କେତେ ଭାଗ ଫଟୋ ଉଠାଇଥିବା ବ୍ୟକ୍ତିଙ୍କୁ ଏବଂ କେତେ ଭାଗ ରିପୋର୍ଟ କରିଥିବା ବ୍ୟକ୍ତିଙ୍କୁ ମିଳିବ ତାହା ବର୍ତ୍ତମାନ ସ୍ଥିର କରାଯାଇନାହିଁ। ସରକାରଙ୍କ କହିବା ଅନୁଯାୟୀ ଦିଲ୍ଲୀରେ ରାସ୍ତା ଉପରେ ପାର୍କିଂ ହେବା ଖୁବ୍‌ ଚିନ୍ତାର ବିଷୟ।

ଏହାସହ ପଢନ୍ତୁ: ସାମ୍‌ସଙ୍ଗ ଷ୍ଟୋରରେ ଏମିତି କିଛି କରୁଥିଲା ପିଲାଟି ଭିଡିଓ ହେଲା ଭାଇରାଲ, ଆଉ ଉପହାର ମିଳିଲା ତିନି ତିନିଟି ଟ୍ୟାବ୍‌

carରିପୋର୍ଟ ଅନୁଯାୟୀ ଗତ ବୁଧବାର ଦିନ ସଡକ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ରାଜ୍ୟର ସହରରେ ରିଙ୍ଗ ରୋଡ କରିବା ପାଇଁ ମୁଁ ୫୦-୫୦ ର ଫର୍ମୁଲା କଥା କହିଥିଲି କିନ୍ତୁ ଏଥିପାଇଁ ରାଜ୍ୟ ପ୍ରସ୍ତୁତ ନାହିଁ। ଏଥିସହ ମନ୍ତ୍ରୀ କହିଛନ୍ତି ମୁଁ ଆଜି ଏକ ପ୍ରସ୍ତାବ ଉପରେ ଚର୍ଚ୍ଚା କରିଛି। ଏହାଦ୍ୱାରା ରାଜ୍ୟ ସରକାର କେନ୍ଦ୍ର ଏବଂ ଇନ୍ଫ୍ୟାଷ୍ଟ୍ରକ୍ଚର ଏବଂ ସର୍ଭିସକୁ ନେଇ ସୁବିଧା ଦେବ। ଯାହା ଦ୍ୱାରା ଆମେ ରିଙ୍ଗ ରୋଡ୍‌ କରିପାରିବା। ଏଥିସହ ସରକାର ଏହା ମଧ୍ୟ କହିଛନ୍ତି ନ୍ୟାସନାଲ ହାଇେଓ୍ଵ ଅଥରିଟି ଅଫ୍‌ ଇଣ୍ଡିଆର ଟୋଲ କଲେକ୍ସନ ଆସନ୍ତା ଦୁଇ ବର୍ଷରେ ୩୦ ହଜାର କୋଟି ଟଙ୍କା ହେବ। ଏହାଦ୍ୱାରା ଏନଏଚଏଆଇ କୁ ମଧ୍ୟ ଟଙ୍କାର କୌଣସି ସମସ୍ୟା ରହିବ ନାହିଁ।

You might also like