MSME ଗୁରୁତ୍ୱ ସହ ୧୫ ହଜାର ଟଙ୍କାରୁ କମ ବେତନ ପାଉଥିବା କର୍ମଚାରୀଙ୍କ ଇପିଏଫ୍ ଭରିବେ କେନ୍ଦ୍ର ସରକାର, ଜାଣନ୍ତୁ ଆପଣଙ୍କୁ କେତେ ମିଳିବ

କେନ୍ୟୁଜ୍ (ବ୍ୟୁରୋ): ଲକ୍‌ଡାଉନ୍‌ ବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏମଏସ୍‌ଏମ୍‌ଇ। ଏହି କ୍ଷେତ୍ରକୁ ସବୁଠ ଅଧିକ ଗୁରୁତ୍ୱ ଦିଆଯାଇଛି। ଏମଏସ୍‌ଏମଇର ସଂଜ୍ଞା ମଧ୍ୟ ପରିବର୍ତ୍ତନ କରାଯାଇଛି। ବହୁ ଦିନ ଧରି ଏଥି ପାଇଁ ଦାବି ହୋଇ ଆସୁଥିଲା। ଏମଏସ୍‌ଇ କ୍ଷେତ୍ରରେ ନିବେଶ ସୀମା ବୃଦ୍ଧି ପାଇଛି। ବାର୍ଷିକ କାରବାର କ୍ଷେତ୍ରରେ ଅତିରିକ୍ତ ମାପଦଣ୍ଡ ନିର୍ଦ୍ଧାରଣ ହେବ। ଉତ୍ପାଦନ ଏବଂ ସେବା କ୍ଷେତ୍ର ମଧ୍ୟରେ ପ୍ରଭେଦ ହଟିବ। ଏଥିପାଇଁ ଆବଶ୍ୟକ ସଂଶୋଧନ ଆଇନ୍‌ ଆସିବ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ପ୍ଲାଣ୍ଟ ଏବଂ ଯନ୍ତ୍ରପାତି କିଣିବାରେ ନିବେଶ ପାଇଁ ନୂଆ ସୀମା ସୀମା ନିର୍ଦ୍ଧାରଣ କରାଯାଇଛି।

NIRMALA SITARAMAN

୧ କୋଟି ଯାଏ ନିବେଶ ଏବଂ ବାର୍ଷିକ କାରବାର ୫ କୋଟି ଥିଲେ ତାହା ଅଣୁ ଉଦ୍ୟଗ ଭାବେ ଗ୍ରହଣ କରାଯିବ। ସେହିପରି ୧୦ କୋଟି ନିବେଶ ଓ ୫୦ କୋଟି ଟଙ୍କାର ବାର୍ଷିକ କାରବାର ଥିଲେ ତାହା କ୍ଷୁଦ୍ର ଉଦ୍ୟୋଗରେ ଗଣାଯିବ। ଯେଉଁ ଉଦ୍ୟୋଗରେ ନିବେଶ ୨୦ କୋଟି ଟଙ୍କା ଥିବା ଏବଂ ବାର୍ଷିକ କାରବାର ଶହେ କୋଟି ଟଙ୍କା ଥିବ ତାହା ମଧ୍ୟମ ଉଦ୍ୟୋଗ ଭାବେ ଗଣାଯିବ। ଯେଉଁ ଏମ୍‌ଏସ୍‌ଏମ୍‌ଇର ବାର୍ଷିକ କାରବାର ୧୦୦ କୋଟି ଯାଏ ରହିଛି, ସେହି କଂପାନୀଗୁଡିକ ପାଇଁ ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ କୋଟି ଟଙ୍କାର ଋଣ ବ୍ୟବସ୍ଥା କରାଯାଇଛି। ସେହିପରି ୨୦୦ କୋଟି ଟଙ୍କାରୁ କମ୍‌ ହେଲେ ଗ୍ଲୋବାଲ ଟେଣ୍ଡରକୁ ଅନୁମତି ମିଳିବ ନାହିଁ। ଭାରତୀୟ କମ୍ପାନୀ ଗୁଡିକ ବଦେଶୀ କମ୍ପାନୀ ସହ ପ୍ରତିଯୋଗିତାର ସାମ୍ନା କରୁଥିବାରୁ ଏପରି ବ୍ୟବସ୍ଥା କରାଯାଇଛି ।

ସେହିଭଳି  ଇପିଏଫ୍‌ ପାଇଁ ବଡ ସହାୟତା ଘୋଷଣା କରିଛନ୍ତି ସରକାର। ୧୫ ହଜାର ଟଙ୍କାରୁ କମ ବେତନ ପାଉଥିବା କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଦେବେ ଇପିଏଫ୍‌ । ସଂସ୍ଥାଗୁଡିକୁ ଇପିଏଫ ଯୋଗଦାନ ପାଇଁ ୨୫ ଶହ କୋଟି ଟଙ୍କାର ସହାୟତା ଘୋଷଣା ହୋଇଛି। ଆସନ୍ତା ତିନି ମାସ ପାଇଁ ଏହି ସହାୟତା ମିଳିବ। ଅର୍ଥାତ୍‌ ୩ ମାସ ପର୍ଯ୍ୟନ୍ତ ସରକାର ଏହି ରାଶି ପ୍ରଦାନ କରିବେ। ୩ ଲକ୍ଷ ୬୭ ହଜାର ସଂସ୍ଥା ଏବଂ ୭୨ ଏକ୍ଷ ଲୋକ ଏଥିରୁ ଉପକୃତ ହେବେ। ସେହିପରି କମ୍ପାନୀମାନେ ୧୨ ପ୍ରତିଶତ ବଦଳରେ ୧୦ ପ୍ରତିଶତ ଇପିଏଫ୍‌ ଜମା କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.