କେରଳ ସରକାରଙ୍କ ଐତିହାସିକ ନିଷ୍ପତ୍ତି ; ଦେଶରେ ପ୍ରଥମଥର ଫେବୃଆରୀ ୧୪ରେ କିନ୍ନରଙ୍କ ହାତ ଧରିବେ ଆଉ ଜଣେ କିନ୍ନର

ନୂଆଦିଲ୍ଲୀ : ଦେଶରେ ପ୍ରଥମଥର ପାଇଁ କେରଳ ସରକାର ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ଯାଉଛନ୍ତି । ଜଣେ ଟ୍ରାନ୍ସଜେଣ୍ଡର ଦମ୍ପତି ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍ ୧୪ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି। LGBT ସମ୍ପ୍ରଦାୟ ପାଇଁ ଏହି ଆଇନ ପ୍ରଣୟନ ହୋଇଥିଲେ ବି ଏପର୍ଯ୍ୟନ୍ତ ଦେଶରେ କୌଣସି ସମଲିଙ୍ଗୀ ବିବାହାକୁ ଆଇନ ସ୍ୱିକୃତି ମିଳି ନାହିଁ । ପ୍ରଥମଥର ପାଇଁ କେରଳ ସରକାର ସମଲିଙ୍ଗୀ ବିବାହକୁ ଆଇନର ସ୍ୱୀକୃତି ଦେଇ ଇତିହାସ ରଚିବାକୁ ଯାଉଛନ୍ତି । ପୁର୍ବରୁ ଦେଶରେ ଅନେକ ସମଲିଙ୍ଗୀ ବିବାହ ହୋଇଛି । ହେଲେ ସେମାନେ ତାଙ୍କର ବିବାହକୁ ମହିଳା ଓ ପୁରୁଷ କାଟାଗୋରୀରେ ପଞ୍ଜିକରଣ କରିଛନ୍ତି ।

ଭାରତରେ କିନ୍ନର ମାନଙ୍କ ଅଧିକାର ପାଇଁ ୨୦୧୯ ରେ ତୃତୀୟ ଲିଙ୍ଗ ବ୍ୟକ୍ତି ଅଧିକାର ସଂରକ୍ଷଣ ୨୦୧୯ ନାମକ ଏକ ଆଇନ ପ୍ରଣୟନ କରାଯାଇଥିଲା । ଏହି ଆଇନ ଲାଗୁ ହେବା ପରେ ଏବେ ବି ଦେଶରେ ତୃତୀୟ ଲିଙ୍ଗୀଙ୍କୁ ସାମାଜିକ ନ୍ୟାୟ ମିଳିବାରେ ବିଳମ୍ବ ହୋଇଛି । ଦେଶରେ କୌଣସି ସମଲିଙ୍ଗୀ ବିବାହାକୁ ଆଇନ ସ୍ୱିକୃତି ମିଳି ନାହିଁ ।

କେରଳର ଏହି ଟ୍ରାନ୍ସଜେଣ୍ଡର ଦମ୍ପତି ଅତୁଳନୀୟ । ଉଭୟ ଉଚ୍ଚ ଶିକ୍ଷିତ ଓ ନିଜ ଭବିଷ୍ୟତକୁ ନେଇ ସେମାନେ ବଡ ପଦ ପଦବୀରେ ଚାକିରୀ କରିଛନ୍ତି । ତ୍ରୀସୁର ବାସିନ୍ଦା ମନୁ କାର୍ତ୍ତିକ ଏକ ମଲ୍ଟିନ୍ୟାସନାଲ କମ୍ପାନୀର ଏଚଆର ଅଛନ୍ତି । ସେପଟେ ଥିରୁଅନନ୍ତପୁରମ ବାସିନ୍ଦା ଶୟାମା ଏସ୍ ପ୍ରଭୁ କେରଳର ସାମାଜିକ ନ୍ୟାୟ ତୃତୀୟ ଲିଙ୍ଗୀ ବିଭାଗର ଷ୍ଟେଟ ପ୍ରୋଜେକ୍ଟ ଅଫିସର ଅଛନ୍ତି ।

ସୂଚନାନୁଯାୟୀ, ମନୁ ଓ ଶୟାମା ବହୁ ଦିନ ଆଗରୁ ପରସ୍ପର ସହ ପରିଚିତ ଥିବା ବେଳେ ମନୁ ୪ ବର୍ଷ ପୂର୍ବରୁ ଶୟାମାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ହେଲେ ଶୟାମା ନିଜ ପରିବାର ମୁତାବକ ବିବାହ ପାଇଁ ସହମତି ପ୍ରକାଶ କରିବାକୁ ଡେରି କରିଦେଇଥିଲେ । ଗତବର୍ଷ ଶୟାନା ବିବାହ ପାଇଁ ରାଜି ହୋଇଥିବାରୁ କରୋନା ମହାମାରୀ ପାଇଁ ଏହି ବିବାହ ଡେରି ହୋଇଛି । ତେବେ କେରଳ ସରକାରଙ୍କ ସ୍ୱୀକୃତି କ୍ରମେ ଚଳିତ ମାସ ଫେବୃଆରୀ ୧୪ ତାରିଖ ଏହି ବିବାହ ଅନୁଷ୍ଠିତ ହେବ ।

 

Leave A Reply

Your email address will not be published.