ଦେଶରେ ଜନସଂଖ୍ୟା ବୃଦ୍ଧିହାରକୁ ପଛରେ ପକାଇ ଦେଇଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁସଂଖ୍ୟା

ଦିନକୁ ଦିନ ଦେଶରେ ଜୀବନ ହାରିବା ଭଳି ଖବର ଥମିବାର ନା ଧରୁନାହିଁ । ଏହା ଦୃତ ଗତିରେ ବଢିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧିର ହାର ଅପେକ୍ଷା ଏବେ ଛାତ୍ର ମାନଙ୍କ ଜୀବନ ହାରିବାର ଖବର ବଢୁଛି । ଏବେ ଏହି ମୃତ୍ୟୁ ସଂଖ୍ୟା ଏକ ଟ୍ରେଣ୍ଡରେ ପହଞ୍ଚିଲାଣୀ । ଏନସିଆରବି (ନ୍ୟାସନାଲ କ୍ରାଇମ ବ୍ୟୁରୋ ) ରୁ ଆସିଛି ଏହି ସାଂଘାତିକ ଖବର ।
ଏହି ରିପୋର୍ଟର ତଥ୍ୟ ଅନୁସାରେ ଦେଶରେ ଏକ ବର୍ଷରେ ଜୀବନ ହାରିବାର ଜନସଂଖ୍ୟା ଦୁଇ ପ୍ରତିଶତ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଖବର ଚାରି ପ୍ରତିଶତ ରହୁଛି । ମହାରାଷ୍ଟ୍ର, ତାମିଲନାଡୁ, ମଧ୍ୟ ପ୍ରଦେଶ ରାଜ୍ୟରେ ସବୁଠାରୁ ଅଧିକ ମାତ୍ରାରେ ଛାତ୍ରଛାତ୍ରୀ ଜାବନ ହାରୁଥିବା ରିପୋର୍ଟରେ ରହିଛି । ଏହି ତିନି ରାଜ୍ୟରେ ଜୀବନ ହାରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି । ଏହି ସଂସ୍ଥା ବିଶ୍ୱବ୍ୟାପି ସ୍କୁଲ ପ୍ରଶାସନକୁ ପ୍ରଶିକ୍ଷଣ ଦେବାରେ ସହଯୋଗ କରିଥାଏ । ଆଇସି ୩ରେ ଛାତ୍ରଛାତ୍ରୀ ଜୀବନ ହାରିଥିବା କେସ ଶିର୍ଷରେ ରହିଛି । ମହାମାରୀ ଭଳି ଭାରତରେ ଏହା ବଢିବାରେ ଲାଗିଛି ।

ଯଦି ଦେଖିବା ୨୦୨୨ ମସିହାରେ ଜୀବନ ହାରିଥିବା ପରୁଷ ଛାତ୍ର ୫୩ ପ୍ରତିଶତ ଥିଲେ । ୨୦୨୧ ରୁ ୨୦୨୨ ମଧ୍ୟରେ ଛାତ୍ରଙ୍କଜୀବନହାରିବା ସଂଖ୍ୟା ୬ ପ୍ରତିଶତ କମିଛି । କିନ୍ତୁ ୭ ପ୍ରତିଶତ ଛାତ୍ରୀଙ୍କ ଜୀବନ ହାରିବାର ସଂଖ୍ୟା ବୃଦ୍ଧି ହୋଇଛି । ପୁରୁଷ ଛାତ୍ରଙ୍କ ଜୀବନ ହାରିବା ସଂଖ୍ୟା ଠାରୁ ଛାତ୍ରୀଙ୍କ ସଂଖ୍ୟା ଜୀବନ ହାରିବାରେ ଅଧିକ ରହିଛି । ଏହା ଏକ ଚିନ୍ତାଜନକ ବିଷୟ । ଶିକ୍ଷା କ୍ଷେତ୍ରରେ ଅଧିକ ଚାପ ପଡିଛି ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ନିଜ ଜୀବନ ହାରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଗତ ଦଶନ୍ଧି ମଧ୍ୟରେ ୦ରୁ ୨୪ ବର୍ଷ ମଧ୍ୟରେ ଜନସଂଖ୍ୟା ୫୮.୨ କୋଟିରୁ ୫୮.୧ କୋଟିକୁ ଦ୍ରାସ ପାଇଥିବା ବେଳେ ୬,୬୫୪ ରୁ ୧୩,୦୪୪ କୁ ବଢିଛି । ଏହି ଅନୁସନ୍ଧାନ ଉପରେ ଆଇସି ୩ର ପ୍ରତିଷ୍ଠାତା ଗଣେଷ କୋହଲି କହିଛନ୍ତି ଶିକ୍ଷାର୍ଥୀ ମାନଙ୍କର ଯୋଗ୍ୟତା ଓ ଦକ୍ଷତାକୁ କିଭଳି ବିକାଶ କରାଯାଇପାରିବ ସେଥିପାଇଁ ଆମେ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଧ୍ୟାନ ଦେଉଅଛୁ ।