ବିଶ୍ୱରେ କରୋନାର ସାଂଘାତିକ ରୂପ: ୨୪ ଘଣ୍ଟାରେ ୩୧ ଲକ୍ଷ ୭୨ ହଜାର ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ସଂକ୍ରମଣର ସାଂଘାତିକ ରୂପ । ଲଗାତର ୩ ଦିନ ହେବ ୩୦ ଲକ୍ଷ ଉପରେ ସଂକ୍ରମଣ। ୨୪ ଘଣ୍ଟାରେ ୩୧ ଲକ୍ଷ ୭୨ ହଜାର ସଂକ୍ରମିତ ଚିହ୍ନଟ । ଗୋଟିଏ ଦିନରେ ୭ ହଜାର ୨୯୯ ରୋଗୀ ମୃତ । ଆମେରିକାରେ ବେଲଗାମ କରୋନା । ଗୋଟିଏ ଦିନରେ ୮ ଲକ୍ଷ ୬ ହଜାର ୪୯୩ କରୋନା ପଜିଟିଭ କେସ । ପ୍ରାଣ ହରାଇଛନ୍ତି ୧ହଜାର ୯୬୯ ରୋଗୀ । ଫ୍ରାନ୍ସରେ କରୋନା ବ୍ରେକଫେଲ ।

୨୪ ଘଣ୍ଟାରେ ୩ ଲକ୍ଷ ୫ହଜାର ୩୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫ୍ରାନ୍ସରେ ଗୋଟିଏ ଦିନରେ ୨୨୫ ଜଣଙ୍କ ମୃତ୍ୟୁ । ଇଟାଲୀରେ ୧ଲକ୍ଷ ୮୪ ହଜାର କରୋନା କେସ । ସ୍ପେନରେ ୧ ଲକ୍ଷ ୫୯ ହଜାରରୁ ଅଧିକ ପଜିଟିଭ ଚିହ୍ନଟ । ଆର୍ଜେଣ୍ଟିନାରେ ୧ ଲକ୍ଷ ୨୮ ହଜାର ମାମଲା ସାମନାକୁ ଆସିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.