ଦେଶରେ ୫୦ ହଜାର ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା, ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷରୁ ଅଧିକ ଟପିଲା

କେନ୍ୟୁଜ୍(ବ୍ୟୁରୋ):  ଦେଶରେ ୫୦ ହଜାର ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା । ଆମେରିକା, ବ୍ରାଜିଲ୍‌, ମେକ୍ସିକୋ ପରେ ମୃତ୍ୟୁ ସଂଖ୍ୟାରେ ଚତୁର୍ଥ ସ୍ଥାନରେ ରହିଛି ଭାରତ । ଦେଶରେ କରୋନା ମୃତ୍ୟୁହାର ୧.୯ ପ୍ରତିଶତ ଥିବା ବେଳେ ଏହାର ବିଶ୍ୱର ମୃତ୍ୟୁହାରଠାରୁ ୩.୫ ପ୍ରତିଶତ କମ୍‌ । ଅଧିକ ଆକ୍ରାନ୍ତ ଥିବା ଦେଶ ତୁଳନାରେ ଭାରତରେ କରୋନା ମୃତ୍ୟୁ ନିୟନ୍ତ୍ରଣରେ ରହିଛି ।

କରୋନା ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ରହିଛି । ଆମେରିକା ଓ ବ୍ରାଜିଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି । ମାର୍ଚ୍ଚ ୧୨ ତାରିଖରେ ଭାରତରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷରୁ ଅଧିକ ହେଲାଣି । ଗତକାଲି ଗୋଟିଏ ଦିନରେ ଦେଶରେ ରେକର୍ଡ ୮ ଲକ୍ଷ ୬୮ ହଜାର ୬୭୦ ନମୁନା ପରୀକ୍ଷା କରାଯାଇଛି । ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୩୪୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ଲଗାତାର ଭାବେ ୯ମ ଦିନ ପାଇଁ ଦେଶରେ ଦିନକରେ ୬୦ ହଜାରେ ରୁ ଅଧିକ ପଜିଟିଭ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମଣ ସଂଖ୍ୟା ୨୫ ଲକ୍ଷ ୮୯ ହଜାରରୁ ଅଧିକ ପାର ହୋଇଛି । ଯେବେକି ଗତ ୨୪ ଘଣ୍ଟାରେ ୯୪୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.