ଦେଶ ବିଦେଶ

ଡାକ୍ତରଙ୍କୁ ଚା ନମିଳିବାରୁ ଅଧାରୁ ବନ୍ଦ କଲେ ଅପରେସନ୍‌, ଜାଣନ୍ତୁ ପୂରା ଘଟଣା

ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ରୂପ କୁହାଯାଏ । କିନ୍ତୁ ଯଦି ଡାକ୍ତର ହିଁ ଅପରସେନ ଅଧାରୁ ଛାଡ଼ି ପଳାଏ ତେବେ ରୋଗୀ କଣ କରିବ । କାହା ଉପରେ ଭରଷା କରିବ । ଆଉ ଡାକ୍ତର ଯେଉଁ କାରଣ ପାଇଁ ଅପରେସନ ଅଧାରୁ ଛାଡ଼ି ପଲାଇଛନ୍ତି ସେ କଥା ଜାଣିଲେ ବି ଆପଣ ତାଜୁବ ହୋଇଯିବେ । ରୋଗୀ ଯେତେବେଳେ ଭୟଙ୍କର ରୋଗରେ ପିଡ଼ିତ ଥାଏ ସେତେବେଳେ ତାର ସାହା ଭରଷା ଡାକ୍ତର ହିଁ ଥାନ୍ତି । ରୋଗୀଙ୍କ ଜୀବନ ବଞ୍ଚାଉଥିବାରୁ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କହିବା କିଛି ଭୁଲ ନୁହେଁ । କିନ୍ତୁ ବର୍ତ୍ତମାନ ଡାକ୍ତରଙ୍କୁ ନେଇ ଏଭଳି ଏକ ଅଭାବନୀୟ ଖବର ଆସିଛି, ଯାହା ବିଷୟରେ ଆପଣମାନେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇ ବସିବେ । କାରଣ ଘଟଣାଟି ଏପରି ଯେ ଆପଣ ଚିନ୍ତାରେ ପଡ଼ିଯିବେ । ତେବେ ଜଣେ ଡାକ୍ତରଙ୍କୁ ଚା’ ନମିଳିବାରୁ ସେ ଅପରେସନ ଅଧାରୁ ଛାଡ଼ି ପଳାଇଛନ୍ତି । ଆପଣଙ୍କୁ କଥା ଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଘଟଣାଟି ସମ୍‌ୂର୍ଣ୍ଣ ସତ । ସାମାନ୍ୟ ଚା’ ଟିକେ ନ ମିଳିବାରୁ ବନ୍ଦ ହୋଇଗଲା ଅପରେସନ ।

ଚା’ର ନିଶା କୌଣସି ମାଦକ ଦ୍ରବ୍ୟର ନିଶା ଠାରୁ କମ ନୁହେଁ । କିନ୍ତୁ ସାମାନ୍ୟ ଚା’ ପାଇଁ ଅପରେସନ ଅଧାରୁ ବନ୍ଦ କରିବା ଘଟଣା ଆପଣ କେବେ ହୁଏତ ଶୁଣି ନଥିବେ । ତେବେ ଏଭଳି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ଉପରାଜଧାନୀ ନାଗପୁର ଜିଲ୍ଲାରୁ ସାମ୍ନାକୁ ଆସିଛି । ଠିକ ସମୟରେ ଚା’ ନମିଳିବାରୁ ଡାକ୍ତର ଅପରସେନ ନକରି ହସ୍ପିଟାଲରୁ ପଳାଇଥିଲେ । ଏହି ଘଟଣା ନାଗପୁର ଜିଲ୍ଲା ପରିଷଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ହୋଇଥିବା ଅଭିଯୋଗ ହୋଇଛି । ଆନାସ୍ଥେଇଆ ଲଗାଇଥିବା ୪ ଜଣ ମହିଳାଙ୍କର ଅପରେସନ ନକରି ଡାକ୍ତର ହସ୍ପିଟାଲରୁ ପଳାଇଥିଲେ । ଡାକ୍ତରଙ୍କ ଏଭଳି କାଣ୍ଡରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏହି ମାମଲାର ତୁରନ୍ତ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ ଏହି ମାମଲା ୩ ନଭେମ୍ବରରେ ଘଟିଥିଲା । ଅପରେସନ ଅଧାରୁ ଛାଡ଼ି ଯାଇଥିବା ଡାକ୍ତରଙ୍କ ନାଁ ହେଉଛି ତେଜରାମ ଭଲାବୀ । ତେବେ ଫ୍ୟାମିଲି ପ୍ଲାନିଂ ଅପରେସନ ପାଇଁ ୮ ଜଣ ମହିଳାଙ୍କ ସର୍ଜରୀ ହେବାକୁ ଥିଲା । ଏହି ମହିଳାଙ୍କ ମଧ୍ୟରୁ ୪ ଜଣଙ୍କର ଅପରେସନ କରାଯାଇଥିଲା । ଅନ୍ୟ ୪ ଜଣ ମହିଳାଙ୍କ ସର୍ଜରୀ ହେବାକୁ ଥିଲା ଏନେଇ ଉକ୍ତ ମହିଳାଙ୍କୁ ଆନାସ୍ଥେଇଆ ଦିଆଯାଇ ବେହୋସ କରାଯାଇଥିଲା । କିନ୍ତୁ ଠିକ ସମୟରେ ଡାକ୍ତରଙ୍କୁ ଚା’ ନମିଳିବାରୁ ସେ ମହିଳାମାନଙ୍କର ଅପରେସନ ନକରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପଳାଇଥିଲେ । ସମ୍ପୃକ୍ତ ଘଟଣାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାରେ ଉତ୍ତେଜନା କରିଥିଲେ । ମହିଳାଙ୍କ ଗମ୍ଭୀରତା ଦେଖି ତାଙ୍କ ପରିବାର ଲୋକେ ଅନ୍ୟ ଡାକ୍ତରଙ୍କୁ ଡକାଇଥିଲେ ।

ତେବେ ଡାକ୍ତରଜଣଙ୍କ ଏଭଳି କାହିଁକି କଲେ ଆପଣ ନିଶ୍ଚିତ ଭାବୁଥିବେ । ଏନେଇ ଡାକ୍ତରଙ୍କୁ ପଚାରିବାରୁ ସେ କହିଥିଲେ ଯେ ସେ ଜଣେ ଡାଇବେଟିସ ରୋଗୀ । ତେଣୁ ଠିକ ସମୟରେ ତାଙ୍କୁ ଚା’ ବିସ୍କୁଟ ନମିଳିଲେ ତାଙ୍କର ଶୁଗାର ଲେବଲ କମ ହୋଇଯାଏ ଏବଂ ବ୍ଲଡ ପ୍ରେସର ମଧ୍ୟ କମିଯାଏ । ତେଣୁ ସେ ଏଭଳି ଭାବେ ଅପରେସନ ଅଧାରୁ ଛାଡ଼ି ପଳାଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଜୟ ଡାବଲେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ତିନି ଜଣିଆ ଟିମ୍‌ ଗଠନ କରାଯାଇଛି ଏବଂ ତିନି ଦିନ ମଧ୍ୟରେ ରିପାର୍ଟ ଆସିବା ପାଇଁ କୁହାଯାଇଛି ।

 

 

 

 

 

 

Subhalaxmi Das

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

3 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

28 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

32 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

35 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

40 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

52 mins ago