ଦେଶ ବିଦେଶ

ନକ୍ସଲ ଆଦେଶ ପରେ ୨୧ ବର୍ଷ ଧରି ବନ୍ଦ ପଡ଼ିଥିଲା ରାମ ମନ୍ଦିର, ସଫାସୁତରା କରି ପୂଜାପାଠ ଆରମ୍ଭ କଲେ CRPF ଯବାନ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭକ୍ତମାନଙ୍କୁ ୫୦୦ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ଏମିତି ହିଁ ନକ୍ସଲ ପ୍ରଭାବିତ ଛତିଶଗଡ଼ର ସୁକମା ଜିଲ୍ଲାରେ ରାମ ମନ୍ଦିରର କପାଟ ଖୋଲିବାକୁ ଗ୍ରାମବାସୀ ୨୧ ବର୍ଷରୁ ଅପେକ୍ଷା କରି ରହିଛନ୍ତି । ନକ୍ସଲଙ୍କ ଆଦେଶ ପରେ ୨୦୦୩ରେ ମନ୍ଦିରରେ ପୂଜାପାଠ ବନ୍ଦ କରି ଦିଆଯାଇଥିଲା । ଏବେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର ୭୪ତମ ବାହିନୀଙ୍କ କ୍ୟାମ୍ପ୍‌ ପଡ଼ିବା ପରେ ମନ୍ଦିରରେ ପୂଜା ଆରମ୍ଭ ହୋଇଛି ।

ସୁକମାର ଘୋର ନକ୍ସଲ ପ୍ରଭାବିତ ଲଖାପାଲ ଓ କେରଲାପେନ୍ଦା ଗାଁର ଏହି ଘଟଣା । ଗାଁରେ ପାଖାପାଖି ୫ ଦଶକ ପୂର୍ବରୁ ପ୍ରଭୁ ରାମ, ଲକ୍ଷ୍ମଣ ଓ ସୀତାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ହେଲେ ଧୀରେ ଧୀରେ ନକ୍ସଲବାଦର ପ୍ରକୋପ ବଢ଼ିବା ହେତୁ ୨୦୦୩ରେ ରାମ ମନ୍ଦିରରେ ପୂଜାପାଠ ବନ୍ଦ କରି ଦିଆଯାଇଥିଲା ଏବଂ ଏହାପରେ କପାଟ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା ।

ଗ୍ରାମବାସୀ କହିଛନ୍ତି ଯେ ସେମାନଙ୍କ ପୂର୍ବଜ ମନ୍ଦିର ନିର୍ମାଣ କରାଇଥିଲେ । ୧୯୭୦ରେ ବିହାରୀ ମହାରାଜ ଜୀ ମନ୍ଦିରର ସ୍ଥାପନା କରିଥିଲେ । ସେହି ସମୟରେ ପୂରା ଗାଁର ଲୋକେ ୮୦ କିଲୋମିଟର ଦୂରରୁ ସିମେଣ୍ଟ, ପଥର, ବଜୁରୀ, ସରିଆ ଆଦି ନିଜ ମୁଣ୍ଡ ଉପରେ ଲଦି ଚାଲି ଚାଲି ଆସିଥିଲେ । ଗାଁର ସମସ୍ତ ଲୋକ ମନ୍ଦିର ସ୍ଥାପନାରେ ସାମିଲ ହୋଇଥିଲେ । ମନ୍ଦିର ସ୍ଥାପନା ପରେ ପୂରା ଅଞ୍ଚଳବାସୀ ଶ୍ରୀରାମଙ୍କ ଭକ୍ତ ପାଲଟିଯାଇଥିଲେ । ଗ୍ରାମବାସୀ ତୁଳସୀ ମାଳି ଧାରଣ କରିଥିଲେ । ତୁଳସୀ ମାଳି ଧାରଣ କରିବା ପରେ ଭକ୍ତମାନେ ମଦ, ମାଂସ ଓ ମହୁଲରୁ ତିଆରି ନିଶା ସେବନ କରିବା ତ୍ୟାଗ କରି ଦେଇଥିଲେ । ଆଜି ମଧ୍ୟ ଏହି ଗାଁରେ ପାଖାପାଖି ୯୫% ପୁରୁଷ ଓ ମହିଳା ନିଶା ସେବନ କରନ୍ତି ନାହିଁ ।

ତେବେ ୨୧ ବର୍ଷ ଧରି ନକ୍ସଲଙ୍କ ଆଦେଶ ପରେ ବନ୍ଦ ପଡ଼ିଥିବା ମନ୍ଦିରର କପାଟକୁ ସିଆର୍‌ପିଏଫ୍‌ ଯବାନମାନେ ଖୋଲିଛନ୍ତି । ଲୋକଙ୍କ ମଧ୍ୟରେ ବିଶ୍ୱାସ ଭାବ ଜାଗ୍ରତ କରିବା ତଥା ସେମାନଙ୍କୁ ଦେଶର ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ଯବାନମାନେ ଏଠାରେ ପ୍ରଭୁ ରାମଙ୍କ ପୂଜାପାଠ ଆରମ୍ଭ କରିଛନ୍ତି । କପାଟ ଖୋଲିବା ପରେ ଅଧିକାରୀ ଏବଂ ଯବାନମାନେ ଗ୍ରାମବାସୀଙ୍କ ସହ ମିଶି ମନ୍ଦିର ସଫାସୁତରା କରିଥିଲେ । ଗାଁର ପୁରୁଷ ଓ ମହିଳାମାନେ ପୂଜାର୍ଚ୍ଚନାରେ ଭାଗ ନେଇଥିଲେ । ପରେ ସମସ୍ତେ ଆଳତି କରି ପ୍ରସାଦ ସେବନ କରିଥିଲେ ।

Roshni

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

6 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

16 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

28 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

35 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

36 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

54 mins ago