ଆଇନ ମନ୍ତ୍ରାଳୟକୁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବ, ଗୋଟିଏ ଆସନରେ ଜଣେ ବ୍ୟକ୍ତିକୁ ନିର୍ବାଚନ ଲଢ଼ିବାକୁ ଦିଅନ୍ତୁ ଅନୁମତି

ନୂଆଦିଲ୍ଲୀ : ଗୋଟିଏ ଆସନରେ ଜଣେ ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ଦେବାକୁ ନିର୍ବଚାନ ଆୟୋଗ ଆଇନ ମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଛି । ଏହି ପ୍ରସ୍ତାବ ନେଇ ଦୀର୍ଘ ବର୍ଷ ଧରି ଆଇନ ମନ୍ତ୍ରାଳୟ ସହ ନିର୍ବାଚନ ଆୟୋଗ ଆଲୋଚାନ ଜାରି ରଖିଛି । ହେଲେ ଏଯାଏ ଏହା ଉପରେ ନିଷ୍ପତ୍ତି ନିଆଯାଇ ନାହିଁ । ୨୦୦୪ ମସିହାରେ ମଧ୍ୟ ନିର୍ବାଚନ ଆୟୋଗ ଏହି ପ୍ରସ୍ତାବ ପଠାଇ ଥିଲେ । ହେଲେ ଆଜି ଯାଏ ଏହା ଉପରେ ଆଇନ ମନ୍ତ୍ରାଳୟ କୌଣସି ନିଷ୍ପତ୍ତି ନେଇ ନାହିଁ ।

ତେଣୁ ୧୮ ବର୍ଷ ପରେ ପୁଣି ଥରେ ନିର୍ବାଚନ ଆୟୋଗ ଏ ସମ୍ପର୍କିତ ପ୍ରସ୍ତାବ ଆଇନ ମନ୍ତ୍ରାଳୟକୁ ପଠାଇଛି । ପ୍ରକାଶଯୋଗ୍ୟ ଯେ ‘ଗୋଟିଏ ସିଟ୍‌ରେ ଜଣେ ବ୍ୟକ୍ତି’ ନିୟମକୁ ଲାଗୁ କରିବାକୁ ହେଲେ ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ (Representation of the People Act, 1951) କୁ ବଦଳାଇବାକୁ ହେବ । ବର୍ତ୍ତମାନ ଜନ ପ୍ରତିନିଧିତ୍ୱ ଅଧିନିୟମ ସେକସନ ୩୩(୭) ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଦୁଇଟି ସିଟରେ ଲଢ଼ିପାରିବେ ।

୨୦୦୪ ରେ ନିର୍ବାଚନ ଆୟୋଗ ଯୁକ୍ତି ଦେଇଥିଲେ ଯେ ଯଦି ଜଣେ ବ୍ୟକ୍ତି ଦୁଇଟି ସ୍ଥାନରେ ଲଢ଼ୁଛନ୍ତି ଓ ଦୁଇଟି ଆସନରେ ବିଜୟ ପ୍ରାପ୍ତ କରୁଛନ୍ତି ତ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡ଼ୁଛି । ଫଳରେ ପୁଣି ଥରେ ଉକ୍ତ ଆସନରେ ନିର୍ବାଚନ କରିବାକୁ ପଡୁଛି । ଏଥିପାଇଁ ଖର୍ଚ୍ଚ ମଧ୍ୟ ପଡୁଛି । ତେଣୁ ସିଟ ଛାଡୁଥିବା ପ୍ରାର୍ଥୀଙ୍କୁ ଏକ ନିଶ୍ଚିତ ଜମା ରାଶି ସରକାରଙ୍କ ଖାତାରେର ଜମା କରିବାକୁ ନିର୍ବାଚନ ଆୟୋଗ ଦାବି କରିଥିଲେ । ଫଳରେ ସରକାରଙ୍କ ଅର୍ଥର ଦୁରୁପଯୋଗ ନହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.