ଦେଶ ବିଦେଶ

କରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମିଳିବ ୫୦ ହଜାର ଟଙ୍କା, ସୁପ୍ରିମ କୋର୍ଟରେ କହିଲେ କେନ୍ଦ୍ର ସରକାର

ଦେଶରେ କରୋନା ଯୋଗୁ ଯେଉଁ ଲୋକଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ବୁଧବାର ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ତରଫରୁ ସୁପ୍ରିମ୍‌ କୋର୍ଟରେ ଏହି ସୂଚନା ଦିଆଯାଇଛି। କେନ୍ଦ୍ର ତରଫରୁ ଏହା ମଧ୍ୟ କୁହାଯାଇଛି କି, ଏହି କ୍ଷତିପୂରଣ ଯିଏ ମୃତ୍ୟୁବରଣ କରି ସାରିଛନ୍ତି, ସେମାନଙ୍କୁ ତ ଦିଆଯିବ, ଏଥି ସହିତ ଆଗାମୀ ଦିନରେ ଯଦି କାହାର କରୋନା ଯୋଗୁ ମୃତ୍ୟୁ ଘଟୁଛି, ତା’ହେଲେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପ୍ରଦାନ କରାଯିବ।

କେନ୍ଦ୍ର ସରକାର କହିଛନ୍ତି, ଏହି ଅର୍ଥ ରାଶିକୁ ରାଜ୍ୟ ନିଜ ଷ୍ଟେଟ୍‌ ଡିଜାଷ୍ଟର ରିଲିଫ୍‌ ଫଣ୍ଡରୁ ଦେବ। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରେ NDMA କ୍ଷତିପୂରଣକୁ ନେଇ ଗାଇଡ୍‌ଲାଇନ୍ସ ପ୍ରସ୍ତୁତ କରିଛି। ସୁପ୍ରିମ୍‌ କୋର୍ଟରେ କେନ୍ଦ୍ର କହିଛି କି, ଏହି କ୍ଷତିପୂରଣ ପାଇଁ ପରିବାର ଲୋକଙ୍କୁ ଜିଲାର ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଫିସରେ ଆବେଦନ କରିବାକୁ ହେବ। ଆବେଦକମାନଙ୍କୁ କରୋନାଜନିତ ମୃତ୍ୟୁର ପ୍ରମାଣ ପତ୍ର ଏବଂ ମେଡିକାଲ ସାର୍ଟିଫିକେଟ ମଧ୍ୟ ଦେବାକୁ ହେବ।

ସୂଚନାଥାଉ କି, କରୋନା ମହାମାରୀକୁ କେନ୍ଦ୍ର ସରକାର ବିପତ୍ତି ଘୋଷଣା କରିଛନ୍ତି ଏବଂ ଏହି କାରଣରୁ ଯଦି କାହାର ମୃତ୍ୟୁ ଘଟେ, ତା’ହେଲେ ତାଙ୍କ ପରିବାର ଲୋକେ କ୍ଷତିପୂରଣର ଦାବିଦାର ରହିବେ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago