ଦେଶ ବିଦେଶ

ଦୁର୍ଲ୍ଲଭ: ୪୦ ଦିନର ଛୁଆ ପେଟରେ ବଢ଼ୁଥିଲା ଭ୍ରୁଣ! ଡାକ୍ତର ଆଶ୍ଚର୍ଯ୍ୟ…ସର୍ଜରୀ କରି ତୁରନ୍ତ ବାହାର କଲେ

ଦୁନିଆରେ ବେଳେବେଳେ ଏମିତି ଘଟଣା ସବୁ ଘଟିଥାଏ, ଯାହାକୁ ସହଜରେ ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ। ଲୋକେ ଏହି ଘଟଣା ବିଷୟରେ ଶୁଣି ଆଶ୍ଚର୍ଯ୍ୟଚକିତ ହୋଇ ଯାଆନ୍ତି। ଏମିତି ହିଁ ଏକ ଘଟଣା ଘଟିଛି ବିହାରର ମୋତିହାରୀ ଜିଲ୍ଲାରେ। ଏଠାରେ ଖୋଦ୍‌ ଡାକ୍ତରମାନେ ବି ଅଦ୍ଭୁତ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହାକୁ ସହଜରେ ବିଶ୍ୱାସ କରିପାରି ନ ଥିଲେ କେହି। ରିପୋର୍ଟ ମୁତାବକ, ମୋତିହାରୀ ଜିଲ୍ଲାର ଏକ ଡାକ୍ତରଖାନାରେ ପାଖାପାଖି ୪୦ ଦିନର ଏକ ଛୁଆ ପେଟରୁ ଭ୍ରୁଣ ବାହାର କରାଯାଇଛି।

ଛୁଆର ବାପା ମାଆଙ୍କ କହିବା ଅନୁସାରେ, ଛୁଆଟି ଠିକ୍‌ ଭାବେ ପରିସ୍ରା କରି ପାରୁ ନ ଥିଲା। ତା’ ପେଟ ମଧ୍ୟ ବହୁତ ବଡ଼ ଦେଖା ଯାଉଥିଲା, ଯାହାକୁ ଦେଖି ସେମାନେ ଚିନ୍ତିତ ହୋଇ ପଡ଼ିଥିଲେ। ଏଭଳି ସ୍ଥିତିରେ ସେମାନେ ଛୁଆକୁ ମୋତିହାରୀ ସ୍ଥିତ ରହମାନିୟା ମେଡିକାଲ ସେଣ୍ଟରକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ।

ଏହି ମେଡିକାଲ ସେଣ୍ଟରରେ ଡାକ୍ତର ଛୁଆକୁ ଦେଖିଥିଲେ। ପେଟ ଫୁଲି ଥିବାରୁ ଯାଞ୍ଚ ପାଇଁ ସିଟି ସ୍କାନ କରାଇବାକୁ କହିଥିଲେ। ଯେତେ ବେଳେ ରେଜଲ୍ଟ ଆସିଥିଲା, ତ ଖୋଦ୍‌ ଡାକ୍ତର ଏହି unusual medical anomaly ଦେଖି ଚମକି ପଡ଼ିଥିଲେ। କାହିଁକି ନା, ଛୁଆ ପେଟ ଭିତରେ ଏକ ଭ୍ରୁଣ ବିକଶିତ ହେଉଥିଲା। ଏହାର ତୁରନ୍ତ ପରେ ଛୁଆର ଅପରେସନ କରାଯାଇଥିଲା। ବର୍ତ୍ତମାନ ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ, ଛୁଆକୁ ଏବେ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯାଇଛି।

କହି ରଖୁଛୁ, ଏହି ମାମଲାରେ ଏଭଳି ଦୁର୍ଲ୍ଲଭ ଚିକିତ୍ସା ବିସଙ୍ଗତିକୁ ‘ଫିଟସ୍‌ ଇନ୍‌ ଫିଟୁ’ କୁହାଯାଇଥାଏ, ଯାହାର ଅର୍ଥ ହେଉଛି, ଛୁଆ ପେଟରେ ଭ୍ରୁଣର ଉପସ୍ଥିତି। ଏହା ଅତ୍ୟନ୍ତ ଦୁର୍ଲ୍ଲଭ ମାମଲା ହୋଇଥାଏ। ସାରା ବିଶ୍ୱରେ ୫ ଲକ୍ଷ ରୋଗୀଙ୍କ ମଧ୍ୟରୁ ମାତ୍ର ଜଣଙ୍କ ଠାରେ ଏହି ସମସ୍ୟା ଦେଖା ଦେଇଥାଏ। ଏଭଳି ସମସ୍ୟାରେ ସର୍ଜରୀ ମାଧ୍ୟମରେ ପେଟରୁ ଭ୍ରୁଣ ବାହାର କରାଯାଇଥାଏ।

ତେବେ ଅନେକ ଅଧ୍ୟୟନ ଏବଂ ରିସର୍ଚରେ ଦାବି କରାଯାଇଛି ଯେ ଗର୍ଭବତୀ ମହିଳାଙ୍କ ପେଟରେ ବଢ଼ୁଥିବା ଶିଶୁର ପେଟରେ ଜାଅାଁଳା ଛୁଆର ଭ୍ରୁଣ ଚାଲିଯିବା ଦ୍ୱାରା ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଏହି ରୋଗ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ବିଶେଷ ତଥ୍ୟ ମିଳି ନାହିଁ। ଗର୍ଭରେ କୋଶିକା ଗୁଡ଼ିକ ସହ ଜଡ଼ିତ ସମସ୍ୟା କାରଣରୁ ବି ଏମିତି ସ୍ଥିତି ଉତ୍ପନ୍ନ ହୋଇ ପାରେ।

Roshni

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

20 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

23 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

27 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

40 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

56 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago