ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ଚାଲିବ ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଜାନୁଆରି ୩୧ରୁ ସଂସଦର ବଜେଟ ଅଧିବେଶନ । ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାରେ ଚାଲିବ ସଂସଦର ବଜେଟ ଅଧିବେଶନ । ଜାନୁଆରି ୩୧ରୁ ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ୱିତୀୟ ଅଧିବେଶନ । ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ।

ତେବେ ଏହି ଅଧିବେଶନରେ କେନ୍ଦ୍ର ସରକାର ବଜେଟ୍ ଉପସ୍ଥାପନ କରିବା ସହିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ମଧ୍ୟ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳୁଛି ।

ତେବେ ସଂସଦର କିଛି କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ, ବଜେଟ୍ ଅଧିବେଶନକୁ ନେଇ ଆଶା ଆଶଙ୍କା ଲାଗି ରହିଥିଲା । କୋଭିଡ୍ ସଂକ୍ରମଣ ଭୟ ଭିତରେ ବଜେଟ୍ ଅଧିବେଶନ କିଭଳି ବସିବ ତାକୁ ନେଇ ରାଜନୀତି କରିଡରରେ ବେଶ ଆଲୋଚନା ମଧ୍ୟ ହୋଇଥିଲା । ହେଲେ ଏହାରି ଭିତରେ ଜାନୁଆରୀ ୩୧ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.