ବେଙ୍ଗାଲୁରୁରେ ଏହି କାରଣରୁ ଆଉ ଗଡିବନି BMTC ଏସି ଭଲଭୋ ବସ୍, ଚିନ୍ତାରେ ଆଇଟି କର୍ମଚାରୀ

ବେଙ୍ଗାଲୁରୁ: ଆଉ ଗଡିବନି BMTC ଏସି ଭଲଭୋ ବସ୍ । ଏନେଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ବସ ଗୁଡିକୁ ବନ୍ଦ କରିବେ ବୋଲି ସୂଚନା ଦେଇଛନ୍ତି। ବେଙ୍ଗାଲୁରୁକୁ ସାରା ଭାରତରେ ଗ୍ରୀନ ସିଟି ଓ ଆଇଟି ରାଜ୍ୟର ମାନ୍ୟତା ପାଇଛି। ବିଭିନ୍ନ ରାଜ୍ୟରୁ ଆଇଟି ବିଭାଗରେ ପାସ୍ କରି ଚାକିରି ପାଇଁ ଅନେକ ପିଲା ବେଙ୍ଗାଲୁରୁ ଆସିଥାନ୍ତି । ପ୍ରତ୍ୟେକ ଦିନ ଆଇଟି କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ, ଆଇଟି ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀମାନେ BMTC ଏସି ଭଲଭୋ ବସ୍ ରେ ଯିବା ଆସିବା କରନ୍ତି।

bmt bus

ଭଡାବୃଦ୍ଧି ସାଜିଛି ପ୍ରମୁଖ କାରଣ

ବେଙ୍ଗାଲୁରୁରେ ପାଖାପାଖି ୧ ହଜାର ଏସି ଭଲଭୋ ବସ୍ ଯାତାୟାତ କରୁଛି । ସାଧାରଣ ବସ୍ ମାନଙ୍କରେ ଲୋକମାନେ କମ୍ ଟଙ୍କା ଦେଇ ଯିବା ଆସିବା କରନ୍ତି । କିନ୍ତୁ ଏହି ବସ୍ ମାନଙ୍କର ଭଡା ଅଧିକ ଥିବାରୁ ସାଧାରଣ ଜନତା ଏହି ବସରେ ଯିବା ଆସିବା କରନ୍ତି ନାହିଁ । କେବଳ ଆଇଟି କର୍ମଚାରୀ, ଛାତ୍ରଛାତ୍ରୀ ମାନେ ଏହି ବସ୍ ରେ ଯିବା ଆସିବା କରନ୍ତି । ଯାହା ଫଳରେ ପ୍ରତିଦିନ ରାଜ୍ୟ ସରକାରଙ୍କୁ ଏହି ଏସି ବସର କ୍ଷତି ସହିବାକୁ ପଡୁଛି ସେଥିପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ଏହି ବସଗୁଡିକୁ ରାସ୍ତାରେ ନଗଡେଇବାକୁ ନିଷ୍ପତ୍ତି ନେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.