ଦେଶ ବିଦେଶ

ପ୍ରତିମାସରେ ୧ ଲକ୍ଷ ଯୁବକ-ଯୁବତୀଙ୍କୁ ଚାକିରି ଦେବେ ସରକାର, ଆରମ୍ଭ ହେଲା ନିଯୁକ୍ତି ମେଳା

ଭୋପାଳ: ରାଜ୍ୟକୁ ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବା ପାଇଁ ସମସ୍ତ ଜିଲ୍ଲାରେ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ୍‌ ଓ ବିଜେପିର ରାଜ୍ୟ ଅଧ୍ୟକ୍ଷ ବିଡି ଶର୍ମା ମଧ୍ୟ ଭୋପାଳରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ସାମିଲ ହୋଇଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ୟ ଜିଲ୍ଲାର ମୁଖ୍ୟଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହୋଇଥିଲେ।

ଶିବରାଜ କହିଛନ୍ତି, ଆମେ ପ୍ରତି ମାସରେ ୧ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ଚେଷ୍ଟା କରିବୁ। ଆମେ କରୋନା କାଳରୁ ହିଁ ଯୁବପିଢ଼ିଙ୍କୁ ନିଯୁକ୍ତି ଦେବାକୁ ଉଦ୍ୟମ କରୁଛୁ। ଇତି ମଧ୍ୟରେ ୧୦ଟି କମ୍ପାନୀ ଏଠାକୁ ଆସିଛନ୍ତି। ସେଥିରେ ରାଜ୍ୟର ପ୍ରାୟ ୪ ହଜାର ପିଲାଙ୍କୁ ପ୍ରତ୍ୟକ୍ଷ ରୂପେ ନିଯୁକ୍ତି ମିଳିଛି। ସମସ୍ତଙ୍କୁ ସରକାରୀ ଚାକିରି ଦେବା ସମ୍ଭବ ନୁହେଁ। ମୁଁ ମଧ୍ୟ ପ୍ରଦେଶର ଯୁବକ ଯୁବତୀଙ୍କୁ ଆଶ୍ୱସ୍ତ କରୁଛି, ସମସ୍ତଙ୍କୁ ଚାକିରି ନିଶ୍ଚୟ ମିଳିବ।

ସିଏମ୍‌ କହିଛନ୍ତି, ମଧ୍ୟପ୍ରଦେଶରେ ଅନ୍ତରାଷ୍ଟ୍ରୀୟ ସ୍ତରର ଗ୍ଲୋବାଲ ସ୍କିଲ୍‌ ପାର୍କ ନିର୍ମାଣ ହେଉଛି। ସିଙ୍ଗାପୁର ସହଯୋଗରେ ଏହା ନିର୍ମିତ ହେଉଛି। ପ୍ରଥମ ପର୍ଯ୍ୟାୟରେ ଏଠାରେ ୬ ହଜାର ପିଲାଙ୍କୁ ଟ୍ରେନିଂ ଦିଆଯିବ ଓ ପରେ ୧୦ ହଜାର ପିଲାଙ୍କୁୁ ଟ୍ରେନିଂ ଦିଆଯିବ ବୋଲି ଶିବରାଜ କହିଛନ୍ତି। ସେ କହିଛନ୍ତି ଯେ ୧,୪୪,୦୦୦ ପିଲାଙ୍କୁ ଏବେ ଯାଏଁ ସରକାରୀ ଚାକିରି ମିଳିସାରିଛି।

WCW 11

Recent Posts

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

2 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

11 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

35 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

43 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

1 hour ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

1 hour ago