ମଞ୍ଚରେ ଭାଷଣ ଦେଉଥିଲେ ରାଜ୍ୟପାଳ, ହଠାତ୍ ଉପରକୁ ଆସି ଶକ୍ତ ଚାପୁଡ଼ା ପକାଇଲେ ବ୍ୟକ୍ତି; କାରଣ ବି ବହୁତ ଆଶ୍ଚର୍ଯ୍ୟଜନକ

ପୁରୁଷ ଡାକ୍ତରଙ୍କ ଦ୍ୱାରା ସ୍ତ୍ରୀଙ୍କୁ କରୋନା ଭ୍ୟାକ୍ସିନ୍ ଲଗାଯିବାକୁ ନେଇ ଇରାନରେ ଜଣେ ବ୍ୟକ୍ତି ଖୁବ୍ ରାଗି ଯାଇଥିଲେ, ଯାହାର ଫଳସ୍ୱରୂପ ସେ ରାଜ୍ୟପାଳଙ୍କୁ ଶକ୍ତ ଚାପୁଡ଼ା ପକାଇବାକୁ ବି ପଛାଇ ନ ଥିଲେ। ସେ ରାଜ୍ୟପାଳଙ୍କୁ ସର୍ବ ସମ୍ମୁଖରେ ଏକ ଜୋରଦାର ଚାପୁଡ଼ା ମାରିଥିଲେ। ଖବରରୁ ଜଣାପଡ଼ିଛି କି, ଅବେଦିନ ଖୋର୍ରମ ପୂର୍ବ ଅଜରବୈଜାନ ଅଞ୍ଚଳର ରାଜ୍ୟପାଳ। ସେ ଏକ କାର୍ଯ୍ୟକ୍ରମରେ ନିଜର ସମ୍ବୋଧନ ଦେଉଥିବା ବେଳେ ହଠାତ୍ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଉଠି ଆସି ତାଙ୍କୁ ଜୋର୍ରେ ଚାପୁଡ଼ା ମାରିଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ସୂଚନା ରହିଛି, କିଛିଦିନ ତଳେ ଅବେଦିନ ଖୋର୍ରମ ଏକ ସମାରୋହରେ ଉଦ୍ଘାଟନୀ ଭାଷଣ ଦେବା ଲାଗି ପୋଡିୟମ୍ରେ ଛିଡ଼ା ହୋଇ କିଛି କହୁଥିଲେ। ଏତିକି ବେଳେ ଜଣେ ବ୍ୟକ୍ତି ରାଗ ସ୍ୱଭାଗରେ ମଞ୍ଚ ଉପରକୁ ଆସିଥିଲେ ଏବଂ ରାଜ୍ୟପାଳଙ୍କୁ ଚାପୁଡ଼ା ପକାଇଥିଲେ। କେହି କିଛି ଭାବିବା ପୂର୍ବରୁ ସେ ରାଜ୍ୟପାଳଙ୍କ ଆଡ଼କୁ ମାଡ଼ି ଯାଇଥିଲେ। ଠିକ୍ ଏତିକି ବେଳେ ସୁରକ୍ଷାକର୍ମୀ ସେଠାରେ ପହଞ୍ଚି ଯାଇଥିଲେ ଏବଂ ତାଙ୍କୁ ମଞ୍ଚରୁ ଟାଣି ଟାଣି ନେଇଥିଲେ। ତେବେ ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କୁ ନେଇ ଏହା ଜଣାପଡ଼ିଛି କି, ସେ ପୂର୍ବରୁ ସଶସ୍ତ୍ର ବଳର ଜଣେ ସଦସ୍ୟ ଥିଲେ। ବର୍ତ୍ତମାନ ସେ ସ୍ଥାନୀୟ ନେତା ଭାବେ ପରିଚିତ ଅଛନ୍ତି। ପୋଲିସ ହେପାଜତରେ ଥିବା ବେଳେ ସେ କହିଛନ୍ତି କି, ତାଙ୍କ ସ୍ତ୍ରୀଙ୍କୁ ପୁରୁଷ ଡାକ୍ତରଙ୍କ ଦ୍ୱାରା କରୋନା ଭ୍ୟାକ୍ସିନ୍ ଡୋଜ୍ ଲଗା ଯାଇଥିଲା, ଯାହାକୁ ନେଇ ସେ ଖୁବ୍ ରାଗି ଯାଇଥିଲେ।
ବର୍ତ୍ତମାନ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ଦେଖିବାକୁ ମିଳୁଛି ଯେ ଚାପୁଡ଼ା ମାରିବା ସମୟରେ ରାଜ୍ୟପାଳ ସେହି ବ୍ୟକ୍ତିଙ୍କୁ ରୋକିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି। ସେହି ସମୟରେ ପୋଲିସକର୍ମୀ ପହଞ୍ଚି ବ୍ୟକ୍ତିଙ୍କୁ ଧରି ନେଉଛନ୍ତି। ସୂଚନାଥାଉ କି, ବ୍ୟକ୍ତିଙ୍କ ରାଗର ଶିକାର ହୋଇଥିବା ରାଜ୍ୟପାଳ ଅବେଦିନ ଖୋର୍ରମ ଅତୀତରେ ଇରାନର Islamic Revolutionary Guardର ପ୍ରାନ୍ତୀୟ କମାଣ୍ଡର ଥିଲେ। ଖୋର୍ରମ ରାଜ୍ୟପାଳ ହେବା ପୂର୍ବରୁ ବିଦ୍ରୋହୀ ବଳ ତାଙ୍କୁ ଅପହରଣ କରି ନେଇଥିଲା।
ଏହି ମାମଲାକୁ ନେଇ ଏକ ରିପୋର୍ଟରେ କୁହାଯାଇଛି କି, ମାମଲା ରାଜନୈତିକ ନ ଥିଲା। ଶନିବାର ସଂସଦରେ ଏହି ଘଟଣା ବିଷୟରେ ଯେତେବେଳେ ପ୍ରଶ୍ନ କରାଯାଇଥିଲା, ତ ପୂର୍ବ ଅଜରବୈଜାନ ପ୍ରାନ୍ତ ମରାଘେ ସହରର ଜଣେ ପ୍ରତିନିଧି ଅଲୀ ଅଲୀଜାଦେହ କହିଥିଲେ ଯେ ନିଶ୍ଚିତ ରୂପେ ଏହି ଉଦ୍ଦେଶ୍ୟ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଥିଲା। ରାଜ୍ୟପାଳଙ୍କ ନିଯୁକ୍ତି କିମ୍ବା ରାଜ୍ୟପାଳଙ୍କ ଦ୍ୱାରା କୁହାଯାଇଥିବା କୌଣସି କଥା ସହିତ ତାଙ୍କର ଦେଣନେଣ ନ ଥିଲା।
Today at the introduction ceremony for the new governor of #Iran‘s East Azerbaijan Province Abedin Khorram, a man went up to the podium and slapped him in the face. pic.twitter.com/vyEFoBy8WA
— Iran International English (@IranIntl_En) October 23, 2021