କେବଳ ଏକ ସୌଖିନ କାର୍‌ ନ ମିଳିବାରୁ କନ୍ୟାଙ୍କୁ ଛାଡ଼ି ଚାଲିଗଲେ ବର, ତା’ପରେ ଯାହା ହେଲା

ଖଣ୍ଡଓ୍ଵା : ହାଥରେ ମେହେନ୍ଦୀ ଲାଗିଥିବା କନ୍ୟାଙ୍କୁ ଥାନାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପୁଲିସ କର୍ମୀ । ବୁଝୁ ବୁଝୁ ବରର କାରନାମା ଜଣାପଡ଼ିଲା । ଯେ ଯୌତୁକ ପାଇଁ ବର କନ୍ୟାଙ୍କୁ ବିବାହ ମଣ୍ଡପରେ ଛାଡ଼ି ଚାଲିଯାଇଛନ୍ତି । ଘଟଣାଟି ଘଟିଛି ନହାଲଦାରେ । ମୀଣା ପରିବାରରେ ଏକ ବିବାହ ଉତ୍ସବ ବେଳେ ଆରମ୍ଭ ହୋଇଥିଲା ଏହି ବିବାଦ । ଏଠାରେ ବର ଓ ବରଯାତ୍ରୀ ଆସିଲେ , ସବୁ ପ୍ରକାର ପରମ୍ପରାରେ ବିବାହ ନୀତି ସମ୍ପନ୍ନ ହେଲା ।

ଯେତେବେଳେ କନ୍ୟା ବିଦାୟ ସମୟ ଆସିଲା ବର ଏକ ସୌଖିନ କାର ପାଇଁ ଅଡ଼ି ବସିଲେ । କନ୍ୟାଙ୍କ ପରିବାର ଲୋକେ ଯେତେ ବୁଝାଇଲେ ବି ବୁଝିବା ଅବସ୍ଥାରେ ନଥିଲେ ବର । କାରଣ ନିଶାରେ ହୋସ ନଥିଲା ବରଙ୍କର । ଖାଲି ସେତିକି ନୁହେଁ କନ୍ୟାଙ୍କ ଭାଇଙ୍କୁ ବି ମାଡ ପିଟ କରିଥିବା ଦେଖିବାକୁ ମିଳିଥିଲା ।

ନହଲଦା ଗ୍ରାମର ରତନଲାଲ ମୀଣାଙ୍କ ଝିଅ ଆଶାଙ୍କ ବିବାହ ଦୀପଗାଓଁ ଥାନା ସିରାଲି ଜିଲ୍ଲା ହରଦା ଗ୍ରାମର ଅମର ସିଂହ ମୀଣାଙ୍କ ସହ ଗତ ମଙ୍ଗଳବାର ବିବାହ ସ୍ଥିର ହୋଇଥିଲା । ନିର୍ଘଣ୍ଟ ସମୟ ଅନୁଯାୟୀ ବିବାହ ସମ୍ପନ ହେଲା । ହେଲେ ବିବାହ ପରେ ଏକ କାରକୁ ନେଇ ବର ଅଡ଼ି ବସିଲେ । ଖାଲି ସେତିକି ନୁହେଁ ବର ଓ ତାଙ୍କ ସାଙ୍ଗମାନେ ଅଭଦ୍ରତାର ସମସ୍ତ ସୀମା ଟପିଗଲେ । କନ୍ୟାଙ୍କ ଭାଇଙ୍କୁ ମାଡ ମାରିବା ସହ ବିଭିନ୍ନ ପ୍ରକାର ବଦମାସୀ ଆରମ୍ଭ କରିଥିବା କନ୍ୟା ଥାନାରେ ଅଭିଯୋଗ କରିଛନ୍ତି । କନ୍ୟାଙ୍କ ପିତା ଯୌତୁକରେ ଏକ ବାଇକ ଦେଇଥିବା ବେଳେ ବର କିନ୍ତୁ କାର ପାଇଁ ଅଡ଼ି ବସିଥିଲେ ।

ରାତି ପ୍ରାୟ ୩ ଟା ଯାଏ ଏହି ଡ୍ରାମା ଚାଲିଥିଲା ଓ କନ୍ୟା ପରିବାର ପକ୍ଷରୁ ବର ଓ ତାର ସାଙ୍ଗମାନଙ୍କୁ ଯେତେ ବୁଝାଇଲେ ଓ ହାତ ଗୋଡ ଧରିଲେ ବି ସମସ୍ୟାର ସମାଧାନ ହୋଇନଥିଲା ବୋଲି କନ୍ୟା ଥାନାରେ ଅଭିଯୋଗ କରିଛନ୍ତି । ଶେଷରେ ବର ପକ୍ଷ କନ୍ୟାଙ୍କୁ ନନେଇ ରାତି ୪ଟା ବେଳକୁ ଫେରି ଯାଇଥିଲେ । ଶେଷରେ ବୁଧବାର ସକାଳେ କନ୍ୟା ତାଙ୍କ ପରିଜନ ସହ ଥାନାରେ ପହଞ୍ଚି ମାମଲା ଦାୟର କରିଥିଲେ । ପୋଲିସ ବର ଓ ତାଙ୍କ ପରିବାର ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ବରକୁ ଗିରଫ କରିବା ପାଇଁ ତଲାସ ଜାରି ରଖିଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.