ଦେଶ ବିଦେଶ

କଂଗ୍ରେସକୁ ସଙ୍କଟରେ ପକାଇ ଦେଲେ ଜ୍ୟୋତିରାଦିତ୍ୟ ଏଣେ ମଧ୍ୟପ୍ରଦେଶ ରାଜନୀତିର ଗୋଳିଆ ପାଣିରୁ ଫାଇଦା ନେବାକୁ ବିଜେପି ପ୍ରସ୍ତୁତ

କଥାରେ ଅଛି ରାଜନୀତିରେ କେହି ଚିର ଶତ୍ରୁ କିମ୍ବା ବନ୍ଧୁ ନୁହନ୍ତି । ସବୁ କିଛି ସମ୍ଭବ ହୋଇପାରେ କେବଳ ରାଜନୀତିରେ । ଜ୍ୟୋତିରାଦିତ୍ୟ ସିନ୍ଧିଆ ଆକସ୍ମିକ ଭାବେ କଂଗ୍ରେସରେ ଯୋଗ ଦେଇଥିଲେ ଯେତେବେଳେ ୨୦୦୧ରେ ମାଧବ ରାଓ ସିନ୍ଧିଆଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ଫଳରେ ୨୦୦୨ ଉପନିର୍ବାଚନରେ ଜ୍ୟୋତିରାଦିତ୍ୟ ଗୁନା ଲୋକସଭା ଆସନରୁ ଲଢ଼ି ରେକର୍ଡ଼ ସଂଖ୍ୟକ ଭୋଟରେ ବିଜୟଲାଭ କରିଥିଲେ ।

ଜ୍ୟୋତିରାଦିତ୍ୟ ଲଗାତାର ୩ଥର ଗୁନା ଲୋକସଭା ଆସନରୁ ବିଜୟଲାଭ କରିଥିଲେ ମଧ୍ୟ ୨୦୧୯ରେ କ୍ରିଷ୍ଣାପାଲ ସିଂ ଯାଦବଙ୍କ ଠାରୁ ହାରି ଯାଇଥିଲେ । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଦୌଡ଼ର ମାତ୍ର ୬ ମାସ ପୂର୍ବରୁ ହାରି ଯାଇଥିବାରୁ ଜ୍ୟୋତିରାଦିତ୍ୟଙ୍କ ପାଇଁ ଏହା ବଡ଼ ଧକ୍କା ଥିଲା । ଯଦିଓ ୨୦୧୮ ବିଧାନସଭା ନିର୍ବାଚନରେ ଦଳର ସଫଳତା ପାଇଁ ତାଙ୍କର ବଡ଼ ଅବଦାନ ଥିଲା ।

ମାତ୍ର ବରିଷ୍ଠ ନେତା କମଳନାଥଙ୍କ ଉପରେ ଏଆଇସିସିର ଆଶୀର୍ବାଦ ପଡ଼ିଲା ଓ ସେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ହେଲେ । ସେବେଠୁ ଜ୍ୟୋତିରାଦିତ୍ୟଙ୍କ ଦଳ ମଧ୍ୟରେ ଗୁରୁତ୍ୱ କମିବାକୁ ଲାଗିଲା । ତାଙ୍କ ସମର୍ଥିତ ୨୩ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣଙ୍କୁ କମଳନାଥଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଲା । ଫଳରେ ଜ୍ୟୋତିରାଦିତ୍ୟଙ୍କ ସମର୍ଥକଙ୍କ ମଧ୍ୟରେ ମଧ୍ୟ ମନୋମାଳିନ୍ୟ ବଢ଼ିବାକୁ ଲାଗିଲା ।

ପୂର୍ବରୁ ଜ୍ୟୋତିରାଦିତ୍ୟଙ୍କ ପରିବାର ସହ ବିଜେପି ସହ ଭଲ ସଂପର୍କ ରହିଆସିଛି । କାରଣ ଜ୍ୟୋତିରାଦିତ୍ୟଙ୍କ ଜେଜେମା ବିଜୟରାଜେ ସିନ୍ଧିଆ ୧୯୬୭ରେ ଜନସଂଘରେ ଯୋଗ ଦେଇ ୧୯୭୧ରେ ବିଜେପିକୁ ଭଲ ସଫଳତା ଦେଇଥିଲେ । ସେତେବେଳେ ବିଜୟରାଜେ ଭିଣ୍ଡ, ଅଟଳ ବିହାରୀ ବାଜପେୟୀ ଗ୍ଵାଲିୟର ଓ ମାଧବରାଓ ସିନ୍ଧିଆ ଗୁନାରୁ ବିହାରୀ ବିଜୟୀ ହୋଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ମାଧବରାଓ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ । ଏବଂ ୧୯୮୦ରେ ମାଧବରାଓ ଗୁନା ଆସନରୁ କଂଗ୍ରେସରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । ସିନ୍ଧିଆ ପରିବାରର ସମ୍ପର୍କ ବିଜେପି ସହ ନୂଆ ନୁହେଁ । ରାଜନୀତିର ପଶାପାଲିରେ କେବଳ ସୁବିଧା ସୁଯୋଗର ସଦୁପଯୋଗ ହିଁ ସବୁକିଛି ।

ମଧ୍ୟପ୍ରଦେଶରେ ଚଳିତ ନିର୍ବାଚନରେ ବିଜେପି ଓ ସହଯୋଗୀ ୧୦୭ ଆସନ ପାଇଥିଲେ ମଧ୍ୟ ସରକାର ଗଠନର ମ୍ୟାଜିକ ସଂଖ୍ୟା ଠାରୁ ୮ ଆସନ ପଛରେ ଥିଲା । ବିଜେପି ସର୍ବଦା ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ସୁଯୋଗ ଖୋଜୁଥିଲା । ଜ୍ୟୋତିରାଦିତ୍ୟଙ୍କ ଅସନ୍ତୋଷ ଗୋଳିଆ ପାଣିକୁ ସୁହାଇବା ଭଳି ହେଲା । ଯେଉଁ ପରିସ୍ଥିତି ଆଜି ସୃଷ୍ଟି ହୋଇଛି,  ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କରିବା ଏକରକମ ନିଶ୍ଚିତ ହୋଇଯାଇଛି ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବିଧାନସଭାରେ ୨୩୦ ବିଧାୟକଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ପରେ ଏବେ ସଦସ୍ୟ ସଂଖ୍ୟା ୨୨୮ ରହିଛି। ସିନ୍ଧିଆଙ୍କୁ ସମର୍ଥନ କରୁଥିବା ୨୦ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମଞ୍ଜୁର ହେଲେ ରାଜ୍ୟ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ୨୦୮ରେ ପହଞ୍ଚିବ। ସେହିପରି କଂଗ୍ରେସ ଦଳ ୧୦୧ ସଦସ୍ୟଙ୍କ ମଧ୍ୟରେ ସୀମିତ ରହିବାର ଆଶଙ୍କା ଦେଖା ଦେଇଛି।

ଏଭଳି ସ୍ଥଳେ ଭାଜପା ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ। ସମ୍ପ୍ରତି ଭାଜପା ପାଖରେ ୧୦୭ ବିଧାୟକ ରହିଛନ୍ତି। ସରକାର ଗଠନ ପାଇଁ ଆବଶ୍ୟକ ୧୦୫ ମ୍ୟାଜିକ୍ ନମ୍ବର ଭାଜପା ସହଜରେ ହାସଲ କରିପାରିବ। ଏଭଳି କାମ କରିଥିବା ଯୋଗୁ ଭାଜପାରେ ଜ୍ୟୋତିରାଦିତ୍ୟଙ୍କୁ ସମ୍ମାନ ମିଳିବା ସହିତ ରାଜ୍ୟସଭାରୁ ପ୍ରାର୍ଥୀ କରାଯାଇ ମନ୍ତ୍ରୀପଦ ମଧ୍ୟ ମିଳିବ ।
କଂଗ୍ରେସର ଅସନ୍ତୁଷ୍ଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଇତି ମଧ୍ୟରେ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ,”ଗତ ୧୮ ବର୍ଷ ଧରି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ରହି ଆସିଛି। ବର୍ତ୍ତମାନ ମୋର ଆଗକୁ ବଢିବାର ସମୟ ଆସିଛି। ମୁଁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି ଏବଂ ଆପଣ ଜାଣନ୍ତି କଂଗ୍ରେସ ଦଳ କେଉଁ ଆଡକୁ ଗତି କରୁଛି।

ସିନ୍ଧିଆଙ୍କ ପ୍ରତି ବିଶ୍ୱସ୍ତ କଂଗ୍ରେସ ବିଧାୟକମାନେ ପୂର୍ବରୁ ସୂଚାଇ ଦେଇଥିଲେ ଯେ ସେମାନେ କମଲନାଥ ନେତୃତ୍ୱାଧୀନ ସରକାରରୁ ବାହାରି ଯାଇ ପାରନ୍ତି। ଗତକାଲି ବିଳମ୍ବିତ ରାତିରେ କ୍ୟାବିନେଟ ବୈଠକରେ ପ୍ରାୟ ୨୦ ଜଣ କ୍ୟାବିନେଟ ମନ୍ତ୍ରୀ କମଲନାଥଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେବା ପରେ ସିନ୍ଧିଆ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ତାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ତିନି ନେତା ପ୍ରାୟ ଏକ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲେ।

କୁହାଯାଉଛି ସିନ୍ଧିଆଙ୍କ ସହ ମଧ୍ୟପ୍ରଦେଶର ଭବିଷ୍ୟତ ରାଜନୀତି ବିଷୟ ସମ୍ପର୍କରେ ବି ଆଲୋଚନା ହୋଇଛି ଏବଂ କିଛି ଖାସ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଖବର ଅନୁସାରେ, ସିନ୍ଧିଆ ବିଜେପିରେ ଯୋଗ ଦେବେ ଓ ତାଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯିବ। ଏହା ବଦଳରେ ସିନ୍ଧିଆଙ୍କ ସମର୍ଥକମାନେ ବିଧାୟକ ପଦରୁ ଇସ୍ତଫା ଦେବେ। ଏହା ଫଳରେ ମଧ୍ୟପ୍ରଦେଶରେ କମଳନାଥ ସରକାର ଅଳ୍ପ ସଂଖ୍ୟକ ହୋଇଯିବ। ମୋଦିଙ୍କ ସହିତ ହୋଇଥିବା ବୁଝାମଣା ଅନୁଯାୟୀ ସିନ୍ଧିଆ ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବା ପରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପଦ ମିଳିବ ।

ତେଣେ ମଧ୍ୟପ୍ରଦେଶରେ ସିନ୍ଧିଆଙ୍କ ପଛରେ ଥିବା ୨୨ ଜଣ ବିଧାୟକ ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କ ପାଖକୁ ପଠାଇ ସାରିଛନ୍ତି। କମଳନାଥ ସରକାର ଦୁର୍ବଳ ହେବା ପରେ ଶିବରାଜ ଚୌହାନ ସରକାର ଗଠନ ପାଇଁ ଦାବି କରିବେ। ଯଦି ତାହା ହୁଏ ଚୌହାନଙ୍କ ମନ୍ତ୍ରୀମଣ୍ଡଳରେ ସିନ୍ଧିଆଙ୍କ କିଛି ସମର୍ଥକଙ୍କୁ ମଧ୍ୟ ସାମିଲ କରାଯିବ। ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କଲେ ଏହା ବିଜେପି ପାଇଁ ଏକ ବଡ଼ ବିଜୟ ହେବ ।

ଅନ୍ୟପକ୍ଷରେ କଂଗ୍ରେସ ସିନ୍ଧିଆଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ବଦଳରେ ତାଙ୍କୁ ଦଳରୁ ବିତାଡ଼ିତ କରିଥିବା କହିଛି । ତେବେ ଆଶ୍ଚର୍ଯ୍ୟ ଲାଗେ ଯେ ରାହୁଲ ଗାନ୍ଧିଙ୍କ ଏତେ ନିକଟତର ଥିବା ଜ୍ୟୋତିରାଦିତ୍ୟ କାହିଁକି ଦୂରେଇ ଗଲେ ? କଣ ତାଙ୍କର କିଛି ଦାବି ଓ ଆଶାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ନା କେନ୍ଦ୍ରରେ ମନ୍ତ୍ରୀ ହେବାର ଆଶା ପୂରଣ ନହେବାରୁ ହାତକୁ ଛାଡ଼ି ଜ୍ୟୋତିରାଦିତ୍ୟ ପଦ୍ମ ଧରିବାକୁ ନିଷ୍ପତ୍ତି ନେଲେ ? ଏକଥା ଖୁବ୍‌ ଶୀଘ୍ର ସ୍ପଷ୍ଟ ହୋଇଯିବ ।

 

The inside story of  jyotiraditya Scindia resigning from Congress

 

Sasmita

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

11 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

30 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

38 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

54 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago