କାଲି ଖୋଲିବ ବଦ୍ରିନାଥର କପାଟ, ଜାଣନ୍ତୁ ଶୁଭ ମୁହୂର୍ତ୍ତ..

ଗଙ୍ଗୋତ୍ରୀ-ଯମୁନୋତ୍ରୀ ଏବଂ କେଦାରନାଥ ଧାମର କପାଟ ଖୋଲିବା ଖୋଲିଛି ।  ଏହାପରେ ଭକ୍ତମାନେ ବଦ୍ରିନାଥ ଧାମ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି ।  ତେବେଏପ୍ରିଲ ୩୦ରୁ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାଆରମ୍ଭ ହୋଇଛି । ଯିଏ ଚାରିଧାମକୁ ଯାଆନ୍ତି ସେ ଜନ୍ମ ଏବଂ ମୃତ୍ୟୁ ଚକ୍ରରୁ ମୁକ୍ତି ପାଆନ୍ତି ଏବଂ ମୋକ୍ଷ ପ୍ରାପ୍ତ କରନ୍ତି ବୋଲି ବିଶ୍ୱାସ କରାଯାଏ ।

ଉତ୍ତରାଖଣ୍ଡର ହିମାଳୟ ଗଡ଼ୱାଲ ଅଞ୍ଚଳର ବଦ୍ରିନାଥ ସହରରେ ରହିଛି । ବଦ୍ରିନାଥ ପ୍ରାୟ ୩,୧୦୦ ମିଟର ଉଚ୍ଚତାରେ ରହିଛି । ବଦ୍ରିନାଥଙ୍କ ସହିତ ଜଡିତ ଏକ ଧାର୍ମିକ ବିଶ୍ୱାସ ଅଛି ଯେ ମନ୍ଦିର ଦର୍ଶନ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ପାପ ଧୋଇଯାଏ ।  ଚଳିତ ବର୍ଷ ୨୦୨୫ ମସିହାରେ ବଦ୍ରିନାଥ ଧାମର କପାଟ କେବେ ଖୋଲିବ, କେଉଁ ଶୁଭ ସମୟରେ ଭକ୍ତମାନେ ଦର୍ଶନ କରିପାରିବେ ତାହାକୁ ଚାତକ ଭଳି ଚାହିଁ ରହିଛନ୍ତି ଭକ୍ତ ।

ବଦ୍ରିନାଥ ଧାମ ହେଉଛି ଭଗବାନ ବିଷ୍ଣୁଙ୍କ ବାସସ୍ଥାନ । ମେ ୨ ତାରିଖରେ କେଦାରନାଥ ଧାମର କପାଟ ଖୋଲିବା ପରେ, ବଦ୍ରିନାଥର କପାଟ ଖୋଲିବାକୁ ଯାଉଛି । ବଦ୍ରିନାଥ ଧାମର କପାଟ ମେ ୪ ତାରିଖ ୨୦୨୫  ଅର୍ଥାତ ଆସନ୍ତା କାଲି ସକାଳ ୬ଟାରେ ଖୋଲିବ ।  ତେବେ ବଦ୍ରିନାଥକୁ ଚାରିଧାମ ଯାତ୍ରାର ଶେଷ ପବିତ୍ର ଧାମ ବୋଲି ବିବେଚନା କରାଯାଏ ।  ଏଠାରେ ଦର୍ଶନ ନକଲେ ଚାରିଧାମର ଯାତ୍ରା ଅଧୁରା ଓ ଅସମ୍ପୂର୍ଣ୍ଣ ମନେହୁଏ ।

ବଦ୍ରିନାଥଙ୍କୁ ପୂଜା କରୁଥିବା ମୁଖ୍ୟ ପୁରୋହିତଙ୍କୁ ରାୱଲ କୁହାଯାଏ ।  ମନ୍ଦିରର ଗର୍ଭଗୃହରେ ପ୍ରବେଶ କରି ବଦ୍ରିନାଥ ଜୀଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବାର ଅଧିକାର କେବଳ ରାୱଲଙ୍କର ଅଛି ।  କପାଟ ଖୋଲିବା ପୂର୍ବରୁ, ନରସିଂହ ମନ୍ଦିର (ଯୋଶୀମଠ) ରୁ ଭଗବାନ ବିଷ୍ଣୁଙ୍କ ଚଳନ୍ତି ପ୍ରତିମା ଏବଂ ପୂଜା ସାମଗ୍ରୀ ବହନ କରି ଏକ ଯାତ୍ରା କରାଯାଏ  ।  ବାବା ବଦ୍ରିନାଥ ଧାମର କପାଟ ଖୋଲିବା ପରେ, ପରବର୍ତ୍ତୀ ୬ ମାସ ପର୍ଯ୍ୟନ୍ତ ତାଙ୍କ ସାଜସଜ୍ଜା ଏବଂ ପୂଜାରେ ତେଲ ବ୍ୟବହାର କରାଯାଏ ।

ବଦ୍ରିନାଥ ମନ୍ଦିରରେ, ଭଗବାନ ବିଷ୍ଣୁଙ୍କ ସହିତ, ଭଗବାନଙ୍କ ନର ନାରାୟଣ ରୂପକୁ ମଧ୍ୟ ପୂଜା କରାଯାଏ ।  କାରଣ ଏଠାରେ ଭଗବାନ ନର ନାରାୟଣ ରୂପରେ ତପସ୍ୟା କରିଥିଲେ । ତେଣୁ, ମନ୍ଦିରର ଗର୍ଭଗୃହରେ ଶ୍ରୀ ହରି ବିଷ୍ଣୁଙ୍କ ସହିତ ଧ୍ୟାନମଗ୍ନ ଅବସ୍ଥାରେ ନର ନାରାୟଣଙ୍କ ପ୍ରତିମା ରହିଛି ।

Also read : ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥଙ୍କ କପାଟ; ୧୦୮ କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ବାବାଙ୍କ ମନ୍ଦିର