ଦେଶ ବିଦେଶ

୪୫ ଦିନ ଧରି କୋମାରେ ଥିଲେ କରୋନା ସଂକ୍ରମିତ ନର୍ସ! ଏମିତି ରକ୍ଷା ପାଇଲା ଜୀବନ; ସୁସ୍ଥ ହୋଇ ବର୍ଣ୍ଣନା କଲେ କେମିତି ଚାଲିଥିଲା ଚିକିତ୍ସା

ଭିୟାଗ୍ରାରୁ କ’ଣ କାହାର ଜୀବନ ରକ୍ଷା ହୋଇ ପାରିବ? ଏହି ପ୍ରଶ୍ନର ଉତ୍ତର ଏବେ ମିଳି ଯାଇଛି। ବ୍ରିଟେନରେ କରୋନା ଭାଇରସ୍ କାରଣରୁ କୋମାକୁ ଚାଲି ଯାଇଥିବା ଜଣେ ନର୍ସଙ୍କ ଜୀବନ ଭିୟାଗ୍ରା ଯୋଗୁ ହିଁ ରକ୍ଷା ପାଇ ଯାଇଛି। ୩୭ ବର୍ଷୀୟା ମୋନିକା ଅଲମେଡା ୪୫ ଦିନ ଧରି କୋମାରେ ଥିଲେ ଏବଂ ଡାକ୍ତରମାନେ ତାଙ୍କୁ ଭିୟାଗ୍ରା ସାହାଯ୍ୟରେ କୋମାରୁ ମୁକ୍ତ କରିଥିଲେ। ଚିକିତ୍ସାର ଏହି ଅନନ୍ୟ ଉପାୟ ମୋନିକାଙ୍କ ସହକର୍ମୀମାନେ କରି ଦେଖାଇଥିଲେ।

କମି ଯାଉଥିଲା ଅମ୍ଳଜାନ ସ୍ତର

ମୋନିକା ଅଲମେଡାଙ୍କର ଅମ୍ଳଜାନ ସ୍ତର ଲଗାତାର ଭାବରେ ହ୍ରାସ ପାଉଥିଲା। ତାଙ୍କର ଅବସ୍ଥା ଦେଖି ଲାଗୁଥିଲା ଯେ କେବଳ କୌଣସି ଚମତ୍କାର ହିଁ ତାଙ୍କୁ ବଞ୍ଚାଇ ପାରିବ ଏବଂ ତାଙ୍କ ସହକର୍ମୀ ଡାକ୍ତରମାନେ ସେହି ଚମତ୍କାର କରି ଦେଖାଇଥିଲେ। ଇଂଲଣ୍ଡର ଗେନ୍ସବରୋ ଲିଙ୍କନଶାୟରରେ ରହୁଥିବା ମୋନିକା କହିଛନ୍ତି, ‘ଯେତେବେଳେ ମୁଁ ହୋସ୍‌କୁ ଆସିଥିଲି, ତ ଡାକ୍ତର କହିଥିଲେ କି, ମୋତେ ଭିୟାଗ୍ରା ସାହାଯ୍ୟରେ ହୋସ୍‌କୁ ଅଣାଯାଇଛି। ପ୍ରଥମେ ମୋତେ ଏ ସବୁ ଥଟ୍ଟାମଜା ଲାଗୁଥିଲା, କିନ୍ତୁ ସେମାନେ କହିଥିଲେ ଯେ ପ୍ରକୃତରେ ମୋତେ ଭିୟାଗ୍ରାର ହେଭି ଡୋଜ ଦିଆଯାଇଛି’।

ଏହିଭଳି ହୋଇଥିଲେ କରୋନା ସଂକ୍ରମିତ

ମୋନିକା NHS ଲିଙ୍କନଶାୟରରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିଲେ। ତାଙ୍କୁ ସେହି ସମୟ ମଧ୍ୟରେ ଅକ୍ଟୋବରରେ କରୋନା କାବୁ କରି ନେଇଥିଲା। ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାକୁ ଲାଗିଥିଲା ଏବଂ ରକ୍ତ ବାନ୍ତି ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ଏହାପରେ ମୋନିକା ଡାକ୍ତରଖାନାରେ ହିଁ ନିଜର ଚିକିତ୍ସା ଆରମ୍ଭ କରାଇଥିଲେ। ଯଦିଓ ସେଠାରୁ ତାଙ୍କୁ ଶୀଘ୍ର ଡିସଚାର୍ଜ କରି ଦିଆଯାଇଥିଲା। କିନ୍ତୁ ଘରକୁ ଯିବା ମାତ୍ରେ ହିଁ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ, ଯାହା ପରେ ତାଙ୍କୁ ପୁଣିଥରେ ଲିଙ୍କନ କାଉଣ୍ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୋନିକାଙ୍କ ଅମ୍ଳଜାନ ସ୍ତର କ୍ରମାଗତ ଭାବରେ ହ୍ରାସ ପାଉଥିଲା, ଏହି କାରଣରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ୧୬ ନଭେମ୍ବରରେ ସେ କୋମାକୁ ଚାଲି ଯାଇଥିଲେ।

ଭିୟାଗ୍ରା ଏହିଭଳି କରିଥିଲା କାମ

ନର୍ସଙ୍କ ଅବସ୍ଥା ଖରାପ ହେଉଥିବାର ଦେଖି ଡାକ୍ତରମାନେ ତାଙ୍କ ଚିକିତ୍ସା ପାଇଁ ଭିୟାଗ୍ରାକୁ ବ୍ୟବହାର କରିଥିଲେ। କହି ରଖୁଛୁ କି, ଭିୟାଗ୍ରାର ଉପଯୋଗ ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ଆସିଥାଏ। ଭିୟାଗ୍ରା ଫୁସଫୁସରେ ଫୋସ୍ପୋଡାୟଷ୍ଟେରିୟସ୍‌ ଏନଜାଇମ୍ ଉତ୍ପାଦନ କରିଥାଏ ଏବଂ ରକ୍ତ ଧମନୀଗୁଡ଼ିକୁ ଚଉଡ଼ା କରି ଫୁସଫୁସକୁ ଆରାମ ପହଞ୍ଚାଇବାର କାମ କରିଥାଏ। ମୋନିକା କହିଛନ୍ତି, ‘ଏହା ଭିୟାଗ୍ରାର ଔଷଧ ଥିଲା, ଯଦ୍ଦ୍ଵାରା ମୋ ଜୀବନ ରକ୍ଷା ପାଇଥିଲା। ୪୮ ଘଣ୍ଟା ଭିତରେ ମୋ ଫୁସଫୁସ କାମ କରିବା ଆରମ୍ଭ କରିଥିଲା। ମୋର ଆଜ୍ମା ଅଛି, ଯେଉଁଥିପାଇଁ ମୋର ଅମ୍ଳଜାନ ସ୍ତର କମି ଯାଉଥିଲା’। ମୋନିକା ଏବେ ପୂର୍ବ ଅପେକ୍ଷା ଅଧିକ ଭଲ ଅଛନ୍ତି ଏବଂ ଘରେ ହିଁ ତାଙ୍କର ଚିକିତ୍ସା ଜାରି ରହିଛି।

Roshni

Recent Posts

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

42 seconds ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

19 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

44 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

48 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

50 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

56 mins ago