ବିହାର(କେନ୍ୟୁଜ୍): ବିହାର ମୁଜାଫରନଗରରେ ମସ୍ତିଷ୍କ ଜ୍ୱରରେ ଶିଶୁ ମୃତ୍ୟୁର ପ୍ରକୃତ କାରଣ କ’ଣ? କେବଳ ଲିଚୁ ଖାଇବା ଦ୍ୱାରା ଶିଶୁଙ୍କ ମୃତ୍ୟୁ ହେଉଛି କି ? ଶିଶୁ ମୃତ୍ୟୁର ଗୋଟିଏ କାରଣ ଲିଚୁ ହୋଇପାରେ । କିନ୍ତୁ ଡାକ୍ତରଙ୍କ ମତରେ କେବଳ ଲିଚୁ ନୁହଁ ଶିଶୁ ମୃତ୍ୟୁର ପ୍ରକୃତ କାରଣ । କୁପୋଷଣ, ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟ ମୃତ୍ୟୁର କାରଣ ବୋଲି କୁହାଯାଉଛି । ଖାଲି ପେଟରେ ଲିଚୁ ଖାଇବା ଦ୍ୱାରା ରକ୍ତରେ ସୁଗାର ଜମି ଯାଇଥାଏ । ଏହା ପ୍ରଭାବରେ ଜ୍ୱର ହୋଇଥାଏ । ଏହାକୁ ଚମ୍କୀ ଜ୍ୱର ବୋଲି କୁହାଯାଉଛି । ଯେଉଁ ଅଞ୍ଚଳରେ ଏହି ମସ୍ତିଷ୍କ ଜ୍ୱରରେ ପିଲାଙ୍କ ମୃତ୍ୟୁ ହେଉଛି, ସେହି ଅଞ୍ଚଳରେ ଲିଚୁ ଉତ୍ପାଦନ ଅଧିକ ହୋଇଥାଏ ।
ମୃତ୍ୟୁର କାରଣ ଲିଚୁ ହୋଇଥିଲେ, ସହରାଞ୍ଚଳର ଶିଶୁମାନେ ମଧ୍ୟ ଏହାର ଶିକାର ହୋଇଥାନ୍ତେ । ବିହାରରେ ଏପର୍ଯ୍ୟନ୍ତ ଏହି ରୋଗରେ ୧୨୫ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହେଲାଣି । ପ୍ରାଣ ହରାଇଥିବା ଶିଶୁଙ୍କ ବୟସ ୧୦ ବର୍ଷରୁ କମ୍ ବୋଲି କୁହାଯାଉଛି । ଏବେ ବି ଡାକ୍ତରଖାନାରେ ଅନେକ ପିଲା ଚିକିତ୍ସିତ ହେଉଛନ୍ତି । ୨୦୦୦ରୁ ୨୦୧୦ ମଧ୍ୟରେ ଏହି ରୋଗରେ ବିହାର ମୁଜାଫରନଗର ଜିଲ୍ଲାରେ ଏକ ହଜାରରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଛି ।