ପ୍ରେମିକର ଆଙ୍ଗୁଠି କାଟି ରକ୍ତରେ ଭରି ଦିଆଗଲା ପ୍ରେମିକାର ମଥା! ଭିଡିଓ ଭାଇରାଲ ହେବା ପରେ ଘର ଲୋକେ ନେଲେ ଏଭଳି ନିଷ୍ପତ୍ତି

ବିହାରର ମୁଙ୍ଗେର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିବା ପ୍ରେମୀ ଯୁଗଳଙ୍କର ଜୋର୍‌ ଜବରଦସ୍ତି ବିବାହ କରି ଦିଆଯାଇଛି। ସେଠି ଉପସ୍ଥିତ ଥିବା କିଛି ଲୋକେ ପ୍ରଥମେ ପ୍ରେମିକର ଆଙ୍ଗୁଠିକୁ କାଟି ଦେଇଥିଲେ ଏବଂ ତାଙ୍କୁ ନିଜ ରକ୍ତରେ ପ୍ରେମିକାର ମଥା ଭରିବାକୁ କହିଥିଲେ। ଏହାପରେ ଘଟଣାର ଭିଡିଓ ରେକର୍ଡ କରି ତାହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ।

ଭିଡିଓ ସାର୍ବଜନୀନ ହେବା କ୍ଷଣି ଆଖପାଖ ଅଞ୍ଚଳରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଥିଲା। ପରିବାର ଲୋକଙ୍କୁ ଯେତେବେଳେ ଏ ବିଷୟରେ ଖବର ମିଳିଥିଲା, ତ ସେମାନେ ସେଠି ପହଞ୍ଚି ପୂରା ବିଧି ବିଧାନର ସହ ଦୁହିଁଙ୍କ ବିବାହ କରାଇବାକୁ ନିଷ୍ପତ୍ତି ନେଇଥିଲେ।

ଘଟଣାର ଭିଡିଓ ଗତ ୨ ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଦେଖି ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କୁ ଲୋକଲଜ୍ଜାରୁ ବଞ୍ଚାଇବା ପାଇଁ ସେମାନଙ୍କ ବିବାହ କରାଇ ଦେବାକୁ ସ୍ଥିର କରିଥିଲେ। କହି ରଖୁଛୁ, ଏହି ଭିଡିଓ ଗତ ଅଗଷ୍ଟ ୨୧ର। ପ୍ରେମୀ ଯୁଗଳ ସ୍ଥାନୀୟ ହବେଲି ଖଡ଼ଗପୁରସ୍ଥିତ ହ୍ରଦ ବୁଲିବାକୁ ଯାଇଥିବା ବେଳେ ଏଭଳି ପରିସ୍ଥିତିର ଶିକାର ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.