ଦେଶ ବିଦେଶ

ନିଜ ଛୁଆକୁ ନିଜେ ମାରିଲା ମା’, “କହିଲେ ସ୍ୱର୍ଗରେ ଖୁସି ଅଛନ୍ତି ମୋ ଛୁଆ”

ନିଜ ହାତରେ ନିଜ ଛୁଆକୁ ମାରିଲା ମା’ । ପୁଣି ଜଣେ ନୁହେଁ ଦୁଇ ଦୁଇଟି ଛୁଆଙ୍କୁ ଜୀବନରୁ ମାରି ଦେଇଛି ଜଣେ ମା’ । ମା’ ମାନେ ନିଜ ଛୁଆର ସମସ୍ତ ବିପଦକୁ ନିଜ ଉପରକୁ ନେଉଥିବାବେଳେ ଜଣେ ମା’ ହିଁ ନିଜର ଦୁଇଟି ପିଲାଙ୍କୁ ମାରି ଦେଇଛି । ଏଭଳି ଅଭାବନୀୟ ଘଟଣା ଆମେରିକାରେ ଘଟିଯାଇଛି । ଲୋରି ଭାଲୋ ଡେବେଲ ନାମକ ଜଣେ ମହିଳା ନିଜର ଦୁଇ ପିଲାଙ୍କୁ ହତ୍ୟା କରିବା ସହ ନିଜ ସ୍ୱାମୀଙ୍କ ପୂର୍ବତନ ପତ୍ନୀଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଏନେଇ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଚାରି ବର୍ଷ ପୂର୍ବେ ଏହି ମାମଲା ଚର୍ଚ୍ଚାରେ ଥିଲା, ଯେଉଁ କାରଣରୁ ଅନେକ ଲୋକ ଲୋରିଙ୍କୁ ‘ପ୍ରଳୟର ମା’ ବୋଲି କହିଥିଲେ । ମେ ମାସରେ ଖଣ୍ଡପୀଠ ତାଙ୍କୁ ତିନୋଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ ।

ଆମେରିକାର ଓକିଲଙ୍କ ଅନୁଯାୟୀ, ୫୦ ବର୍ଷିୟା ମହିଳା ସର୍ବନାଶର ଧାର୍ମିକ ସିଦ୍ଧାନ୍ତକୁ ନେଇ ଉତ୍ସାହିତ ହୋଇଥିଲେ ଏବଂ ତାଙ୍କ ଭାବନା ଅନୁସାରେ ତାଙ୍କ ପିଲାମାନଙ୍କୁ ସେ ମାରିବା ଉଚିତ ହୋଇଥିଲା ଯାହା ଦ୍ୱାରା ସେମାନେ ସ୍ୱର୍ଗକୁ ଯାଇପାରିବେ । ଲୋରୀ ବିଶ୍ୱାସ କରୁଥିଲେ ଯେ ତାଙ୍କ ପିଲାମାନେ ଜୋମ୍ବି ଏବଂ ସେ ସର୍ବନାଶ ଆରମ୍ଭ କରିବା ପାଇଁ ପଠା ଯାଇଥିବା ଜଣେ ଦେବୀ ।

ଜୁଲାଇ ୩୧ ସୋମବାରରେ, ଲୋରିଙ୍କୁ ତାଙ୍କ ପିଲା (୧୬ ବର୍ଷିୟ ଟାୟଲି ରିଆନ ଏବଂ ୭ ବର୍ଷିୟ ଜୋଶୁଆ ଜେଜେ ଭାଲୋଙ୍କ) ହତ୍ୟା କରିବା ପାଇଁ ଏବଂ ଟମି ଡେବେଲ (ସ୍ୱାମୀ ଚାଡ ଡେବେଲଙ୍କ ପ୍ରଥମ ପତ୍ନୀ)ଙ୍କ ହତ୍ୟା ଷଡଯନ୍ତ୍ରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା ।

ଦଣ୍ଡାଦେଶ ଶୁଣାଇଥିବା ବେଳେ ଜଜ ବଏସ୍ କହିଛନ୍ତି ଯେ ‘ଗୁରୁତର ଅଭିଯୋଗ’ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ସେ କୌଣସି ଅନୁତାପ ପ୍ରକାଶ କରିନାହାଁନ୍ତି। ଜଜ କହିଛନ୍ତି, ‘ହତ୍ୟା ହେଉଛି ସବୁଠାରୁ ବଡ ଅପରାଧ ଏବଂ ସବୁଠାରୁ ଭୟଙ୍କର ହତ୍ୟା ହେଉଛି ଜଣେ ମା ନିଜ ସନ୍ତାନକୁ ହତ୍ୟା କରିବା ଏବଂ ତୁମେ ଏଭଳି କରିଛ ।

ଲୋରୀ ହତ୍ୟାକୁ ଅସ୍ୱୀକାର କରି ଧାର୍ମିକ ବିଶ୍ୱାସକୁ ଦର୍ଶାଇଥିଲେ । ସୋମବାର ଶୁଣାଣି ସମୟରେ ଲୋରୀ ନିଜ ପିଲାମାନଙ୍କୁ ହତ୍ୟା କରିଥିବା କଥା ମନା କରିଥିଲେ ଏବଂ ଧାର୍ମିକ ଗ୍ରନ୍ଥ ଏବଂ ମାନ୍ୟତାକୁ ଦର୍ଶାଇ ଏଭଳି ହତ୍ୟାକାଣ୍ଡ ଉଚିତ ବୋଲି କହିଥିଲେ । ଲୋରି କହିଥିଲେ ଯେ ସେ ଯୀଶୁଙ୍କ ସହିତ କଥା ହୋଇଛନ୍ତି ଏବଂ ତାଙ୍କ ସନ୍ତାନ ଏବଂ ତାଙ୍କ ସ୍ୱାମୀଙ୍କ ପତ୍ନୀ ସ୍ୱର୍ଗରେ ଖୁସି ଅଛନ୍ତି ।

ସୂଚନା ମୁତାବକ ୨୦୧୯ରେ ଦୁଇ ଜଣ ପିଲା ନିଖୋଜ ହୋଇଥିଲେ ଏହା ପର ମାସରେ ଟମି ଡେବେଲଙ୍କ ମୃତ୍ୟୁ ହୋଇଥିଲା । କିଛି ସପ୍ତାହ ପରେ ଲୋରି ଏବଂ ଚାଡଙ୍କ ବିବାହ ହୋଇଥିଲା । ଜୁନ ୨୦୨୦ରେ ଆଇନ ଶୃଙ୍ଖଳା ଅଧିକାରୀମାନେ ଫ୍ରେମୋଣ୍ଟ କାଉଣ୍ଟିରେ ଟାୟଲି ଏବଂ ଜେଜେ ଡେବେଲଙ୍କ ମୃତଦେହ ସନ୍ଧାନ କରିଥିଲେ । ପ୍ରମାଣ ନଷ୍ଟ କରିବା, ପରିବର୍ତ୍ତନ କିମ୍ବା ଲୁଚାଇବା ଭଳି ଷଡଯନ୍ତ୍ରର ଦୁଇଟି ଗୁରୁତର ମାମଲାରେ ଏପ୍ରିଲ ୨୦୨୪ରେ ଚାଡଙ୍କ ଉପରେ ବିଚାର କରାଯିବ । ସେ ଏପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇନାହାଁନ୍ତି ।

Subhalaxmi Das

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

5 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

30 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

40 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago