ଖୋଲୁଛି ସୌରଭ ହତ୍ୟା ଘଟଣାର ରହସ୍ୟ, ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଲା ସତ

ସୌରଭ ହତ୍ୟା ମାମଲା ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଏହା ପଛରେ ଅସଲ କାରଣ କଣ? କ’ଣ ଗୁଣିଗାରେଡ଼ି ନାଁ ଅତ୍ୟନ୍ତ ଘୃଣା? ପୋଲିସ୍ ଏହାର ତଦନ୍ତ କରୁଛି । ତେବେ ଘର ଭିତରୁ ମିଳିଥିବା କିଛି ଚିତ୍ର ବୟାନ କରୁଛି କି କିଛି ଗୁଣିଗାରେଡ଼ି ହୋଇଥିଲା । ସୌରଭଙ୍କୁ ମାରିବା ପରେ ତାଙ୍କ ଶରୀରକୁ ୧୫ ଖଣ୍ଡ କରି ଡ୍ରମ୍ ଭିତରେ ରଖି ସେଥିରେ ସିମେଣ୍ଟ ଚଢ଼ାଇ ଦେଇଥିଲେ । ଜଣେ ମହିଳା ପୁଣି ପତ୍ନୀ କିଭଳି ଏମିତି ନିର୍ମମ, ବୀଭତ୍ସ କାଣ୍ଡ ଘଟାଇ ପାରିଲା ତାକୁ ନେଇ ସମସ୍ତେ ଚକିତ ଓ ବିସ୍ମିତ ।
ପଡ଼ୋଶୀ ଲୋକ ବି ଦେଖିଥିବା କହିଛନ୍ତି କି ସ୍ବାମୀକୁ ମାରିବା ପରେ ଘରେ ମୁସ୍କାନ ଚୁପଚାପ ବସି ରହିଥିଲା । ଆଉ ଘର ଦୁଆର ଖୋଲା ରହିଥିଲା । ଏଥିରୁ ଅନୁମାନ କରାଯାଉଛି କି ସ୍ବାମୀ ସୌରଭଙ୍କୁ ହୁଏତ ଅତ୍ୟନ୍ତ ଘୃଣା କରୁଥିଲା ମୁସ୍କାନ୍ । ଆଉ ପ୍ରେମିକ ସାହିଲର ସହାୟତା ନେଇ ସୌରଭଙ୍କୁ ରାସ୍ତାରୁ ହଟାଇଥିଲା । ପୁଣି ହତ୍ୟାକାଣ୍ଡ ଘଟାଇବା ପରେ ମୁସ୍କାନ ହୋଲିର ମଜା ନେଲା, ଜନ୍ମଦିନ ମନାଇଲା । ଯାହା ସ୍ପଷ୍ଟ ଭାବେ ଜଣାଉଛି କି ଟିକିଏ ବି ପଶ୍ଚାତାପ ନଥିଲା ତା ମନରେ ।
ସିଟି ଏସପି ଆୟୁଷ ବିକ୍ରମ ସିଂହ ସୂଚନା ଦେଇଛନ୍ତି କି ମୁସ୍କାନ ମାରିଥିବା ଛୁରା ମାଡ଼ରେ ହିଁ ସୌରଭର ଜୀବନ ଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି । ସୌରଭ ରାଜପୁତ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ସହ ମିରଟ୍ ପୋଲିସ୍ ଦୁଇ ଅଭିଯୁକ୍ତ ମୁସ୍କାନ ଓ ତାର ପ୍ରେମିକ ସାହିଲକୁ ଗିରଫ କରିଛି । ସେମାନେ ଏବେ ଜେଲରେ ଅଛନ୍ତି । ହେଲେ ଜଣାପଡ଼ିଛି କି ଉଭୟ ନିଶା ଖାଇବାରେ ଅଭ୍ୟସ୍ତ । ନିୟମିତ ଡ୍ରଗସ ନେଉଥିଲେ ଉଭୟ । ଜେଲରେ ନିଶା ନମିଳିବାରୁ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଛି ।
ଏବେ ଜେଲ୍ କର୍ତ୍ତୃପକ୍ଷ ସେମାନଙ୍କୁ ନିଶା ନିବାରଣ କେନ୍ଦ୍ରର ସଦସ୍ୟଙ୍କୁ ଡାକି ସେମାନଙ୍କ କାଉନସେଲିଂ କରିବା ପାଇଁ ଯୋଜନା କରୁଛନ୍ତି । ଏମିତିକି ନିଶା ଛଡ଼ାଇବା ପାଇଁ ସେମାନଙ୍କୁ ଔଷଧ ମଧ୍ୟ ଦିଆଯାଇଛି । ଏହି ମାମଲରେ ପୋଲିସ୍ ଆହୁରି ଅନେକ ତଥ୍ୟ ହାସଲ କରିଛି । ମଚ୍ଚାଣ୍ଣ ନେଭି ଅଫିସର ଥିବା ସୌରଭ ବାହାରେ ଚାକିରି କରିଥିବା ବେଳେ ଏପଟେ ଚାଲିଥିଲା ମୁସ୍କାନ ଓ ସାହିଲଙ୍କ ପ୍ରେମଲୀଳା । ସୌରଭ ଘର ଖର୍ଚ୍ଚ ପାଇଁ ଯେଉଁ ଟଙ୍କା ପଠାଉଥିଲେ ସେଥିରେ ଏ ଦୁହେଁ ଅଏସ୍ କରୁଥିଲେ । ସେହି ଟଙ୍କାରେ ଜୁଆ ଖେଳୁଥିଲେ । ସାହିଲ ଜୁଆ ଖେଳୁଥିଲା ଓ ମୁସ୍କାନ ତାକୁ ସୌରଭ ପଠାଉଥିବା ପଇସା ଦେଉଥିଲା ।
ଧରାପଡ଼ିବା ପୂର୍ବରୁ ସେମାନେ ଆଇପିଏଲରେ ବେଟିଂ କରିବାକୁ ସଜବାଜ ହେଉଥିଲେ । ଯେଉଁ ବୁକି ଜରିଆରେ ସାହିଲ ବେଟିଂ କରୁଥିଲା ଏବେ ମିରଟ୍ ପୋଲିସ୍ ତାକୁ ଖୋଜୁଛି । ଏହି ଭୟଙ୍କର ହତ୍ୟା ମାମଲାରେ ଅନେକ ଦିଗ ରହିଛି । ଯାହାର ପର୍ଦ୍ଦାଫାସ କରିବାରେ ପୂରା ଦମ୍ ଲଗାଇ ଦେଇଛି ପୋଲିସ୍ । ଯଦିଓ ସୌରଭଙ୍କୁ ହତ୍ୟା କରିଥିବା କଥା ନିଜେ ମୁସ୍କାନ ସ୍ବୀକାର କରିଛି ତେବେ ସେମାନଙ୍କୁ କୋର୍ଟରେ ଦଣ୍ଡିତ କରିବା ପାଇଁ ଠୋସ୍ ପ୍ରମାଣ ଦରକାର । ଯାହା ଯୋଗାଡ଼ କରିବାରେ ଲାଗି ପଡ଼ିଛି ମିରଟ୍ ପୋଲିସ୍ ।
Also read: ସୌରଭ ବହୁତ ଭଲ ପାଉଥିଲା, ଆମ ଝିଅ ହିଁ ବଦମାସ, ତାକୁ କଠୋର ଦଣ୍ଡ ମିଳୁ : ମୁସ୍କାନଙ୍କ ମା’ ବାପା