ଚିନ୍ତା ବଢ଼ାଉଛି କରୋନା ,ଗତ ୨୪ ଘଣ୍ଟା ମଧ୍ୟରେ ୫୦ ପ୍ରତିଶତ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୭ ହଜାର ୫୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଅପେକ୍ଷା ଆଜି ଆଉ ଅଧିକ ୧୨ ହଜାର ନୂଆ କେସ ଆସିଛି । ଏଥିସହ ଦେଶରେ ମୋଟ ପଜିଟିଭ୍‌ ସଂଖ୍ୟା ୩ କୋଟି ୨୫ ଲକ୍ଷ ୧୨ ହଜାର ୩୬୬କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ ୬୪୮ ଜଣଙ୍କ ଜୀବନ ନେଇଛି ଭାଇରସ ।

ସେହିପରି ରାଜ୍ୟରେ ଗତକାଲି ୬୨୫ କେସ ବାହରିଥିବା ବେଳେ ଆଜି ୮୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲି ଅପେକ୍ଷା ଆଜି ୧୫ ହଜାରରୁ ଅଧିକ କରୋନା ଟେଷ୍ଟିଂ ହୋଇଛି । ସେମାନଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୩୧ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୩୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାତ୍ର ଅନ୍ୟ ସମସ୍ତ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.