ପୁଣି ଦେଶରେ ଅଢ଼େଇ ଲକ୍ଷ ଟପିଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୨ ଲକ୍ଷ ୬୮ ହଜାର ୮୩୩ ମାମଲା ଆସିଛି

ନୂଆଦିଲ୍ଲୀ : ଭାରତରେ ତୃତୀୟ ଲହରର ଗତି କ୍ଷିପ୍ର ହେଉଛି । ପୁଣି ଅଢ଼େଇ ଲକ୍ଷ ଟପିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୨ ଲକ୍ଷ ୬୮ ହଜାର ୮୩୩ ମାମଲା ଆସିଛି। ୪୦୨ଜଣଙ୍କ ମୃତ୍ୟୁ ହୋଇଛି । ପଜିଟିଭିଟି ହାର ୧୪.୭୮ପ୍ରତିଶତରୁ ୧୬. ୬୬ ପ୍ରତିଶତକୁ ବୃଦ୍ଧି ପାଇଛି । ଜାନୁଆରୀ ୧ରେ ୨୨ହଜାର ୭୭୫ ସଂକ୍ରମିତ ଚିହ୍ନଟ ହୋଇଥିଲେ।
ଜାନୁଆରୀ ୭ରେ ଏହି ସଂଖ୍ୟା ଥିଲା ୧ଲକ୍ଷ ୧୭ ହଜାର ୧୦୦ । ଏହାର ଠିକ୍ ସପ୍ତାହେ ପରେ ଦୈନିକ ସଂକ୍ରମଣ ୨ଲକ୍ଷ ୬୮ ହଜାର ୮୩୩କୁ ବୃଦ୍ଧି ପାଇଛି । ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ୪୧କୁ ବୃଦ୍ଧି ପାଇଛି ।