ଭାରତକୁ ଆଉ ଏକ କୁଟନୈତିକ ବିଜୟ, OIC ବୈଠକକୁ ବର୍ଜନ କଲା ପାକିସ୍ତାନ

ଭାରତକୁ ଆଉ ଏକ କୁଟନୈତିକ ବିଜୟ । ଭାରତ-ପାକିସ୍ତାନ ତିକ୍ତତା ଥମିନଥିବା ବେଳେ ପାକିସ୍ତାନକୁ ଲାଗିଛି ଆଉ ଏକ ବଡ଼ ଝଟକା । ନିଜ ଦାବି ନରହିବାରୁ ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋପରେସନ୍ OIC ବୈଠକକୁ ବୟକଟ୍ କରିଛି ପାକିସ୍ତାନ । ସେପଟେ ଭାରତକୁ ନିମନ୍ତ୍ରଣ ମିଳିଥିବାରୁ ବୈଦେଷିକ ମନ୍ତ୍ରୀ ସୁଷମା ସ୍ୱରାଜ OIC କନକ୍ଲେଭରେ ଯୋଗଦେଇ ସମ୍ବୋଦ୍ଧିତ କରିଛନ୍ତି ।
ଆବୁଧାବିରେ ଆୟୋଜିତ OIC କନକ୍ଲେଭରେ ପ୍ରାୟ ୫୭ ମୁସଲିମ୍ ବହୁଳ ଦେଶ ସାମିଲ ହୋଇଛନ୍ତି । କନକ୍ଲେଭରେ ଯୋଗଦେବା ପାଇଁ OIC ପକ୍ଷରୁ ଭାରତକୁ ମିଳିଥିବା ନିମନ୍ତ୍ରଣକୁ ଖାରଜ କରିବାକୁ ଦାବି କରିଥିଲା ପାକିସ୍ତାନ । ହେଲେ OICକୁ ଗୁରୁତ୍ୱ ଦେଇନଥିଲା । ଫଳରେ ପାକିସ୍ତାନ ଏହି କଲକ୍ଲେଭକୁ ବହିଷ୍କାର କରିଥିଲା ।