‘କରୋନା ସେହିଦିନ ଶେଷ ହେବ, ଯେଉଁଦିନ ବିଶ୍ୱ ଏହାକୁ ଶେଷ କରିବାକୁ ଚାହିଁବ! ଏମିତି କହି ଦୁନିଆକୁ ପୁଣି ଚେତାବନୀ ଦେଲା WHO

କରୋନା ଭାଇରସ୍‌ର ପ୍ରକୋପ ଯଦିଓ ଏବେ ସାମାନ୍ୟ କମିଛି, କିନ୍ତୁ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର ପ୍ରମୁଖ ଟେଡ୍ରୋସ୍‌ ଏଧାନମ୍‌ ଘେବ୍ରେୟେସସ୍‌ ପୁଣିଥରେ ଦୁନିଆକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କି, କରୋନା ଭାଇରସ୍‌ ମହାମାରୀ ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ଦୁନିଆକୁ ଏଥିରୁ ମୁକ୍ତି ପାଇବା ପାଇଁ ସାର୍ବଜନିକ ସ୍ୱାସ୍ଥ୍ୟ ଉପକରଣଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ଉପଯୋଗ କରିବାକୁ ପଡ଼ିବ। ତାଙ୍କ କହିବା ହେଲା, ଏହି ମହାମାରୀ ସେହିଦିନ ଶେଷ ହେବ, ଯେଉଁଦିନ ଦୁନିଆ ଏହାକୁ ଶେଷ କରିବାକୁ ଚାହିଁବ।

ଏକ ନ୍ୟୁଜ୍‌ ଏଜେନ୍ସି ମୁତାବକ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରମୁଖ ବର୍ଲିନରେ ଓ୍ଵାର୍ଲ୍ଡ ହେଲ୍ଥ ସମିଟ୍‌କୁ ସମ୍ବୋଧିତ କରି କହିଥିଲେ କି, କରୋନା ମହାମାରୀକୁ ସମାପ୍ତ କରିବା ଆମ ହାତରେ ଅଛି। ଆମ ପାଖରେ ମଧ୍ୟ ସମସ୍ତ ଉପକରଣ ମହଜୁଦ ଅଛି, ଯାହାର ଆମକୁ ଆବଶ୍ୟକତା ରହିଛି, ଯେପରି ସାର୍ବଜନିକ ସ୍ୱାସ୍ଥ୍ୟ ଉପକରଣ ଓ ପ୍ରଭାବୀ ଚିକିତ୍ସା ଉପକରଣ। କିନ୍ତୁ ବିଶ୍ୱ ସେହି ଉପକରଣଗୁଡ଼ିକୁ ଠିକ୍‌ ଭାବରେ ଉପଯୋଗ କରି ନାହିଁ। ଏକ ସପ୍ତାହରେ ପାଖାପାଖି ୫୦,୦୦୦ ମୃତ୍ୟୁ ଘଟିଛି। ଏମିତିରେ ଦେଖିଲେ ମହାମାରୀ ଶେଷ ହୋଇ ନାହିଁ।

ସେ G-20 ଦେଶଗୁଡ଼ିକୁ ମଧ୍ୟ ଅନୁରୋଧ କରି କହିଛନ୍ତି ଯେ ସେମାନେ ନିଜର ୪୦ ପ୍ରତିଶତ ଜନସଂଖ୍ୟାକୁ କୋଭାକ୍ସ ଯନ୍ତ୍ରକ୍ରିୟା ଏବଂ ଆଫ୍ରିକୀୟ ଭ୍ୟାକ୍ସିନ୍‌ ଅଧିଗ୍ରହଣ ଟ୍ରଷ୍ଟ (AVAT)ରେ ସକ୍ରିୟ ରୂପରେ ସାମିଲ କରନ୍ତୁ। ଏଥି ସହିତ ସାରା ବିଶ୍ୱର ଦେଶଗୁଡ଼ିକୁ ଟିକାକରଣର ଗତିକୁ ବଢ଼ାଇବା ପାଇଁ ଅପିଲ କରିଛନ୍ତି। କହି ରଖୁଛୁ, ପୂର୍ବରୁ ମଧ୍ୟ WHO ଅନେକ ବାର କରୋନା ଭାଇରସ୍‌କୁ ନେଇ ବିଶ୍ୱବାସୀଙ୍କୁ ଚେତାବନୀ ଦେଇଛି। ଏପଟେ ଭାରତରେ ପୁଣି କରୋନାଜନିତ ମୃତ୍ୟୁ ସଂଖ୍ୟା ଲୋକଙ୍କୁ ଡରାଇବା ଆରମ୍ଭ କରି ଦେଇଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୪୪୩ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଦିନକରେ ୧୪,୩୦୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହିପରି ଭାବେ ଦେଶରେ କରୋନା ଭାଇରସ୍‌ର ମୋଟ ମାମଲା ସଂଖ୍ୟା ୩,୪୧,୮୯,୭୭୪ ଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୪,୫୪,୭୧୨।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.