‘ପାଣ୍ଡୋରା ପେପର୍ସ’ରେ ଧନୀଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ୍‌, ବଢିପାରେ ୩୦୦ ଭାରତୀୟଙ୍କ ଅଡୁଆ

ନୂଆଦିଲ୍ଲୀ: ‘ପାଣ୍ଡୋରା ପେପର୍ସ’ରେ ଧନୀଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ୍‌ । ବଢିପାରେ ୩ଶହ ଭାରତୀୟଙ୍କ ଅଡୁଆ । ଭାରତର ବହୁ ନାମୀଦାମୀ ଲୋକଙ୍କ ନାଁ ଏହି ରିପୋର୍ଟରେ ରହିଛି। ଅନୀଲ ଅମ୍ବାନୀ, ଜ୍ୟାକି ଶ୍ରଫ୍‌, ଅଜିତ କେରକର, ପୁରବୀ ମୋଦି, ବିନୋଦ ଆଦାନି, ମୀରା ରାଦିଆ, ଇକବଲ ମିରଚିଙ୍କ ଭଳି ବହୁ ହେଭିେଓ୍ଵଟଙ୍କ ନାଁ ରହିଛି । କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । କିନ୍ତୁ ସଚିନ ତେନ୍ଦୁଲକର ୨୦୧୬ ମସିହାରେ ଆକାଉଣ୍ଟ ବନ୍ଦ କରିଦେଇଥିଲେ ।

ସେପଟେ ପାଣ୍ଡୋରା ପେପର୍ସରେ କିଛି ପୂର୍ବତନ ସାଂସଦ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌, ବ୍ରିଟେନ ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ନାଁ ମଧ୍ୟ ସାମିଲ ରହିଛି । ସେହିପରି ଋଷିଆ ରାଷ୍ଟ୍ରପତି ଭ୍ଲାଦମିର୍‌ ପୁଟିନ୍‌ଙ୍କ ସମ୍ପର୍କୀୟ ମଧ୍ୟ ଏହି ଲିଷ୍ଟରେ ଅଛନ୍ତି । ୨୦୧୬ରେ ପାନାମା ପେପର୍ସ ଜାରି କରିଥିବା ସଂସ୍ଥା ଆଇସିଆଇଜେ ପକ୍ଷରୁ ‘ପାଣ୍ଡୋରା ପେପର୍ସ’କୁ ଜାରି କରାଯାଇଛି।

ଏଥିରେ ବିଶ୍ୱର ୧୨ କୋଟି ଦସ୍ତାବିଜ ଯାଞ୍ଚ ହୋଇଛି। ଏଥି ସହିତ ୧୧୭ଟି ଦେଶର ୬ଶହ ସାମ୍ବାଦିକ ବି ସାମିଲ ହୋଇଥିଲେ । ଆର୍ଥିକ କ୍ଷେତ୍ରରେ ଏହା ସବୁଠୁ ବଡ ପର୍ଦ୍ଦାଫାସ୍‌ ବୋଲି ଦାବି କରିଛି ଆଇସିଆଇଜେ । ବ୍ରିଟେନ କୋର୍ଟରେ ଦେବାଳିଆ ଘୋଷିତ ହୋଇଥିବା ଅନୀଲ ଅମ୍ବାନୀଙ୍କୀ ବିଦେଶରେ ଗୁପ୍ତ ସମ୍ପତ୍ତି ରହିଛି ବୋଲି ଉଲ୍ଲେଖ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.