“ମତେ କରୋନା, ପାଖକୁ ଆସିବ ତ ରକ୍ତ ପକେଇଦେବି…”, ମେଡିକାଲରେ ଏଭଳି ଧମକ ଦେଉଛି ରୋଗୀ; ଦେଖନ୍ତୁ ଭିଡିଓ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଆୟତ କରିବାକୁ ସରକାର ବିଭିନ୍ନ ପନ୍ଥା ଆପଣାଉଛନ୍ତି। କାହାକୁ କରୋନା ହୋଇଥିବା ନେଇ ସନ୍ଦେହ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଉଛି। କିନ୍ତୁ କିଛି ଅମାନିଆ ସରକାରଙ୍କ କଥା ଶୁଣିବା ପରିବର୍ତ୍ତେ ସଂକ୍ରମଣ ବଢ଼ାଇବାକୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ସେହିଭଳି ଏକ ଘଟଣାର ଭିଡିଓ ଭାଇରାଲ ହେଉଛି।

Coronavirus: What it does to the body - BBC News

ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ରବିବାର ଦିନ ଜଣେ ବ୍ୟକ୍ତି ନିଜକୁ କରୋନା ପଜିଟିଭ ବୋଲି କହିବା ସହ ପ୍ରବଳ ହଙ୍ଗାମା କରିଛି। ସେ ମେଡିକାଲର ତୃତୀୟ ମହଲାରେ ଚଢ଼ି ଡେଇଁବାକୁ ଧମକ ଦେଇଥିଲା। ତେବେ ପୋଲିସ ସୂଚନା ମୁତାବକ ବ୍ୟକ୍ତି ଜଣକ କରୋନା ସଂକ୍ରମିତ ନୁହେଁ ବରଂ ତାଙ୍କ ମାନସିକ ସ୍ଥିତି ଠିକ ନ ଥିବାରୁ ଏଭଳି କାଣ୍ଡ କରିଥିବା ଜଣାଯାଇଛି।

ଦେଖନ୍ତୁ ଭିଡିଓ:

ଖବର ପାଇଁ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ବେଳେ ସେ ନିଜକୁ କରୋନା ଆକ୍ରାନ୍ତ କହି ରକ୍ତ ଫିଙ୍ଗିବାକୁ ଧମକ ଦେଇଥିଲା। ତାଙ୍କ ହାତରେ ରକ୍ତ ଥିଲା। ସେ ଆଗ୍ନିକମାନଙ୍କ ଉପରକୁ ଛେପ ମଧ୍ୟ ପକାଇଥିଲେ। ତେବେ ବହୁ ପ୍ରଚେଷ୍ଟା ପରେ ସିଡ଼ି ସାହାଯ୍ୟରେ ଯୁବକଙ୍କୁ ତଳକୁ ଅଣାଯାଇଥିଲା। ଏବେ ତାଙ୍କ ଚିକିତ୍ସା ଚାଲିଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ବ୍ୟକ୍ତିଙ୍କୁ କରୋନା ହୋଇନଥିବା ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.