ଦେଶ ବିଦେଶ

ଦେହ ବଦଳରେ ପ୍ରଫେସର ଦେଉଥିଲେ ଭଲ ନମ୍ବର! ଚାଟ୍‌ ଲିକ୍‌ ହେବା ପରେ ଖୁଲାସା ହେଲା ହାଇ ପ୍ରୋଫାଇଲ କେସ୍‌

ଭଲ ନମ୍ବର ବଦଳରେ ଛାତ୍ରୀମାନଙ୍କୁ ଯୌନ ଶୋଷଣ କରୁଥିବା ଜଣେ ପ୍ରଫେସରଙ୍କୁ ଶେଷରେ ଜେଲ ପଠାଇ ଦିଆଯାଇଛି। ଏହି ହାଇ ପ୍ରୋଫାଇଲ୍ ମାମଲାରେ ଆଉ ୪ ପ୍ରଫେସର ମଧ୍ୟ ସମ୍ପୃକ୍ତ ଅଛନ୍ତି, ଯେଉଁମାନେ ଖୁବ୍‌ ଜଲଦି କୋର୍ଟରେ ହାଜର ହେବେ। ଆଫ୍ରିକୀୟ ଦେଶ ମୋରକୋର ଏକ କୋର୍ଟ ଜଣେ ପ୍ରଫେସରଙ୍କୁ ଅଶ୍ଳୀଳ ବ୍ୟବହାର, ଯୌନ ଉତ୍ପୀଡ଼ନ ଏବଂ ହିଂସା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ସହିତ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ହସନ ୟୁନିଭର୍ସିଟି ସହ ଜଡ଼ିତ ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ସୋସିଆଲ ମିଡିଆରେ ଛାତ୍ରୀ ଏବଂ ପ୍ରଫେସରଙ୍କ ମଧ୍ୟରେ ଚାଟ୍ ଲିକ୍ ହୋଇ ଯାଇଥିଲା। ଏହାପରେ ସମଗ୍ର ଦେଶରେ ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା।

ମୋଟ ୫ ଜଣ ପ୍ରଫେସରଙ୍କ ନାମ ସାମ୍ନାକୁ ଆସିଛି

ରିପୋର୍ଟ ମୁତାବକ, ମୋରକୋର ହସନ ୟୁନିଭର୍ସିଟିରେ ହୋଇଥିବା ହାଇ ପ୍ରୋଫାଇଲ ଯୌନ ଉତ୍ପୀଡ଼ନ ମାମଲାରେ ଏହା ହେଉଛି କୋର୍ଟଙ୍କ ପ୍ରଥମ ରାୟ। କୋର୍ଟ ଏହି ମାମଲାରେ ୟୁନିଭର୍ସିଟିର ଅର୍ଥନୀତି ପ୍ରଫେସରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରଫେସର ଜଣକ ଛାତ୍ରୀମାନଙ୍କୁ ଭଲ ମାର୍କ ଦେବା ବାହାନାରେ ଯୌନ ଉତ୍ପୀଡ଼ନ କରୁଥିଲେ। ଏହି ମାମଲାରେ ଆଉ ୪ ଜଣ ପ୍ରଫେସରଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ୟୁନିଭର୍ସିଟିର ମୋଟ ୫ ଜଣ ପ୍ରଫେସରଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ମୁତାବକ, ପ୍ରଫେସରମାନେ ଭଲ ମାର୍କ ବଦଳରେ ଛାତ୍ରୀମାନଙ୍କୁ ସେକ୍ସ ପାଇଁ ବାଧ୍ୟ କରାଉଥିଲେ।

ଛାତ୍ରୀମାନେ ଲିକ୍‌ କରି ଦେଇଥିଲେ ଚାଟ୍‌

ଗତ ବର୍ଷ ସେପ୍ଟେମ୍ବରରେ ଯେତେବେଳେ ସୋସିଆଲ ମିଡିଆରେ ଛାତ୍ରୀ ଏବଂ ପ୍ରଫେସରଙ୍କ ମଧ୍ୟରେ ଚାଟ୍ ଲିକ୍ ହୋଇଥିଲା, ସେହି ସମୟରେ ଘଟଣା ପଦାକୁ ଆସିଥିଲା। ବାସ୍ତବରେ, ୟୁନିଭର୍ସିଟିର ଜଣେ ଛାତ୍ରୀ ଚାଟ୍‌କୁ ସାର୍ବଜନୀନ କରି ଦେଇଥିଲେ। ଧୀରେ ଧୀରେ ଏହି ମାମଲା ଚାରିଆଡ଼େ ବ୍ୟାପିଥିଲା ଏବଂ ଚାଟ୍ ବିଶ୍ୱବିଦ୍ୟାଳୟ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏହାପରେ ପ୍ରଫେସରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଏବଂ ମାମଲା କୋର୍ଟରେ ପହଞ୍ଚିଥିଲା। ଏହି ଖୁଲାସା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଲୋକେ ରାଜରାସ୍ତାକୁ ଓହ୍ଲାଇ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦାବି କରିଥିଲେ।

ତେବେ ଏହାରି ଭିତରେ କିଛି ଛାତ୍ରୀ ଯେତେବେଳେ ସମାନ ଅଭିଯୋଗ ଆଣିଲେ, ତ ୟୁନିଭର୍ସିଟିର ବାକି ୪ ପ୍ରଫେସରଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ମୋଟ ୫ ଜଣ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ ଆସିଛି। ରିପୋର୍ଟ ଅନୁସାରେ, ଏଭଳି ଅନେକ ଘଟଣା ଘଟିଛି, ଯାହାକି ଗତ କିଛି ବର୍ଷ ହେବ ୟୁନିଭର୍ସିଟିର ପ୍ରତିଷ୍ଠାକୁ ପ୍ରଭାବିତ କରି ରଖିଛି। ଯଦିଓର ବର୍ତ୍ତମାନର କଥା ଭିନ୍ନ ରହିଛି, ଏଥିରେ ପ୍ରଥମ ଥର ପାଇଁ ମାମଲା କୋର୍ଟରେ ପହଞ୍ଚିଛି।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago