ଉତ୍ତରକାଶୀ ଟନେଲ୍ ରେସକ୍ୟୁର ଅସଲି ହିରୋ ୧୨ ଜଣିଆ ରାଟ୍ ହୋଲ ମାଇନର୍ସ

ଉତ୍ତରକାଶୀ ଟନେଲ୍ ରେସକ୍ୟୁର ଅସଲି ହିରୋ ରାଟ୍ ହୋଲ ମାଇନର୍ସ । ଯାହା କରି ପାରି ନଥିବା ଆମେରିକା ନିର୍ମିତ ଅଗର ଡ୍ରିଲିଂ ମେସିନ୍, ତାହା ଶେଷ ପର୍ଯ୍ୟାୟରେ ସମ୍ଭବ କରି ଦେଖାଇଛନ୍ତି ୧୨ ଜଣିଆ ରାଟ ହୋଲ୍ ମାଇନର୍ସ ଟିମ୍ ।

ଉତ୍ତରକାଶୀ : ଉତ୍ତରକାଶୀ ଟନେଲ୍ ରେସକ୍ୟୁର ଅସଲି ହିରୋ ରାଟ୍ ହୋଲ ମାଇନର୍ସ । ଯାହା କରି ପାରି ନଥିବା ଆମେରିକା ନିର୍ମିତ ଅଗର ଡ୍ରିଲିଂ ମେସିନ୍, ତାହା ଶେଷ ପର୍ଯ୍ୟାୟରେ ସମ୍ଭବ କରି ଦେଖାଇଛନ୍ତି ୧୨ ଜଣିଆ ରାଟ ହୋଲ୍ ମାଇନର୍ସ ଟିମ୍ ।

୮୦୦ ମିଲିମିଟର ପାଇପ୍ ଭିତରେ ପଶି ନିଜ ଜୀବନକୁ ବାଜି ଲଗାଇ ସୁଡଙ୍ଗ ଖୋଳିଥିଲେ । ସୁଡଙ୍ଗ ଖୋଳିବା ବେଳେ ଅଗର ମେସିନ୍ ବାରମ୍ବାର ଫେଲ୍ ମାରିଥିଲା । କିନ୍ତୁ ହାର ମାନି ନଥିଲେ ଉଦ୍ଧାରକାରୀ ଟିମ୍ । ବଡ଼ ବଡ଼ ପଥର ଓ ଲୁହାରେ ବାଜି କ୍ଷତିଗ୍ରସ୍ତ ହୋଇଥିଲା ଅଗର ମେସିନ୍ । ପ୍ଲାନ୍ ବି ଭାବରେ ଆରମ୍ଭ ହୋଇଥିଲା ମାନୁଆଲ୍ ଡ୍ରିଲିଂ । ଅଗର ମେସିନର ବାକି କାମକୁ ଶେଷ କରିବା ପାଇଁ ନିୟୋଜିତ କରାଯାଇଥିଲା ରାଟ୍ ହୋଲ ମାଇନର୍ସ ।

ସେମାନେ ପାରମ୍ପରିକ ହାତୁଡି, ଶାବଳ ଓ ଅନ୍ୟାନ୍ୟ ଉପକରଣ ଧରି ସୁଗଙ୍ଗ ଭିତରେ ଖୋଳିଥିଲେ । ଅନ୍ଧାରୀ ସୁଡଙ୍ଗରେ ପଶି ଖୋଳିଥିଲେ ରାଟ୍ ହୋଲ ମାଇନର୍ସ । ଶେଷରେ ରେସକ୍ୟୁ ଅପରେସନରେ ବଡ଼ ସଫଳତା ଆଣି ଦେଇଥିଲେ ।

Leave A Reply

Your email address will not be published.