ଦେଶ ବିଦେଶ

ଟେକ୍ନିକାଲ୍ ସମସ୍ୟା ଯୋଗୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ, ନୂଆ ସୂର୍ଯ୍ୟୋଦୟ ଅପେକ୍ଷାରେ ୪୧ ଶ୍ରମିକ

ନୂଆଦିଲ୍ଲୀ : କେବେ ଘଟିବ ଅପେକ୍ଷାର ଅନ୍ତ ? କେବେ ସରିବ ଉତ୍ତରକାଶୀରେ ଟନେଲ ରେସକ୍ୟୁ ଅପରେସନ୍ ? ନୂଆ ସୂର୍ଯ୍ୟୋଦୟ ଅପେକ୍ଷାରେ ୪୧ ଶ୍ରମିକ । ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଉଦ୍ଧାର ପାଇଁ ଆଉ ୧୪ ମିଟର ବାକି ରହିଛି । କିନ୍ତୁ ଟେକ୍ନିକାଲ୍ ସମସ୍ୟା ଯୋଗୁ ପୁଣି ଥରେ ଉଦ୍ଧାର ଅଭିଯାନ ସ୍ଥଗିତ ରହିଛି । ଶୁକ୍ରବାର ରାତିରୁ ଡ୍ରିଲିଂ କାମ ବନ୍ଦ ରହିଛି ।

ମେସିନ ଆଗରେ ପୁଣି ଏକ ଧାତବ ଅଂଶ ଆସିବାରୁ କାମ ବନ୍ଦ ରହିଛି । ଉଦ୍ଧାରକାରୀ ଟିମ୍ ହାତରେ ଡ୍ରିଲିଂ ପାଇଁ ରେସକ୍ୟୁରେ ବିଳମ୍ବ, ପ୍ରସ୍ତୁତ ହେଲା ନୂଆ ପ୍ଲାନ୍ବିଚାର କରୁଛନ୍ତି । ମେସିନ ସାହାଯ୍ୟରେ ବାରମ୍ବାର ବାଧା ଉପୁଜୁଥିବାରୁ ହାତରେ ଖୋଳିବାକୁ ଯୋଜନା କରାଯାଉଛି । ତେବେ ଏହି ବିକଳ୍ପ ଆପଣାଇଲେ ରେସକ୍ୟୁ ଅପରେସନରେ ଅଧିକ ସମୟ ଲାଗିପାରେ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭିତରକୁ ପ୍ରବେଶ କରାଯିବ ୬ ମିଟର ଲମ୍ବର ଦୁଇଟି ପାଇପ୍ । ଏଥିରେ ଷ୍ଟ୍ରେଚର ମାଧ୍ୟମରେ ବାହାରିବେ ଫସି ରହିଥିବା ଶ୍ରମିକ। ରେସକ୍ୟୁ ଅପରେସନ୍ ସମୟ ପାଖେଇବା ସହ ଉତ୍କଣ୍ଠା ବଢୁଛି ।

Barsha

Recent Posts

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

14 mins ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

21 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

36 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

56 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

1 hour ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

2 hours ago