ଚନ୍ଦ୍ରଯାନ-୩ରେ ଥିବା ରୋଭର ଖୋଲିଲା ଚନ୍ଦ୍ର ପୃଷ୍ଠର ରହସ୍ୟ

ଖୋଲିଲା ଚନ୍ଦ୍ର ଥଣ୍ଡା ହେବାର ରାଜ୍ । ଚନ୍ଦ୍ରଯାନ-୩ରେ ଥିବା ରୋଭର ଖୋଲିଲା ଚନ୍ଦ୍ର ପୃଷ୍ଠର ରହସ୍ୟ । ରୋଭରରେ ଲାଗିଥିବା ‘ଆଲଫା ପାର୍ଟିକଲ ଏକ୍ସରେ ସ୍ପେକ୍ଟୋମିଟର’ ବା APEX ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଉପର ମାଟିର ସଂରଚନା ନେଇ ଅନେକ ରୋଚକ ତଥ୍ୟ ଦେଇଛି । ଏହି ତଥ୍ୟ ଅନୁସାରେ ପୂର୍ବରୁ ଚନ୍ଦ୍ର ପୃଷ୍ଠର ଏହି ଅଞ୍ଚଳ ଏକ ତରଳ ଜାତୀୟ ପଦାର୍ଥ ଅର୍ଥାତ୍ ମେଗମା’ର ସମୁଦ୍ର ଦ୍ୱାରା ଆଚ୍ଛାଦିତ ଥିଲା ।

ଦକ୍ଷିଣ ମେରୁର ମାଟି ମୁଖ୍ୟତଃ ୨ପ୍ରକାରର ଚଟ୍ଟାଣର ମିଶ୍ରଣ ଥିଲା । ଯାହା ଭିତରୁ ଗୋଟିଏ ହେଉଛି ମେଗମା ଜାତୀୟ । ଦ୍ୱିତ୍ୱୀୟଟି ସମ୍ଭବତଃ ଚନ୍ଦ୍ରପୃଷ୍ଠର ଗଭୀରରେ ଥିବା ମାଟି । ଆଗକୁ ଏହି ମାଟି ଚନ୍ଦ୍ରକୁ ନେଇ ଆହୁରି ଅନେକ ସୂଚନା ଦେବାରେ ସାହାଯ୍ୟ କରିପାରେ । ରୋଭରରୁ ମିଳିଥିବା ତଥ୍ୟରୁ ଅନୁମାନ କରାଯାଉଛି ପୂର୍ବରୁ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବେ ମେଗମାର ମହାସାଗର ଥିଲା ।