ଚନ୍ଦ୍ରପୃଷ୍ଠରେ ବୁଲି ବୁଲି ବିଭିନ୍ନ ଯାଞ୍ଚ ଓ ଗବେଷଣା କରୁଛି ରୋଭର ‘ପ୍ରଜ୍ଞାନ’, ଇସ୍ରୋକୁ ପଠାଉଛି ଡାଟା
ରୋଭରରୁ ବାହାରିବା ପରେ ଚନ୍ଦ୍ର ପୃଷ୍ଠରୁ ପ୍ରଥମ ଫଟୋ ପଠାଇଛି ପ୍ରଜ୍ଞାନ । ଲାଣ୍ଡର ଭିତରୁ ରୋଭର ବାହାରିବାର ଏହି ଫଟୋକୁ ଇସ୍ରୋ ସେୟାର କରିଛି । ପରେ ଚନ୍ଦ୍ରପୃଷ୍ଠରୁ ଅଧିକ ତଥ୍ୟ ସଂଗ୍ରହ କରିବ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଇସ୍ରୋ।

କେନ୍ୟୁଜ୍(ବ୍ୟୁରୋ): ଲ୍ୟାଣ୍ଡରରୁ ଅଲଗା ହେଲା ରୋଭର ‘ପ୍ରଜ୍ଞାନ’। ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ପ୍ରଜ୍ଞାନ। ରୋଭରରୁ ବାହାରିବା ପରେ ଚନ୍ଦ୍ର ପୃଷ୍ଠରୁ ପ୍ରଥମ ଫଟୋ ପଠାଇଛି ପ୍ରଜ୍ଞାନ । ଲାଣ୍ଡର ଭିତରୁ ରୋଭର ବାହାରିବାର ଏହି ଫଟୋକୁ ଇସ୍ରୋ ସେୟାର କରିଛି । ପରେ ଚନ୍ଦ୍ରପୃଷ୍ଠରୁ ଅଧିକ ତଥ୍ୟ ସଂଗ୍ରହ କରିବ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଇସ୍ରୋ।
୪୨ ଦିନର ଯାତ୍ରା ପରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଛି ଚନ୍ଦ୍ରଯାନ-୩ । ଏହାପରେ ଲ୍ୟାଣ୍ଡର ବିକ୍ରମରୁ ବାହାରି ରୋଭର ପ୍ରଜ୍ଞାନ ନିଜ କାର୍ଯ୍ୟ ଆରମ୍ଭ କରିଛି । ରୋଭର ଚନ୍ଦ୍ରରେ ମାତ୍ର ଗୋଟିଏ ଦିନ ମିଶନରେ କାମ କରିବ । ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀରେ ୧୪ ଦିନ ସହ ସମାନ । ସେଠାରେ ଚଉଦ ଦିନ ରାତି ଓ ୧୪ ଦିନ ଦିନ ହୋଇଥାଏ ।
ଅର୍ଥାତ ଏହି ୧୪ ଦିନ ଯାକ ରୋଭର ଚନ୍ଦ୍ରପୃଷ୍ଠରେ ବୁଲି ବିଭିନ୍ନ ଯାଞ୍ଚ ଓ ଗବେଷଣା କରିବ। ଏହି ସମୟରେ ରୋଭର ପ୍ରଜ୍ଞାନ ସଂପୂର୍ଣ୍ଣ ଭାବେ ସୂର୍ଯ୍ୟ ଭରସାରେ ରହିବ । ସୌରଶକ୍ତି ବଳରେ ଏହା ସକ୍ରିୟ ରହିବ । ସେପ୍ଟେମ୍ବର ୫ ତାରିଖ ଯାଏ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଖରା ରହିବ । ଏହାଦ୍ବାରା ଚନ୍ଦ୍ରଯାନ-୩ ରୋଭର ଚାର୍ଜ ହୋଇ ନିଜ ମିଶନକୁ ବାସ୍ତବତାରେ ପରିଣତ କରିବେ । ଏବେ ଏହା ଫଟୋ ଉତ୍ତୋଳନ କରିବା ସହ ବିଭିନ୍ନ ତଥ୍ୟ ସଂଗ୍ରହ କରି ସେସବୁକୁ ଇସ୍ରୋର ଡାଟା ସେଣ୍ଟରକୁ ପଠାଇବ ।