ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରରେ ହଟିଲା ୫ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା

ଜମ୍ମୁକଶ୍ମୀର(କେନ୍ୟୁଜ୍) : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କଠୋର ହେଉଛି ଜମ୍ମୁ କଶ୍ମୀର ପ୍ରଶାସନ। ୫ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷାକୁ ପ୍ରତ୍ୟାହାର କରିନେଇଛି ପୋଲିସ। ଏଥିରେ ହୁରିଆତ ନେତା ମିରୱେଜ ଉମର ଫାରୁକ ମଧ୍ୟ ଅଛନ୍ତି। ଅନ୍ୟମାନେ ହେଲେ ଅବଦୁଲ ଗନି ଭଟ୍ଟ, ବିଲାଲ ଲୋନ, ହାସିମ କ୍ୟୁରେସୀ ଏବଂ ସବିର ଶାହ। ତେବେ ପାକ୍‌ ସମର୍ଥିତ ବିଚ୍ଛିନ୍ନଚାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନୀଙ୍କ ସୁରକ୍ଷା ନେଇ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

SEPARATIST LEADER-1ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ସଂଧ୍ୟା ପରଠାରୁ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ଓ ସରକାରୀ ଗାଡ଼ିକୁ ଫେରାଇ ନିଆଯିବ। କୌଣସି ପରିସ୍ଥିତିରେ ମଧ୍ୟ ସେମାନଙ୍କୁ ସୁରକ୍ଷାକର୍ମୀ ଯୋଗାଇ ଦିଆଯିବ ନାହିଁ। ଯଦି ଅନ୍ୟ କୌଣସି ସୁବିଧା ମଧ୍ୟ ସେମାନେ ପ୍ରଶାସନ ଠାରୁ ପାଇଥିବେ ତାକୁ ମଧ୍ୟ ବନ୍ଦ କରିଦେବାକୁ ପ୍ରଶାସନର ଜାରି ନିର୍ଦ୍ଦେଶରେ ଉଲ୍ଲେଖ ହୋଇଛି। ସେହିପରି ଅନ୍ୟ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ନେଇ ପୋଲିସର ସମୀକ୍ଷା ପରେ ପରବର୍ତ୍ତୀ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।