ୟୁକ୍ରେନ୍‌ ରାଷ୍ଟ୍ରପତି ଭବନ ସମ୍ମୁଖରେ ହୋଇଥିଲା ‘ନାଟୁ-ନାଟୁ’ ଗୀତର ସୁଟିଂ! ଜେଲେନ୍‌ସ୍କି ରାଜାମୌଲୀଙ୍କୁ ତୁରନ୍ତ ଦେଇ ଦେଇଥିଲେ ଅନୁମତି

ଏସ୍.ଏସ୍‌. ରାଜାମୌଲୀଙ୍କ ତେଲୁଗୁ ଫିଲ୍ମ ‘ଆରଆରଆର’ର ଚର୍ଚ୍ଚିତ ଗୀତ ‘ନାଟୁ-ନାଟୁ’ବେଷ୍ଟ୍‍ ଓରିଜିନାଲ୍‌ ସଙ୍ଗ୍‌ର ଗୋଲ୍ଡେନ୍‌ ଗ୍ଲୋବ ପୁରସ୍କାର ଜିତିଛି। ‘ନାଟୁ-ନାଟୁ’ର ମ୍ୟୁଜିକ୍‌ଠାରୁ ଆରମ୍ଭ କରି ମିନିଙ୍ଗ୍‌ ପର୍ଯ୍ୟନ୍ତ, ସବୁକିଛିକୁ ଫ୍ରେସ୍‌ ବୋଲି କୁହାଯାଇଛି। ଗୀତର ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଏମ୍‌.ଏମ୍‌. କିରାଭାନୀ ଓ ଗୀତିକାର ହେଉଛନ୍ତି ଚନ୍ଦ୍ରବୋସ୍‌। ଫିଲ୍ମର ଏହି ଗୀତରେ ଏନ୍‌ଟିଆର୍‌ ଓ ରାମ ଚରଣଙ୍କ ଡ୍ୟାନ୍ସକୁ ଖୁବ୍‌ ପସନ୍ଦ କରାଯାଇଛି।

ନାଟୁ ନାଟୁ ଗୀତର ସୁଟିଂ ୟୁକ୍ରେନର ରାଷ୍ଟ୍ରପତି ଭବନ ସମ୍ମୁଖରେ ହୋଇଛି। ଏକ ରିପୋର୍ଟ ମୁତାବକ, ଗୀତକୁ ଅଗଷ୍ଟ ୨୦୨୧ରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସରକାରୀ ବାସଭବନ ‘ମରିନ୍‌ସ୍କି ପ୍ୟାଲେସ’ ସମ୍ମୁଖରେ ସୁଟିଂ କରାଯାଇଥିଲା। ଗୀତରେ ଯେଉଁ ରାଜକୀୟ ବିଲ୍ଡିଂର ଝଲକ ଦେଖାଯାଉଛି, ତାହା ହେଉଛି କିଭ୍‌ର ମରିନ୍‌ସ୍କି ପ୍ୟାଲେସ୍‌। ଯଦିଓ ଗୀତର ସୁଟିଂ ଦେଶ ଯୁଦ୍ଧଗ୍ରସ୍ତ ହେବା ପୂର୍ବରୁ ହିଁ କରାଯାଇଥିଲା।

ଏନଟିଆର ଓ ରାମ ଚରଣଙ୍କର ଯେଉଁ ଡ୍ୟାନ୍ସ ଷ୍ଟେପ୍ସର ଚର୍ଚ୍ଚା ହେଉଛି, ତାହାକୁ ପ୍ରେମ୍‌ ରକ୍ଷିତ୍‌ କୋରିଓଗ୍ରାଫି କରିଛନ୍ତି। ବିବିସି ରିପୋର୍ଟ ଅନୁସାରେ, ନାଟୁ ନାଟୁ ପାଇଁ କୋରିଓଗ୍ରାଫର ପ୍ରେମ ରକ୍ଷିତ୍‌ ପାଖାପାଖି ୯୫ଟି ଷ୍ଟେପ୍ କମ୍ପୋଜ୍‌ କରିଥିଲେ।

RRRର ପ୍ରମୋସନ ସମୟରେ ନିର୍ଦ୍ଦେଶକ ରାଜାମୌଲୀ ୟୁକ୍ରେନରେ ଗୀତର ସୁଟିଂ ଅନୁଭବକୁ ମନେ ପକାଇଥିଲେ। ସେ କହିଥିଲେ କି, କିପରି ସେଠାକାର ରାଷ୍ଟ୍ରପତି ତାଙ୍କୁ ସହଜରେ ସୁଟିଂ କରିବାକୁ ଅନୁମତି ଦେଇଥିଲେ। କାହିଁକି ନା, ସେ ନିଜେ ହିଁ ଥିଲେ ଜଣେ ଅଭିନେତା। ମଜାଦାର କଥା ହେଉଛି, ଜେଲେନ୍‌ସ୍କି ରାଷ୍ଟ୍ରପତି ହେବା ପୂର୍ବରୁ ଏକ ଟିଭି ଧାରାବାହିକରେ ରାଷ୍ଟ୍ରପତିଙ୍କ ଭୂମିକା ନିଭାଇଥିଲେ।

ସୂଚନାଥାଉ କି, ଗୀତର ସିଗ୍ନେଚର ଷ୍ଟେପ୍‌, ଯେଉଁଥିରେ ଏନ୍‌ଟିଆର୍‌ ଓ ରାମ ଚରଣ ପରସ୍ପରର ହାତ ଧରି ନାଚୁଛନ୍ତି, ତାହାର ୩୦ ଭର୍ସନ ପ୍ରସ୍ତୁତ କରାଯାଇଥିଲା। ସିଗ୍ନେଚର ଷ୍ଟେପ୍‌କୁ ପରଫେକ୍ଟ କରିବା ପାଇଁ ସୁଟିଂ ସମୟରେ ୧୮ଟି ଟେକ୍‌ ନିଆଯାଇଥିଲା। ଗୀତଟିକୁ କୋରିଓଗ୍ରାଫ୍ କରିବା ପାଇଁ ପାଖାପାଖି ଦୁଇ ମାସ ସମୟ ଲାଗିଥିଲା। ଗୀତର ସୁଟିଂରେ ୨୦ ଦିନ ସମୟ ଲାଗିଥିଲା ଏବଂ ମୋଟ ୪୩ଟି ରିଟେକ୍ ନିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.