ଦେଶ ବିଦେଶ

ଦବି ଦବି ଚାଲିଛି ଯୋଶୀମଠ ସହର: ବଢିଚାଲିଛି ଫାଟ..ଢଳିଲାଣି ଘର, ଲୋକେ ଭୟଭୀତ

ତ୍ତରାଖଣ୍ଡର ଯୋଶୀମଠରେ ଭିନ୍ନ ଭିନ୍ନ ସ୍ଥାନରେ ଭୂମି ଦବିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି ସହରବାସୀ। ୫୦୦ରୁ ଅଧିକ ଘରେ ଫାଟ ଦେଖାଦେଇଛି । ତେବେ କେତେବେଳେ ଘର ମାଟିରେ ମିଶିଯିବ ତାହାକୁ ନେଇ ଚିନ୍ତାରେ ରହିଛନ୍ତି ସହରବାସୀ । ୯ଟି ଓ୍ଵାର୍ଡରେ ଘର ଏବଂ ରାସ୍ତା ଫାଟୁଛି। ଘଣ୍ଟାକୁ ଘଣ୍ଟା ଫାଟ ବଢ଼ି ବଢ଼ି ଚାଲିଛି। ନୂଆନୂଆ ଜାଗାରେ ଫାଟ ସୃଷ୍ଟି ହେଉଛି। କିଛି ସ୍ଥାନରେ ମାଟିତଳୁ ପାଣି ବାହାରୁଛି। ଘର ଢଳି ପଡ଼ିଲାଣି। କିଛି ଲୋକ ଘର ଦ୍ୱାର ଛାଡ଼ି ଅନ୍ୟତ୍ର ପଳାଇ ଗଲେଣି। ପରିସ୍ଥିତିକୁ ଦେଖି ଏଡିଆରଏଫ୍ ଟିମ୍ ଡକାଯାଇଛି। କେଉଁ କାରଣ ପାଇଁ ଭୂମି ଦବିଛି ସେ ସମ୍ପର୍କରେ ସର୍ଭେ ପାଇଁ ବିଶେଷଜ୍ଞ ଟିମ୍ ପହଞ୍ଚିଛନ୍ତି।

ଆଜି ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚାମୋଲି ଯିବେ। ଏହିସବୁ ଅସୁବିଧାକୁ ଦେଖି ଜୀବନ ବିପଦରେ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ୱାରା ୪୦ରୁ ଅଧିକ ଅସ୍ଥାୟୀ ଶିବିର ସ୍ଥାପନ କରଯାଇଛି । ଯେଉଁମାନଙ୍କ ଘରେ ବଡ ଫାଟ ଦେଖାଦେଇଛି ସେମାନଙ୍କୁ ରାତ୍ରିନିବାସକୁ ପଠାଯାଇଛି । ଯୋଶୀମଠର ଏକ ସୁରକ୍ଷିତ ସ୍ଥାନରେ ତୁରନ୍ତ ଅସ୍ଥାୟୀ ଥଇଥାନ କେନ୍ଦ୍ର ସ୍ଥାପନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ। ଏଥିସହ ବିପଦରେ ଥିବା ସ୍ଥାନରୁ ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିପର୍ଯ୍ୟୟ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ କରିବାକୁ କହିଛନ୍ତି।

ଏବେ ବି କିଛି ଲୋକ ବିପଦସଂକୁଳ ଅବସ୍ଥାରେ ଦିନ କାଟୁଛନ୍ତି। ଯୋଶୀମଠକୁ ଏବେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଏଠାରେ ତୁରନ୍ତ ଏନଡିଆରଏଫ ଯବାନ ମୁତୟନ କରାଯାଇଛି । ଜଳବାୟୁ ପରିବର୍ତ୍ତନ ଏବଂ ନିର୍ମାଣ କାର୍ଯ୍ୟ ଯୋଗୁ ଯୋଶୀମଠ ସହର ଏବେ ବିପଦରେ ବୋଲି କୁହାଯାଉଛି। ଗତ କିଛି ଦଶନ୍ଧି ହେବ ଏଠାରେ ବ୍ୟପକ ନିର୍ମାଣ କାର୍ଯ୍ୟ ହୋଇଛି। ବହୁ ସଂଖ୍ୟାରେ ଜନସଂଖ୍ୟା ବଢ଼ିଛି। ଏହି ହିଲ୍ ଟାଉନ୍ ୧୯୭୬ ମସିହାରୁ ସତର୍କ ଘଣ୍ଟି ବଜାଇଥିବା କୁହାଯାଉଛି । ଯୋଶୀମଠ ହିମାଳୟ ପାଦଦେଶରେ ଅବସ୍ଥାପିତ ଏକ ଛୋଟ ସହର। ଏହାକୁ ଗେଟେଓ୍ଵ ବୋଲି କୁହାଯାଏ। ଏଠାରୁ ହିମାଳୟର ବିଭିନ୍ନ ସ୍ଥାନକୁ ରାସ୍ତା ରହିଛି।

Swagatika

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

6 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

31 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

40 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago